ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

ମ, ରାମପୁର,୨୮/୬( ମସୀହା) :- କଲେଜ୍ ରେ ଛାତ୍ରୀ ଥିଲେ, ପରେ ପ୍ରେମ ଫାଶ ରେ ଛନ୍ଦିଲେ । କଲେଜ ପଢ଼ା ଶେଷ ପରେ ମଥା ରେ ସିନ୍ଦୁର ଦେଇ କିଛି ଦିନ ସାଥୀରେ ରଖିଲେ । ପରେ କିନ୍ତୁ ପ୍ରେମ ନିଶା ଉତୁରି ଯିବା ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଲେ l ନିର୍ଯାତୀତା ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରତାରକ ପ୍ରେମିକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି l ସୂଚନା ମୁତାବକ ମୋହନଗୀରିସ୍ଥିତ ଏକ ମହାବିଦ୍ୟାଳୟରେ ସୋନପୁର ଜିଲ୍ଲା ର ଲଛିପୁର ପଥର ଖଣ୍ଡି ଗାଁ ର ସୁନୀଲ କହଁର ଅଧ୍ୟାପକ ଥିଲେ l ଏବେ ସେ ୬ ମାସ ତଳୁ ବିତାଡିତ l ସେ ଅଧ୍ୟାପନା କରୁଥିବା ସମୟରେ ଉକ୍ତ କଲେଜ ରେ ପାଠ ପଦୁଥିବା ସିଂହପୁର ଗ୍ରାମ ର ଜଣେ ଯୁବତୀ କୁ ପ୍ରେମ ଫାଶ ରେ ପକେଇ ସିନ୍ଦୁର ଦେଇ ସବୁଦିନ ସ୍ତ୍ରୀ କରି ରଖିବାର ପ୍ରତିଶ୍ରୁତି ଦେଇ ନିଜ ପାଖରେ ରଖିଲେ l ହେଲେ ଏବେ ଯୁବକଙ୍କ ପ୍ରେମ ନିଶା ଉତୁରି ଯିବାପରେ ସେ ଯୁବତୀଙ୍କୁ ପ୍ରତାରଣା ଏବଂ ନିର୍ଯ୍ୟାତନା ଦେବା ଆରମ୍ଭ କରିଛନ୍ତି l ଯୁବତୀଙ୍କ ଅଭିଯୋଗ କୁ ଭିତ୍ତି କରି ମ, ରାମପୁର ଥାନା କେସ ନମ୍ବର ୧୬୨/୨୨ ମାମଲା ରୁଜ୍ଜୁ ସହ ଦଫା ୪୯୮/୪୯୩,୪୧୭,୩୨୩,୩୪୧,୫୦୬/୩୪ ଆଇପିସି ରେ ଅଭିଯୁକ୍ତ ଯୁବକ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ସୁନୀତା ସେଠୀ ପ୍ରକାଶ କରିଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

Sunil Chandra Nayak

ଜୟପାଟଣା ପୁଲିସ କୁ ମିଳିଲା ବଡ ସଫଳତା

Sunil Chandra Nayak

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଲିମସେରଠାରେ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!