ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ଖାଇ ଯୁବକର ଆତ୍ମହତ୍ୟା

ରାଇରଙ୍ଗପୁର -୯/୬/୨୨ ଦିନକୁ ଦିନ ଅସ୍ଥିର ହେଉଛି ସମାଜ । ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଯାହାକି ଚିନ୍ତାର ବିଷୟ । ଏହାକୁ ନେଇ ସମାଜର ସବୁବର୍ଗର ଲୋକେ ଚିନ୍ତିତ ।ମାନସିକ ଚାପ,ଆର୍ଥିକ ଦୁରାବସ୍ଥା, ସାମାଜିକ ନ୍ୟାୟ, ପାରିବାରିକ ଗଣ୍ଡଗୋଳ,ଜମିବାଡ଼ି ଗଣ୍ଡଗୋଳକୁ ନେଇ ସମାଜରେ ଆତ୍ମହତ୍ୟା ବୃଦ୍ଧି ପାଉଥିବାରୁ ଲକ୍ଷ କରାଯାଉଛି । ସୁଚନା ଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ବଡଦୁଲା ମାରାଣ୍ଡି ବୁଧବାର ରାତି ୯ ଟା ପାଖାପାଖି ସମୟରେ ଘରେ କେହି ନଥିବାବେଳେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇଥିଲେ ।ଛଟପଟ ହେଉଥିବା ସମୟରେ ଘରଲୋକେ ପହଞ୍ଚି ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣୁଥିବା ସମୟରେ ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା । ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵ‌ଵ୍ଯଵଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ରାଇରଙ୍ଗପୁର ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫର୍ମେସନ (କେ ଏଫ୍ ଏସ୍ ଟି) ର ଅଭିନବ ପ୍ରୟାସ

Sunil Chandra Nayak

ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତା

Sunil Chandra Nayak

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

Leave a Comment

error: Content is protected !!