ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ଜଣା ଅଜଣା – ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ..

ନିଜ ବିମାନରୁ ନିକ୍ଷେପିତ ଗୁଳି ହିଁ ଏପରି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଥିଲା….

ଶତ୍ରୁପକ୍ଷ ବିରୋଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ଆଧୁନିକ ଯୁଦ୍ଧ ବିମାନ ବିଶେଷ କରି ନିଜର ମାତ୍ରାଧିକ ବେଗ ପାଇଁ ପ୍ରସିଦ୍ଧ। ଏବେ ଶବ୍ଦଠାରୁ ବି ଅଧିକ ଗୁଣ ବେଗରେ ଗତି କଲା ଭଳି ବିଭିନ୍ନ ଧରଣର ଯୁଦ୍ଧ ବିମାନ ନିର୍ମିତ ହେଲାଣି। ତେବେ ଏଭଳି ଦ୍ରୁତ ଗତିଶୀଳ ଯୁଦ୍ଧବିମାନ ପ୍ରାରମ୍ଭିକ ଅବସ୍ଥାରେ ନିଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଏପରି ଅତ୍ୟାଧୁନିକ ବିମାନର ନୂଆ ନୂଆ ପରୀକ୍ଷଣ ବେଳେ ଅଜ୍ଞାତବଶତଃ ଏଭଳି ପ୍ରଥମ ଘଟଣା ଘଟିଥିଲା ୧୯୫୬ ମସିହା ସେପ୍ଟେମ୍ବର ୨୧ ତାରିଖରେ। ଆମେରିକା ନୌସେନାର ଜଣେ ଯୁବ ପାଇଲଟ ଆଟଲାଣ୍ଟିକ୍‌ ମହାସାଗର ଉପରେ ଏକ ନବନିର୍ମିତ ଯୁଦ୍ଧ ବିମାନ ଏଫ୍‌-୧୧ ଟାଇଗରର ପରୀକ୍ଷାମୂଳକ ଉଡ଼ାଣ କରୁଥିଲେ। ସେ ଭୂପୃଷ୍ଠରୁ ୨୦ ହଜାର ଫୁଟ ଉଚ୍ଚକୁ ବିମାନକୁ ନେଇଯାଇ ବନ୍ଧୁକରୁ ଗୁଳି ଫୁଟାଇବା ଲାଗି ପ୍ରସ୍ତୁତ ହୋଇଥିଲେ। ପରେ ୧୩ ହଜାର ଫୁଟ ଉଚ୍ଚ ଯାଏ ଖସି ଆସି ୭୦ ରାଉଣ୍ଡ୍‌ ଗୁଳି ଛାଡ଼ିଥିଲେ। ଏହାପରେ ୭ ହଜାର ଫୁଟ ଯାଏ ଖସି ଆସି ଆଉ କିଛି ଗୁଳି ଛାଡ଼ିଥିଲେ। ତେବେ ଏହାର କିଛି କ୍ଷଣ ପରେ ତାଙ୍କ ବିମାନ ଡେଣାରେ କିଛି ମାଡ଼ ହେବା ଜଣାପଡ଼ିଥିଲା। କୌଣସି ପକ୍ଷୀ ବାଜି ଖସିଯାଇଥିବା ସେ ଅନୁମାନ କରିଥିଲେ। ମାତ୍ର ବାରମ୍ବାର ଏପରି ଘଟି ବିମାନଟି ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜଙ୍ଗଲରେ ଖସି ପଡ଼ିଥିଲା। ସୌଭାଗ୍ୟକ୍ରମେ ପାଇଲଟ ଜଣକ ଗୁରୁତର ଆହତ ହୋଇ ବଞ୍ଚିଯାଇଥିଲେ ସିନା, ଖୋଳତାଡ଼ ପରେ ବିମାନରୁ ନିକ୍ଷେପିତ ଗୁଳି ହିଁ ଏପରି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଥିଲା। ବିମାନର ବେଗ (ଶବ୍ଦଠାରୁ ଅଧିକ) ଗୁଳିର ବେଗ ଠାରୁ ଅଧିକ ଥିବାରୁ ଗୁଳିଗୁଡ଼ିକ ଆଗେ ଆଗେ ଯାଉଥିଲେ ହେଁ ପଛରେ ବିମାନ ଆସି ସେଗୁଡ଼ିକୁ ଅତିକ୍ରମ କଲା ବେଳେ ସେଥିରେ ପିଟି ହୋଇଯାଇଥିଲା। ନିଜ ଗୁଳିର ଶିକାର ହେବା ପାଇଁ ବିମାନର ବେଗ ହିଁ ବଇରୀ ସାଜିଥିଲା। ତେବେ ସେପରି ଅଘଟଣକୁ ଦୂରେଇବା ଲାଗି ଏବେ ବିମାନରେ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ଖଞ୍ଜାଯିବା ସହ ତାହାର ଉଡ଼ାଣରେ ମଧ୍ୟ ନାନା ନିର୍ଦ୍ଦେଶାବଳି ଯୋଡ଼ାଗଲାଣି। ଏପରିକି ଯାବତୀୟ ସତର୍କତା ସତ୍ତ୍ବେ ତିନି ବର୍ଷ ତଳେ ନେଦରଲାଣ୍ଡ୍‌ସ ବାୟୁସେନାର ଏକ ଏଫ୍‌-୧୬ ବିମାନରୁ ଛଡ଼ାଯାଇଥିବା ଗୁଳିର ଶିକାର ବିମାନଟି ନିଜେ ହୋଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତୁର୍କୀ ଓ ସିରିୟାରେ ଭୟଙ୍କର ଭୂକମ୍ପ…  ଗଲାଣି ୮ହଜାରରୁ ଅଧିକ ଜୀବନ, ଏବେ ବି ଧ୍ୱଂସ ସ୍ତୁପ ତଳେ ଫସିରହିଛନ୍ତି ହଜାର ହଜାର ଲୋକ

Sunil Chandra Nayak

ନୀଳମାଧଵ ସରକାରୀ ହାଇସ୍କୁଲର ୩୫ ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପ୍ରା ମୁସ୍କୁଟି ଠାରେ ୫୪ତମ ବାର୍ଷିକ କ୍ରୀଡା ଉଦଯାପିତ  

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort