ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିତ୍ୟକ୍ତ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପାଣିରେ ବୁଡ଼ି ମୃତ୍ୟୁ ଅଭିଯୋଗ

କୋକସରା,୨୧/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ମୂଷାପାଲି ଗ୍ରାମର ଜଣେ ଯୁବତୀ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବିଭାଗ କର୍ମଚାରୀଙ୍କ ସହାୟତାରେ ପୋଖରୀ ପାଣି ମଧ୍ୟରୁ ଯୁବତୀଙ୍କ ଶବ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିବା ସୂଚନା ମିଲିଛି। ମୃତ ଯୁବତୀଙ୍କ ନାମ ବିଷ୍ଣୁ ପ୍ରିୟା ପଣ୍ଡା (୪୫) ବୋଳି ଜଣାପଡିଛି । ପରିବାର ବର୍ଗଙ୍କ କହିବା ଅନୁସାରେ ଯୁବତୀଙ୍କ ମାନସିକ ବିକାର ଅଛି ଓ ସେ ଆଜି ସକାଳୁ ଘରୁ ବାହାରି ଫେରି ନଥିବା ବେଳେ ଘର ପଛ ପଟେ ଚାଷ ଜମି ନିକଟରେ ଥିବା ପୋଖରୀରୁ ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ୧୪/୨୨ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ଏଏସଆଇ ଭରତ କୁମାର ଅହୀର ସୂଚନା ଦେଇଛନ୍ତି।

Related posts

ବିଦ୍ଯାଳୟ ପାଳନ କଲା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ଭାରସାମ୍ୟ ହରାଇ ଘର ଭିତରକୁ  ଧସେଇ ପଶିଲା କାର, ଜଣେ ଗୁରୁତର

Sunil Chandra Nayak

ବିଧାୟକ ଯୋଗଦେଲେ ଗଣେଶ ବିସର୍ଜନ ଉତ୍ସବରେ ନାଚି ନଚାଇଲେ ସମସ୍ତଙ୍କୁ

Sunil Chandra Nayak

Leave a Comment

error: Content is protected !!