ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

 ବିସ୍ମୟ ଜାଗେ ମନେ 

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ଅତୀତକୁ ଆଜି

ଓଲଟି ଚାହିଁଲେ

           ଆଖିରେ ଜାଗଇ ଲୁହ,

କି ଥିଲା ଏ ଦେଶ

କି ହେଲାଣି ଆଜ

          କିଏସେ କହିବ କୁହ?

ଯେ ଦେଶ ମାଟିରେ

ମହମହ ହୋଇ

          ଚ଼ନ୍ଦନ ବାସୁଥିଲା,

ସ୍ନେହ ଓ ପ୍ରେମର

ମନ୍ଦାକିନୀ ଯେ

          ଉଲ୍ଲାସେ ଝରୁଥିଲା ।

କେମିତି ବଦଳି ଗଲା ??

ଜଣ ଜଣ କରି

ପଚାରେ ସଭିଙ୍କୁ

         କହିବକି କିଏ ଭଲା ।।

 

ଆଜି ଏ ମାଟିରେ

ଅମୃତ ନାହିଁ

          ଭରା ହଳାହଳ ବିଷ,

ବିଷର-ବଳୟେ

ଜଳି ଯାଉଅଛି

         ମଣିଷ ଓଠର ହସ ।

ଶକୁନି ରଚ଼ୁଛି

ଷଡ଼ଯନ୍ତ୍ର ଏଠି

         ଆତ୍ମୀୟତାର ଛଳେ,

ହୃଦୟ ତଳେ ତା

ଲେଲିହାନ୍ ଶିଖା

         ଭୀଷଣୁଁ ଭୀଷଣ ଜଳେ।

ବୁଝିବାକୁ କାହିଁ ବେଳ

ସାରୁ ଭିତରର

ମାରୁ କୁ ଖୋଜିଲେ

         ଚାଲିବ ଝିମିଟି ଖେଳ।

 

ଖେଳ ତ ଚାଲିଛି

ଖେଳ ୱ।ର୍ଡ ଏଠି

        ତାଳିକୁ ରହିଛି ଚାହିଁ,

ଦର୍ଶକ ଏଠି

ଭକୁଆ ବନିଛି

         ମାୟା ତାର ବୁଝି ନାହିଁ।

ହାରିବା ପାଇଁ ସେ

ନେଇଛି ବଇନା

        ଦେଶ ବଦନାମ୍ ହେଉ,

ନିଜେ ଜୀଇଁ ଥିଲେ

ବାପର ନାଁ ତ

         ମରୁଛି ଯେ ମରୁଥାଉ।

 

ସବୁ ଏଠି ଚ଼ାଲେ

ଉପରେ ଉପରେ

          ଭିତରକୁ ପଶେ କିଏ,

ବହୁରୂପୀ ତାର

ସାମ୍ରାଜ୍ୟ ରଚ଼ି

         ଭଗବାନ ସାଜୁଥାଏ।

ବିସ୍ମୟ ଜାଗେ ମନେ,

ସୁପ୍ତ ଚେତନା

ଜାଗ୍ରତ ହେବ

          ଅବା ଆଉ କେତେଦିନେ???

       

କୁମାର ପୁର।ଅନନ୍ତ ପୁର
ବାସୁଦେବପୁର। ଭଦ୍ରକ

Related posts

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!