ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

   ପ୍ରେମର ପ୍ରାଣ

  ଉପେନ୍ଦ୍ର କୁମାର ବସ୍ତିଆ

     
ଭୁଲିଯିବି ବୋଲି ଭାବୁଅଛି ସିନା 
   ଭୁଲି ପାରୁନାହିଁ କେବେ 
କ୍ଷଣିକ ଜୀବନ ଅସଂଖ୍ୟ ସପନ 
   ଝୁଣ୍ଟି ପଡେ ପ୍ରତି ପାଦେ ।
ମନକଥା ସିନା ମନତ ବୁଝଇ
   ଦୁଃଖକୁ ଦରଦୀ ବନ୍ଧୁ 
କରମ ଧରମ କାଳିଆ ଜାଣଇ 
   କଇଁ ପ୍ରେମ ଚିହ୍ନେ ଇନ୍ଦୁ ।
ଦୂର ଆକାଶରେ ସୂର୍ଯ୍ୟ ହସି ଉଠେ 
   ଦୁଃଖେ କାଟେ ନୀଳ କଇଁ 
ଦୁଃଖକୁ ଆଦରି ପଡ଼ି ରହି ଅଛି 
   ବିଧାତା ନିୟମ ପାଇଁ ।
ଜାଣି ଶୁଣି କେବେ ପ୍ରେମ ହୁଏନାହିଁ 
   ହେଉ ହେଉ ହୋଇଯାଏ 
ପ୍ରେମରେ ପୁଣି କିଏ ଜିତି ଥାଏ 
   ହାରିଯାଏ ଆଉ କିଏ ।
ପ୍ରେମଟା ଅଟଇ ମାୟା ଜାଲ ସମ 
   ହୁଏନି କରି ଆୟତ୍ତ 
ସ୍ୱାର୍ଥ ରଖି ମନେ ଆଗକୁ ଚାଲିଲେ 
   ମିଳେନି ପ୍ରେମ ପଣତ ।
ଛଳନାରେ ଭରା ଏ ସଂସାର ସାରା 
   ପ୍ରେମ ମୂଲ୍ୟ ବୁଝେ କିଏ 
ଦରଦୀ ମନଟା ଝୁରି ମରେ ସିନା 
   ତାକୁ ପଚାରୁଛି କିଏ ।
ପ୍ରେମ ନୁହେଁ ଖାଲି ଶରୀର ବିକାର 
   କେବଳ ହିଁ ଭିଜା ସ୍ମୁତି 
ପ୍ରକୃତି ପ୍ରାଚୁର୍ଯ୍ୟ ପ୍ରେମ ଅବଦାନ 
   ପ୍ରେମରେ ତିଷ୍ଟିଛି ସୃଷ୍ଟି ।

    ରାଉରକେଲା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା – ଭାବନା

Sunil Chandra Nayak

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବିପ୍ଳବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ପାଳିତ

Sunil Chandra Nayak

Leave a Comment

error: Content is protected !!