ପ୍ରେମର ପ୍ରାଣ
ଉପେନ୍ଦ୍ର କୁମାର ବସ୍ତିଆ
ଭୁଲିଯିବି ବୋଲି ଭାବୁଅଛି ସିନା
ଭୁଲି ପାରୁନାହିଁ କେବେ
କ୍ଷଣିକ ଜୀବନ ଅସଂଖ୍ୟ ସପନ
ଝୁଣ୍ଟି ପଡେ ପ୍ରତି ପାଦେ ।
ମନକଥା ସିନା ମନତ ବୁଝଇ
ଦୁଃଖକୁ ଦରଦୀ ବନ୍ଧୁ
କରମ ଧରମ କାଳିଆ ଜାଣଇ
କଇଁ ପ୍ରେମ ଚିହ୍ନେ ଇନ୍ଦୁ ।
ଦୂର ଆକାଶରେ ସୂର୍ଯ୍ୟ ହସି ଉଠେ
ଦୁଃଖେ କାଟେ ନୀଳ କଇଁ
ଦୁଃଖକୁ ଆଦରି ପଡ଼ି ରହି ଅଛି
ବିଧାତା ନିୟମ ପାଇଁ ।
ଜାଣି ଶୁଣି କେବେ ପ୍ରେମ ହୁଏନାହିଁ
ହେଉ ହେଉ ହୋଇଯାଏ
ପ୍ରେମରେ ପୁଣି କିଏ ଜିତି ଥାଏ
ହାରିଯାଏ ଆଉ କିଏ ।
ପ୍ରେମଟା ଅଟଇ ମାୟା ଜାଲ ସମ
ହୁଏନି କରି ଆୟତ୍ତ
ସ୍ୱାର୍ଥ ରଖି ମନେ ଆଗକୁ ଚାଲିଲେ
ମିଳେନି ପ୍ରେମ ପଣତ ।
ଛଳନାରେ ଭରା ଏ ସଂସାର ସାରା
ପ୍ରେମ ମୂଲ୍ୟ ବୁଝେ କିଏ
ଦରଦୀ ମନଟା ଝୁରି ମରେ ସିନା
ତାକୁ ପଚାରୁଛି କିଏ ।
ପ୍ରେମ ନୁହେଁ ଖାଲି ଶରୀର ବିକାର
କେବଳ ହିଁ ଭିଜା ସ୍ମୁତି
ପ୍ରକୃତି ପ୍ରାଚୁର୍ଯ୍ୟ ପ୍ରେମ ଅବଦାନ
ପ୍ରେମରେ ତିଷ୍ଟିଛି ସୃଷ୍ଟି ।
ରାଉରକେଲା