ଆନନ୍ଦପୁର -: ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ୍ ା ଉଦ୍ଧାର ପରେ ତାଙ୍କୁ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସେବା ଆମ୍ଭ ହୋଇଛି ା ଏହି ଘଟଣା କୁ ନେଇ ଏବେ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରଗୋବିନ୍ଦପୁର ବୈତରଣୀ ନଦୀ ପଠାରେ ଜଣେ ମହିଳା ଓ ଜଣେ ଯୁବକ ବିଷ ପିଇ ପଡିଥିବା ଖବର ପୋଲିସ୍ କୁ ମିଳିଥିଲା ା ପୋଲିସ୍ ପହଁଞ୍ଚି ସେଠାରୁ ଉଭୟ ଙ୍କୁ ଉଦ୍ଧାର କରିବା ସହ ସେଠାରୁ ଏକ ବାଇକ୍ ମଧ୍ଯ ଜବଦ କରିଛି ା ସଂପୃକ୍ତା ମହିଳା ଜଣକ ହାଟଡିହି ବ୍ଲକ୍ ପନ୍ଦାଡୋ ଗାଁ ର ହୋଇଥିବାବେଳେ ପ୍ରାୟ ୧ବର୍ଷ ତଳେ ବିବାହ କରିଥିବା ବେଳେ ନିଜ ପଞ୍ଚାୟତରେ ଏକ ଏନ.ଜି.ଓ ସଂସ୍ଥା ଅଧିନରେ ଚାକିରି କରୁଥିବା ରୁ ବାପଘରେ ରହୁଥିଲେ ା ପୁରୁଷ ବନ୍ଧୁ ଙ୍କ ଘର ନିକଟସ୍ଥ ନାହାଳିଆ ଗାଁ ରେ ା ତେବେ ଉଭୟ କେଉଁ କାରଣ କୁ ନେଇ ଘର ଠାରୁ ୩୦ କିମି ଦୂର ବିରଗୋବିନ୍ଦପୁର ନଦୀ ପଠା କୁ ଯାଇଥିଲେ ଓ ସେଠାରେ ବିଷ ପିଇଲେ ତାହା ଏବେ ମଧ୍ଯ ଅସ୍ପଷ୍ଟ ରହିଛି ା ମହିଳା ଜଣକ ପାରିବାରିକ କାରଣରୁ ବିଷ ପିଇଥିବା ଓ ସେ ବିଷ ପିଇବାରୁ ପୁରୁଷ ବନ୍ଧୁ ମଧ୍ଯ ବିଷ ପିଇଦେବା କହିଛନ୍ତି ା ପୋଲିସ୍ ଏହି ଘଟଣାକୁ ଗୁରୁତରସହ ନେଇ ତଦନ୍ତ ଆରମ୍ଭ କରିଛି ା
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ ।