ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ରାଉରକେଲା/ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ) ସେକ୍ଟର ୧୬ ର ବରିଷ୍ଠ ଶିକ୍ଷକ ତଥା ଜାତୀୟ ରେଫ୍ରି ଭାସ୍କର ନନ୍ଦ ଙ୍କୁ ବିଦ୍ୟାଳୟ ତରଫରୁ ଅବସରକଳୀନ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଶ୍ରୀ ନନ୍ଦ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ସଭାପତିତ୍ବ ଓ ସିଆରସିସି ଦୀପକ କୁମାର ସାମଲଙ୍କ ଆବାହକତ୍ବ ଓ ସଂଯୋଜନାରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଶିକ୍ଷକ ବୃନ୍ଦାବନ ଜେନା, ସଂଧ୍ୟା ଶରଣ, ଲୀଳାବତୀ ଚୌଧୁରୀ,ବିବେକାନନ୍ଦ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ,ରଶ୍ମିବାଳା ମହାପାତ୍ର, ସୁଜାତା ସାହୁ,ବିଣାପାଣୀ ପଣ୍ଡା,ସଂଧ୍ୟାରାଣୀ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାସ୍କର ସାର୍ ଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଅତିଥିଗଣ ଶ୍ରୀ ନନ୍ଦ ଙ୍କୁ ସମୟାନୁବର୍ତ୍ତିତା,ପ୍ରତିବଦ୍ଧତା ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ବ ବୋଲି ଅଭିହିତ କରିବା ସହ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ରୋମନ୍ଥନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ଶ୍ରୀ ନନ୍ଦଙ୍କ ଶିକ୍ଷା ଓ କ୍ରୀଡା ପ୍ରତି ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ। ସୁଜାତା ମାମ୍ କବିତା ମାଧ୍ୟମରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ରୀମାନେ ବିଦାୟୀ ସଂଗୀତ ଗାନ କରିଥିବା ବେଳେ ସିଦ୍ଧାର୍ଥ,ଆୟୁଷ ଓ ତେଜସ୍ବିନୀ ତାଙ୍କ ପ୍ରିୟ ସାର୍ ଙ୍କ ଉଦ୍ଦେଶ୍ୟରେ ବକ୍ତବ୍ଯ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସାରଙ୍ଗଧର ବରିହା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା, କୁଆରମୁଣ୍ଡା ବିଇଓ ସଦାନନ୍ଦ ପଧାନ, ଲାଠିକଟା ବିଇଓ ଦେବେନ୍ଦ୍ର ସା, ଏବିଇଓ ଶରତଚନ୍ଦ୍ର ପତି, ବିଶ୍ରା ବ୍ଲକ ଏବିଇଓ ତଥା ବିଆରସିସି ସତ୍ୟଭାମା ବେହେରା, ପ୍ରାକ୍ତନ ଏବିଇଓ ଦ୍ବୟ ପ୍ରଶାନ୍ତ କୁମାର ବେହେରା ଓ ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁଆର, ଆଭା ଅନ୍ବେଷ ର ବରିଷ୍ଠ କର୍ମକର୍ତ୍ତା ଆର୍ତ୍ତ ଜେନା ପ୍ରମୁଖ ଯୋଗଦେଇଥିବା ବେଳେ ରଶ୍ମିତ ସାହାଣୀ ମଂଚ ସଂଯୋଜନା ସହ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ଶ୍ରୀ ନନ୍ଦଙ୍କ ରେଫ୍ରି ଗୁରୁ ବିଭୂତି ଭୂଷଣ ମହାନ୍ତିଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରୁ ସସ୍ମିତା ମହାପାତ୍ର, ଗୀତାଞ୍ଜଳୀ ପଣ୍ଡା, ନୟନ ପତି ଓ ବିଦ୍ୟାଳୟର ସାବିତ୍ରୀ ଦାସ,ନିବେଦିତା ମହାପାତ୍ର,ପ୍ରମିଳା ପ୍ରଧାନ,ରେଣୁବାଳା ରାଉତ,କାବେରୀ ଭଞ୍ଜ,ଅମିତା କୁମାରୀ ସାହୁ,ଚିତ୍ରସେନ କଲତା ତଥା ପାଚିକା ବିନୋଦିନୀ ସାହୁ,କନକ ପୃଷ୍ଟି,ସବିତା ସାମନ୍ତ, ଶଶି ଗୌଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉଭୟ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପତି ସଭାପତିତ୍ବ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ ଓ ଶ୍ରୀ ନନ୍ଦଙ୍କ କାର୍ଯ୍ୟ ଦକ୍ଷତା ସଂପର୍କରେ ଆଲୋଚନା କରିଥିଲେ। ଅତିଥିଗଣ ଶ୍ରୀ ନନ୍ଦଙ୍କ ଅବସର ଜୀବନ ସୁଖମୟ ଓ ତାଙ୍କର କର୍ମ ନିପୁଣତାକୁ ପ୍ରଶଂସା କରିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଶ୍ରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଜୀବନ ନୂତନ ଭାବେ ଆରମ୍ଭ କରିବେ ବୋଲି କହିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉଡ଼ିଗଲା ଚମ୍ପାବନ ମୋହକ – ଝୁରି ବସିଛି ଗ୍ରାମବାସୀ

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାର ଧାରାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି

Sunil Chandra Nayak

ନୀଳଗିରି ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!