ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ଜଣା ଅଜଣା – ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ..

ନିଜ ବିମାନରୁ ନିକ୍ଷେପିତ ଗୁଳି ହିଁ ଏପରି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଥିଲା….

ଶତ୍ରୁପକ୍ଷ ବିରୋଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ଆଧୁନିକ ଯୁଦ୍ଧ ବିମାନ ବିଶେଷ କରି ନିଜର ମାତ୍ରାଧିକ ବେଗ ପାଇଁ ପ୍ରସିଦ୍ଧ। ଏବେ ଶବ୍ଦଠାରୁ ବି ଅଧିକ ଗୁଣ ବେଗରେ ଗତି କଲା ଭଳି ବିଭିନ୍ନ ଧରଣର ଯୁଦ୍ଧ ବିମାନ ନିର୍ମିତ ହେଲାଣି। ତେବେ ଏଭଳି ଦ୍ରୁତ ଗତିଶୀଳ ଯୁଦ୍ଧବିମାନ ପ୍ରାରମ୍ଭିକ ଅବସ୍ଥାରେ ନିଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଏପରି ଅତ୍ୟାଧୁନିକ ବିମାନର ନୂଆ ନୂଆ ପରୀକ୍ଷଣ ବେଳେ ଅଜ୍ଞାତବଶତଃ ଏଭଳି ପ୍ରଥମ ଘଟଣା ଘଟିଥିଲା ୧୯୫୬ ମସିହା ସେପ୍ଟେମ୍ବର ୨୧ ତାରିଖରେ। ଆମେରିକା ନୌସେନାର ଜଣେ ଯୁବ ପାଇଲଟ ଆଟଲାଣ୍ଟିକ୍‌ ମହାସାଗର ଉପରେ ଏକ ନବନିର୍ମିତ ଯୁଦ୍ଧ ବିମାନ ଏଫ୍‌-୧୧ ଟାଇଗରର ପରୀକ୍ଷାମୂଳକ ଉଡ଼ାଣ କରୁଥିଲେ। ସେ ଭୂପୃଷ୍ଠରୁ ୨୦ ହଜାର ଫୁଟ ଉଚ୍ଚକୁ ବିମାନକୁ ନେଇଯାଇ ବନ୍ଧୁକରୁ ଗୁଳି ଫୁଟାଇବା ଲାଗି ପ୍ରସ୍ତୁତ ହୋଇଥିଲେ। ପରେ ୧୩ ହଜାର ଫୁଟ ଉଚ୍ଚ ଯାଏ ଖସି ଆସି ୭୦ ରାଉଣ୍ଡ୍‌ ଗୁଳି ଛାଡ଼ିଥିଲେ। ଏହାପରେ ୭ ହଜାର ଫୁଟ ଯାଏ ଖସି ଆସି ଆଉ କିଛି ଗୁଳି ଛାଡ଼ିଥିଲେ। ତେବେ ଏହାର କିଛି କ୍ଷଣ ପରେ ତାଙ୍କ ବିମାନ ଡେଣାରେ କିଛି ମାଡ଼ ହେବା ଜଣାପଡ଼ିଥିଲା। କୌଣସି ପକ୍ଷୀ ବାଜି ଖସିଯାଇଥିବା ସେ ଅନୁମାନ କରିଥିଲେ। ମାତ୍ର ବାରମ୍ବାର ଏପରି ଘଟି ବିମାନଟି ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜଙ୍ଗଲରେ ଖସି ପଡ଼ିଥିଲା। ସୌଭାଗ୍ୟକ୍ରମେ ପାଇଲଟ ଜଣକ ଗୁରୁତର ଆହତ ହୋଇ ବଞ୍ଚିଯାଇଥିଲେ ସିନା, ଖୋଳତାଡ଼ ପରେ ବିମାନରୁ ନିକ୍ଷେପିତ ଗୁଳି ହିଁ ଏପରି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଥିଲା। ବିମାନର ବେଗ (ଶବ୍ଦଠାରୁ ଅଧିକ) ଗୁଳିର ବେଗ ଠାରୁ ଅଧିକ ଥିବାରୁ ଗୁଳିଗୁଡ଼ିକ ଆଗେ ଆଗେ ଯାଉଥିଲେ ହେଁ ପଛରେ ବିମାନ ଆସି ସେଗୁଡ଼ିକୁ ଅତିକ୍ରମ କଲା ବେଳେ ସେଥିରେ ପିଟି ହୋଇଯାଇଥିଲା। ନିଜ ଗୁଳିର ଶିକାର ହେବା ପାଇଁ ବିମାନର ବେଗ ହିଁ ବଇରୀ ସାଜିଥିଲା। ତେବେ ସେପରି ଅଘଟଣକୁ ଦୂରେଇବା ଲାଗି ଏବେ ବିମାନରେ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ଖଞ୍ଜାଯିବା ସହ ତାହାର ଉଡ଼ାଣରେ ମଧ୍ୟ ନାନା ନିର୍ଦ୍ଦେଶାବଳି ଯୋଡ଼ାଗଲାଣି। ଏପରିକି ଯାବତୀୟ ସତର୍କତା ସତ୍ତ୍ବେ ତିନି ବର୍ଷ ତଳେ ନେଦରଲାଣ୍ଡ୍‌ସ ବାୟୁସେନାର ଏକ ଏଫ୍‌-୧୬ ବିମାନରୁ ଛଡ଼ାଯାଇଥିବା ଗୁଳିର ଶିକାର ବିମାନଟି ନିଜେ ହୋଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ୟୁକ୍ରେନ – ରୁଷ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ଫଶିଥିବା ଭାରତୀୟ ଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ

Sunil Chandra Nayak

ପ୍ରଥମ ଥର ଜଣେ ୪ ବର୍ଷର ଶିଶୁ ବାର୍ଡ ଫ୍ଲୁରେ ହେଲା ସଂକ୍ରମିତ

Sunil Chandra Nayak

ଆମ ସଙ୍ଗେ ଦୁଷ୍କର୍ମ କରନାହିଁ: ‘କାନ୍‌ସ୍‌ ରେଡ୍‌ କାର୍ପେଟ୍‌’ରେ ପ୍ରତିବାଦ ପ୍ରଦର୍ଶନ କଲେ ଅର୍ଦ୍ଧନଗ୍ନ ଯୁବତୀ

Leave a Comment

error: Content is protected !!