ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

ଆନନ୍ଦପୁର -: ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ୍ ା ଉଦ୍ଧାର ପରେ ତାଙ୍କୁ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସେବା ଆମ୍ଭ ହୋଇଛି ା ଏହି ଘଟଣା କୁ ନେଇ ଏବେ ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ା  ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରଗୋବିନ୍ଦପୁର ବୈତରଣୀ ନଦୀ ପଠାରେ ଜଣେ ମହିଳା ଓ ଜଣେ ଯୁବକ ବିଷ ପିଇ ପଡିଥିବା ଖବର ପୋଲିସ୍ କୁ ମିଳିଥିଲା ା ପୋଲିସ୍ ପହଁଞ୍ଚି ସେଠାରୁ ଉଭୟ ଙ୍କୁ ଉଦ୍ଧାର କରିବା ସହ ସେଠାରୁ ଏକ ବାଇକ୍ ମଧ୍ଯ ଜବଦ କରିଛି ା ସଂପୃକ୍ତା ମହିଳା ଜଣକ ହାଟଡିହି ବ୍ଲକ୍ ପନ୍ଦାଡୋ ଗାଁ ର ହୋଇଥିବାବେଳେ ପ୍ରାୟ ୧ବର୍ଷ ତଳେ ବିବାହ କରିଥିବା ବେଳେ ନିଜ ପଞ୍ଚାୟତରେ ଏକ ଏନ.ଜି.ଓ ସଂସ୍ଥା ଅଧିନରେ ଚାକିରି କରୁଥିବା ରୁ ବାପଘରେ ରହୁଥିଲେ ା ପୁରୁଷ ବନ୍ଧୁ ଙ୍କ ଘର ନିକଟସ୍ଥ ନାହାଳିଆ ଗାଁ ରେ ା ତେବେ ଉଭୟ କେଉଁ କାରଣ କୁ ନେଇ ଘର ଠାରୁ ୩୦ କିମି ଦୂର ବିରଗୋବିନ୍ଦପୁର ନଦୀ ପଠା କୁ ଯାଇଥିଲେ ଓ ସେଠାରେ ବିଷ ପିଇଲେ ତାହା ଏବେ ମଧ୍ଯ ଅସ୍ପଷ୍ଟ ରହିଛି ା ମହିଳା ଜଣକ ପାରିବାରିକ କାରଣରୁ ବିଷ ପିଇଥିବା ଓ ସେ ବିଷ ପିଇବାରୁ ପୁରୁଷ ବନ୍ଧୁ ମଧ୍ଯ ବିଷ ପିଇଦେବା କହିଛନ୍ତି ା ପୋଲିସ୍ ଏହି ଘଟଣାକୁ ଗୁରୁତରସହ ନେଇ ତଦନ୍ତ ଆରମ୍ଭ କରିଛି ା

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ ।

Related posts

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

ମହାଭାରତ କଥା…..୬

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

Leave a Comment

error: Content is protected !!