ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ହେ ବୁଦ୍ଧ

ହେ ବୁଦ୍ଧ

 

ହେ ବୁଦ୍ଧ,

ଆସ ପୁଣି ଥରେ ଫେରି

ବାଣ୍ଟି ଦିଅ ତୁମ ଶାନ୍ତିର ବାର୍ତ୍ତା

ଏହି ଯୁଦ୍ଧ ଜର୍ଜରିତ,ସ୍ବାର୍ଥ ଆଚ୍ଛାଦିତ

ପଥ ଭ୍ରଷ୍ଟ ସମାଜରେ,

ଆଉ

ବୁଝାଇ ଦିଅ ପୁଣି ଥରେ

ଏହି ସବୁ ସୁଖ ପାର୍ଥିବ

ସୁଖ କେବେ ସୀମା ଛୁଏଁ ନାହିଁ

ଦୁଃଖ କେବେ ଅନ୍ତହୀନ ନୁହେଁ

ସୁଖ ଦୁଃଖ ସବୁ ଏଠି ମାୟା ମରୀଚିକା

ସବୁ ସମ୍ପର୍କ ଏଠି ସ୍ବାର୍ଥ ଜଡ଼ିତ।

ହଁ ହଁ 

ତୁମେ ଆଉ ଥରେ ଆସ

ଭରିଦିଅ ସଭିଙ୍କ ମନରେ 

ବିଶ୍ଵାସର ବୀଜ

ଆଉ କହିଦିଅ ଭଲ ଭାବେ 

ଯଦି ଚାହୁଛ ଶାନ୍ତି

ସକଳ କାମନାକୁ କର ନିର୍ବାସିତ

ତେବେ ଯାଇ ହେବ 

ଜୀବନରୁ ଦୁଃଖର ଅନ୍ତ

ଶାନ୍ତି ସଭିଙ୍କ ମନରେ ହେବ ପ୍ରତିଷ୍ଠିତ ।।

 

ବୁଦ୍ଧମ୍ ଶରଣମ୍ ଗଛାମି

ସଂଘମ୍ ଶରଣମ୍ ଗଛାମି

ଧର୍ମମ୍ ଶରଣମ୍ ଗଛାମି।।

 

ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ

ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।।

 

ସସ୍ମିତେଶ ସାହୁ

Related posts

ପଣ୍ଡକୁଳ ଠାରୁ ଫରଙ୍ଗ ଶୋଚନୀୟ ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବୀ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

Leave a Comment

error: Content is protected !!