ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

   ନବରଙ୍ଗପୁର—(ମନିସ) ନବରଙ୍ଗପୁର ର ଐତିହାସିକ ପୀଠ ପୋଡ଼ାଗଡ଼ ଠାରେ. ପ୍ରାକ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ତିନିମୁଠାର ଯଥା ହୀରାପୁର ,ପରିଆ ଓ ବୋରିଗାଁ ର ତେ୍ୟାନବେ ମୌଜାର ରଇତ, ଭଗତ.. ଜଗତ ମାନଙ୍କୁ ନେଇ ଏହି ଦଶହରା ପର୍ବ ପ୍ରତେକ ବର୍ଷ ଭଳି ଏବର୍ଷ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ରାଜାଙ୍କ ଇଷ୍ଟ ଦେବ ଗୁଡ଼ୁରୁ ଭୈରବ ମନ୍ଦିରରେ ପୂଜକ ବିଂଜାଲ ପୁଜାରୀ , ନାରାୟଣ ପୁଜାରୀ, ପୂର୍ଣ୍ଣ ପୁକାରୀ , କୃଷ୍ଣ ପୁଜାରୀ., ହୀରାପୁର ଦେବ ପୁଜାରୀ, ବୋରିଗାଁ ଶୁକମନ ପୁଜାରୀ, ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ, ଉପଦେଷ୍ଟା ଦଶରୁ ନାୟକ, ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ପର୍ଗନିଆ ମାଝି- ମହେନ୍ଦ୍ର ମାଝୀ, ଗଣ୍ଡା ବଲ ଗଣ୍ଡା, ସୁକାଲୁ ପୁଜାରୀ ଯୋଗଦେଇଥିଲେ। ପାରମ୍ପରିକ ବାଦ୍ୟ ନାଦରେ ମା ଙ୍କ ପୂଜାକୁ ସୁରୁଖୁରୁରେ ସମ୍ପନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ସମୟ

ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!