ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା

ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଜିଲ୍ଲା କଲମପୁର -ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ କହୁଥିବା ସିଙ୍ଗାରିଘାଟିରେ ଗତ ମଙ୍ଗଳବାର ପିଡିଏସ ଚାଉଳ ଧରି ଫେଖୁଥିବା ବେଳେ ପିକଅପ ଭ୍ୟାନ୍‌ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଏକ ପତ୍ର ମାଧ୍ୟମରେ ଘୋଷଣା କରାଯାଇଛି ।

ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ସହାୟତ। ସୂଚନାଅନୁସାରେ, କଲମପୁର-ଥୁଆମୂଳ ରାମପୁର ବ୍ଲକକୁ ସଂଯୋଗ କଟୁଥିବା ସିଙ୍ଗାରି ଘାଟିରେ ପିକଅପ ଭ୍ୟାନ ଦୁର୍ଘଟଣା ଗସ୍ତ ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅନୁଧ୍ୟାନ କରି ସବିଶେଷ ତଥ୍ୟ ଦେବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।ଚାରିଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ବିଡ଼ିଓ ଶୁଭକାନ୍ତ ନାଏକ, ତହସିଲଦାର ଇଶ୍ବର ଚନ୍ଦ୍ର ଦାସ ଓ କଲମପୁର ତହସିଲଦାର କରିସ୍ମା ବେଶ୍ରା, ବିଡ଼ିଓ ପ୍ରଶ୍ନ ପଟେଲ ପ୍ରମୁଖ ବାର୍ଷିକଣା ଗାଁକୁ ଗସ୍ତକରି ମୃତକଙ୍କ ପରିବାର ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଏହାପରେ ସେହି ରିପୋର୍ଟ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାର୍ଷିକୋଣା ଗାଁର ଲାଲୁ ମାଝି, ସାନୁ ମାଝି, ଶୋଭାଦେଇ ମାଝି ଓ ଡ଼ଙ୍ଗର ମାଝିଙ୍କ ମୃତ୍ୟୁ ହୋଇଥିଲା।ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ପ୍ରକାଶ ଯୋଗ୍ୟ ଯେ , ଉକ୍ତ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପରିବାର ସମ୍ପର୍କ ରେ ମସିହାରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତୀର୍ଯ୍ୟକ

Sunil Chandra Nayak

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!