ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଉ କେତେ ବର୍ଷ ଲାଗିବ ବିକାଶ ପହଞ୍ଚିବାକୁ ? ଏବେ ବି ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା !

 ଭବାନୀ ପାଟଣା -:  ବିଜୁ ଜନତା ଦଳ ରାଜ୍ୟକୁ କ୍ରମାଗତ ୨୫ ବର୍ଷ ହେବ ଶାସନ କରୁଥିଲେ ମଧ୍ୟ ଏଯାଏଁ ଗ୍ରାମାଞ୍ଚଳକୁ ରାସ୍ତାଟିଏ ନିର୍ମାଣ କରିବାରେ ଅସମର୍ଥ ହୋଇଛି। ଯାହାରି ଫଳରେ ଆଜି ମଧ୍ୟ ନିରୀହ ଗରିବ ମହିଳାଙ୍କ ପାଇଁ ଖଟିଆ ଏକମାତ୍ର ସାହାରା ପାଲଟିଛି । ଏଭଳି ଏକ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଳକରେ। ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଲଝାପି ପଞ୍ଚାୟତର ଖମାରପଡା ଗ୍ରାମରୁ ବଡଦେର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ନାହିଁ କି ନଈ ନାଳ ପାରି ହେବାକୁ ପୋଲ ଟିଏ ମଧ୍ୟ ହୋଇ ପାରିନାହିଁ । ଫଳରେ ଗ୍ରାମର ପୁରୁଷୋତ୍ତମ ସୁନାନୀ ଙ୍କ ପତ୍ନୀ ସୁମତି ଦେଇ (୨୬) ଙ୍କୁ ଗର୍ଭାବସ୍ଥାରେ ଖଟିଆରେ ପରିବାର ଲୋକେ ମୂଖ୍ୟ ରାସ୍ତା ଯାଏଁ ବୋହି ଆଣିବାକୁ ପଡ଼ିଥିଲା । ସୁମତି ଙ୍କୁ ସ୍ଥାନୀୟ ଥୁଆମୂଳ ରାମପୁର ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ, କିନ୍ତୁ ଗାଁ କୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଚାଳକ ମୂଖ୍ୟ ରାସ୍ତା ପର୍ଯ୍ୟନ୍ତ ମହିଳାଙ୍କୁ ଆଣିବାକୁ କହିଥିଲେ। ଏଭଳି ପରିସ୍ଥିତିରେ କୌଣସି ଉପାୟ ନ ପାଇ ତାଙ୍କୁ ଖଟିଆରେ ଦୋଳି ସାହାଯ୍ୟରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣିବାକୁ ସକ୍ଷମ ହୋଇଥିଲେ। ସୁମତି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି।
ଏଠାରେ ରାଜ୍ୟ ସରକାରଙ୍କ ବିକାଶ ପ୍ରତ୍ୟେକ କ୍ଷେତ୍ରରେ ୧ନଂ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବିକାଶ ଯେ ଶୂନ୍ୟ ଏହା ସହଜରେ ଜଣା ପଡ଼ିଯାଏ।
ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଡ଼ାବୁଗାଁ ବ୍ଲକ୍ ସ୍ତରୀୟ “ସି ଆର୍ ସି ସି” ସଂଘ ଗଠିତ

Sunil Chandra Nayak

ସାଙ୍ଗ ର ଏଟିଏମ୍ ରୁ ଟଙ୍କା ଉଠେଇ, ଜେଲ୍ ଗଲେ ଯୁବକ

Sunil Chandra Nayak

Leave a Comment

error: Content is protected !!