ମ, ରାମପୁର,୨୮/୬( ମସୀହା) :- କଲେଜ୍ ରେ ଛାତ୍ରୀ ଥିଲେ, ପରେ ପ୍ରେମ ଫାଶ ରେ ଛନ୍ଦିଲେ । କଲେଜ ପଢ଼ା ଶେଷ ପରେ ମଥା ରେ ସିନ୍ଦୁର ଦେଇ କିଛି ଦିନ ସାଥୀରେ ରଖିଲେ । ପରେ କିନ୍ତୁ ପ୍ରେମ ନିଶା ଉତୁରି ଯିବା ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଲେ l ନିର୍ଯାତୀତା ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରତାରକ ପ୍ରେମିକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି l ସୂଚନା ମୁତାବକ ମୋହନଗୀରିସ୍ଥିତ ଏକ ମହାବିଦ୍ୟାଳୟରେ ସୋନପୁର ଜିଲ୍ଲା ର ଲଛିପୁର ପଥର ଖଣ୍ଡି ଗାଁ ର ସୁନୀଲ କହଁର ଅଧ୍ୟାପକ ଥିଲେ l ଏବେ ସେ ୬ ମାସ ତଳୁ ବିତାଡିତ l ସେ ଅଧ୍ୟାପନା କରୁଥିବା ସମୟରେ ଉକ୍ତ କଲେଜ ରେ ପାଠ ପଦୁଥିବା ସିଂହପୁର ଗ୍ରାମ ର ଜଣେ ଯୁବତୀ କୁ ପ୍ରେମ ଫାଶ ରେ ପକେଇ ସିନ୍ଦୁର ଦେଇ ସବୁଦିନ ସ୍ତ୍ରୀ କରି ରଖିବାର ପ୍ରତିଶ୍ରୁତି ଦେଇ ନିଜ ପାଖରେ ରଖିଲେ l ହେଲେ ଏବେ ଯୁବକଙ୍କ ପ୍ରେମ ନିଶା ଉତୁରି ଯିବାପରେ ସେ ଯୁବତୀଙ୍କୁ ପ୍ରତାରଣା ଏବଂ ନିର୍ଯ୍ୟାତନା ଦେବା ଆରମ୍ଭ କରିଛନ୍ତି l ଯୁବତୀଙ୍କ ଅଭିଯୋଗ କୁ ଭିତ୍ତି କରି ମ, ରାମପୁର ଥାନା କେସ ନମ୍ବର ୧୬୨/୨୨ ମାମଲା ରୁଜ୍ଜୁ ସହ ଦଫା ୪୯୮/୪୯୩,୪୧୭,୩୨୩,୩୪୧,୫୦୬/୩୪ ଆଇପିସି ରେ ଅଭିଯୁକ୍ତ ଯୁବକ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ସୁନୀତା ସେଠୀ ପ୍ରକାଶ କରିଛନ୍ତି ।
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l