ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାଦୀୟ ଟିପ୍ପଣୀ ପାଇଁ ହିନ୍ଦୀ ସିନେ ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ନାମରେ ବିଜେପି ତରଫରୁ ଟାଉନ ଥାନାରେ ଏତଲା

ମୟୂରଭଞ୍ଜ – ୨୮/୬/୨୨(ମସିହା) ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା ଏକ ଟ୍ବିଟେର ରେ ଲିଖିତ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଲେଖିଥିଲେ ଯେ ‘ଯଦି ଦ୍ରୌପଦୀ ରାଷ୍ଟ୍ରପତି ତାହାହେଲେ ପାଣ୍ଡବ କିଏ ଏବଂ ବିଶେଷତଃ କୌରବ କେଉଁମାନେ’ ! ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି ।ଏକ ପବ୍ଲିକ ପ୍ଲାଟଫର୍ମରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା,ଜଣେ ଓଡ଼ିଆ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ,ଓଡ଼ିଶା ବିଧାନସଭାର ପ୍ରାକ୍ତନ ଶ୍ରେଷ୍ଠ ବିଧାୟିକା,ଯିଏକି ଦେଶର ସର୍ବୋଚ୍ଚ ଆସନ ଅଳଂକୃତ କରିବାକୁ ଯାଉଛନ୍ତି ସେହି ମହାନ ମହିୟସୀ ନାରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଜଣେ ଖ୍ୟାତନାମା ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ପାଇଁ କେତେଦୂର ଯଥାର୍ଥ ଅଟେ ! ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷର ବହ୍ନି ଜଳୁଛି । ରାଇରଙ୍ଗପୁର ବିଜେପି ତରଫରୁ ରାମ ଗୋପାଲ ବର୍ମାଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି ଯେ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଲିଖିତ ଦାବିପତ୍ର ପ୍ରଦାନ ସମୟରେ ମନୋରଂଜନ ମହାନ୍ତି ,ଈଶାନ ମିଶ୍ର,ମନୋଜ ଦାସ(ବାପି),ଶିବୁ ଅଗ୍ରୱାଲ,ଆଲୋକ ରଂଜନ ମହାନ୍ତ,ମିଥିଲା ଟୁଡୁ, ଶଶାଙ୍କ,ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଚତୁର୍ଥ ବ୍ଯାଚ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

ନର୍ଲାଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

Leave a Comment

error: Content is protected !!