ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

କୋକସରା,୧୮/୯- ( ମ ନି ସ)  କୋକସରା ବ୍ଲକ ଆମପାଣି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ରବିବାର ଆମପାଣି ଜୋନ ସ୍ତରୀୟ ବିଜେଡିର ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଆମପାଣିର ଆରାଧ୍ୟ ଦେବତା ପ୍ରଭୂ ବୁଢ଼ାରଜା ଦେବଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରୁ ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଶତାଧିକ ଦଳୀୟ କର୍ମୀ ଓ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ମଞ୍ଚରେ ପହଞ୍ଚି ଥିଲେ । ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ବ୍ଳକ ବିଜେଡ଼ି ସଭାପତି ସୁଶାନ୍ତ ବେହେରା ସ୍ୱାଗତ ଭାଷଣ ସହ ସଭାର ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ରାଜ୍ୟ ସରକାର ନିରନ୍ତର ରାଜ୍ୟର ବିକାଶ ଉପରେ ଗୁରୁତ୍ୱ ଦେଇଆସୁଥିବା ବେଳେ ଲୋକଙ୍କୁ କେବେ ଠକି ନାହାନ୍ତି, ତେଣୁ ଲୋକେ ମଧ୍ୟ ମୂଖ୍ୟ ମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବାରେ ସାମିଲ ହୋଇ ତାଙ୍କ ହାତ ମୁଠାକୁ ଆହୁରି ଟାଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସିଂଦେଓ ଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ ରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ରୁତୁରାଜ ମାଝି, କୋକସରା ଜୋନ୍ ୨ ଜିଲ୍ଲା ପରିଷଦ ତ୍ରିନାଥ ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ କୋକସରା ବ୍ଲକ ପ୍ରତିନିଧି ମାନସ ରଞ୍ଜନ ବାଗ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକି ଦଣ୍ଡସେନା, ବଡପୋଡାଗୁଡା ସରପଞ୍ଚ ଯମୁନା ନାଏକ, ଗୋତମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ଆଇନ ଜୀବି ମନୋଜ ନାଏକ, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି, ମହିମା ସରପଞ୍ଚ ଇଶରାମ କୋଲଥିଆ, ଗୋବିନ୍ଦ ମାଝୀ, ପୂର୍ବତନ ବରାଡଙ୍ଗା ସରପଞ୍ଚ ଗୋକୁଲ ନାଏକ ପ୍ରମୁଖ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ଯୋଗ ଦେଇଥିଲେ । ବିଧାୟକ ଓ ଜିଲ୍ଲା ସଭାପତି ସେମାନଙ୍କୁ ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ଦେଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ । ପରେ ଦଳର ବରିଷ୍ଠ, ସକ୍ରିୟ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ କୃଷକ ମାନଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାମୁହିକ ଭାବରେ ନବାନ୍ନ ଭକ୍ଷଣ କରାଯାଇଥିଲା । ବ୍ଳକ ବିଜେଡ଼ି ସମ୍ପାଦକ ପଞ୍ଚକ ପୋଢ଼, ସୁରେଶ ଚନ୍ଦ୍ର ସାହୁ ଓ ଖଗେଶ୍ୱର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ବିଜୟ କୁମାର ପଣ୍ଡା, ଶଶାଙ୍କ ପୁରୋହିତ, ହେମନ୍ତ ଭରାଶଗଡିଆ, ତାପସ ରଞ୍ଜନ ରାୟ, କେଶବ ବେଣୁପାଣି, ରାଜୁ ପଟେଲ, ମନୋରଞ୍ଜନ ବାଣୁଆ, ନିତ୍ୟାନନ୍ଦ ମାଝୀ, ନୃପ ନାଏକ, ଧର୍ମାନନ୍ଦ ନାଏକ, ବିମଲ ଦାସ, ପ୍ରମୋଦ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ,ପାର୍ଥବ ମାଝୀ, ନରେନ୍ଦ୍ର ଧଙ୍ଗଡାମାଝୀ,ବିନୋଦ ସିଂ, ପାର୍ଥବ ମାଝୀ, ଭିକରାମ ମାଝୀ, ଭୁବନାନନ୍ଦ ମାଝୀ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

Related posts

ଜଂଗଲି କନ୍ଦା କୁ ନେଇ ଗ୍ରାହକ ଟଣାଅଟରା

Sunil Chandra Nayak

ନୃସିଂହ ମନ୍ଦିର ପରିଚାଳନା କମିଟି ଜିରିଙ୍ଗିପଡା ପକ୍ଷରୁ ଗହ୍ମାଡିଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!