ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରପାରି ରେ ପୂର୍ବତନ ସାଂସଦ ସୁବାସ ନାୟକ, ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସଂପନ୍ନ

ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ । ସକାଳ ୮ ଘଣ୍ଟା ୪୫ ମିନିଟରେ ଭବାନୀପାଟଣା ମେଡିକାଲରେ ପୂର୍ବତନ ସାଂସଦଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।ସବୁଦିନ ପରି ସେ ଆଜି ପ୍ରାତଃ ୩ ଘଣ୍ଟା ୩୦ ମିନିଟ ସମୟରେ ଉଠିବା ପରେ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ସବୁଦିନ ପରି ମୋବାଇଲ ରେ ରାଜ୍ୟ ତଥା ରାଜ୍ୟ ବାହାରର ବନ୍ଧୁ ଓ ଶୁଭେଚ୍ଛୁ ମାନଙ୍କୁ ଶୁଭ ସକାଳ ର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ ଏହାପରେ ସେ ବାଥରୁମ କୁ ଯାଇ ନିଜର ନିତ୍ୟକର୍ମ ସାରି ଚାହା ଓ ବିସ୍କୁଟ ଖାଇଥିଲେ ଏବଂ ଏହାପରେ ସେ ଅସୁସ୍ଥ ଅନୁଭବ କରିବାରୁ ବୋହୁ ଓ ଧର୍ମପତ୍ନୀ ଙ୍କୁ ଜଣାଇଥିଲେ।ଆମ୍ବୁଲାନ୍ସ କୁ ଡକାଯାଇ ଥିଲା ଏବଂ ଡାକ୍ତରଖାନାରେ ନେବା ବେଳେ ତାଙ୍କର ଦେହାନ୍ତ ଘଟିଥିଲା।ତାଙ୍କର ଦୁଇ ପୁଅ ଅନୁପସ୍ଥିତ ଥିଲେ। ଭାଇ ସୁନିଲ ଚନ୍ଦ୍ର ନାୟକ ଓ ଶରତ ଚନ୍ଦ୍ର ନାୟକ ବଡଭାଇଙ୍କ ମୃତ୍ୟୁ ଖବର ଆତ୍ମୀୟ ସ୍ଵଜନ ବନ୍ଧୁବର୍ଗ ଙ୍କୁ ଦେବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଘରକୁ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ଲୋକଙ୍କ ସୁଅ ଛୁଟି ଥିଲା । ପରେ ରୀତି ନୀତି ପାଳନ କରିବା ସହ ଦିନ ୧୨.୩୦ ଘଣ୍ଟା ସମୟରେ ସ୍ବର୍ଗତ ସୁବାସ ନାୟକ ମର ଶରୀରକୁ ପୁରୀ ସ୍ୱର୍ଗ ଦ୍ଵାର କୁ ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ଜନ୍ମ ଗ୍ରହଣ କରିଥିବା ସୁବାଷ ନାୟକ କିଛିବର୍ଷ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରେ ଚାକିରୀ କରୁଥିଲେ ।ପରବର୍ତ୍ତୀ ସମୟରେ ଦୈନିକ ଧରିତ୍ରୀ ଖବର କାଗଜ ର ଜିଲ୍ଲା ପ୍ରତିନିଧି ଭାବରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ରାଜ୍ୟର ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ ।ସାମ୍ବାଦିକତା ରୁ ସଂସଦ ଭବନ ପର୍ଯ୍ୟନ୍ତ ଜୀବନ ଯାତ୍ରା ରେ ସୁବାଷ ନାୟକ ଙ୍କ ସଫଳ ଯାତ୍ରା ଚିର ସ୍ମରଣୀୟ ହୋଇ ରହିବ ।୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସରୁ କଳାହାଣ୍ଡିର ସାଂସଦ ଥିଲେ । ବର୍ତ୍ତମାନ ବିଜେପି ସଦସ୍ୟ ଥିଲେ ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ ।
ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତାଙ୍କର ବିୟୋଗ ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସଂପନ୍ନ…..

ତାଙ୍କର ଇଚ୍ଛା ଥିଲା ସ୍ଵର୍ଗ ଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ଆଉ ସ୍ବର୍ଗତ ନାୟକ ଙ୍କ ଇଚ୍ଛାକୁ ପୂରଣ କରିଛନ୍ତି ତାଙ୍କ ଦୁଇ ପୁଅ ଓ ଆତ୍ମୀୟ ସ୍ଵଜନମାନେ।
ଆଜି ରାତି୧ଘଣ୍ଟା ସମୟରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।ବଡ଼ପୁଅ ଶିବରାମ ନାୟକ ମୁଖାଗ୍ନି ଦେଇଥିଲେ।ସାନପୁଅ ସୀତାରାମ ନାୟକ, ଦୁଇ ପୁତ୍ର ବଧୁ, ସାନ ଭାଇ ଶରତ ନାୟକ, ଝିଅ ଜ୍ବାଇଁ ଓ ଆତ୍ମୀୟ ସ୍ଵଜନ ଓ ବନ୍ଧୁବର୍ଗ ତାଙ୍କର ଶେଷ କୃତ୍ୟ ସମୟରେ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ଭୋଟ

ପାର୍ବଣ ଋତୁ ଉପଲକ୍ଷେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

Leave a Comment

error: Content is protected !!