ନବରଙ୍ଗପୁର—(ମନିସ) ନବରଙ୍ଗପୁର ର ଐତିହାସିକ ପୀଠ ପୋଡ଼ାଗଡ଼ ଠାରେ. ପ୍ରାକ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ତିନିମୁଠାର ଯଥା ହୀରାପୁର ,ପରିଆ ଓ ବୋରିଗାଁ ର ତେ୍ୟାନବେ ମୌଜାର ରଇତ, ଭଗତ.. ଜଗତ ମାନଙ୍କୁ ନେଇ ଏହି ଦଶହରା ପର୍ବ ପ୍ରତେକ ବର୍ଷ ଭଳି ଏବର୍ଷ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ରାଜାଙ୍କ ଇଷ୍ଟ ଦେବ ଗୁଡ଼ୁରୁ ଭୈରବ ମନ୍ଦିରରେ ପୂଜକ ବିଂଜାଲ ପୁଜାରୀ , ନାରାୟଣ ପୁଜାରୀ, ପୂର୍ଣ୍ଣ ପୁକାରୀ , କୃଷ୍ଣ ପୁଜାରୀ., ହୀରାପୁର ଦେବ ପୁଜାରୀ, ବୋରିଗାଁ ଶୁକମନ ପୁଜାରୀ, ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ, ଉପଦେଷ୍ଟା ଦଶରୁ ନାୟକ, ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ପର୍ଗନିଆ ମାଝି- ମହେନ୍ଦ୍ର ମାଝୀ, ଗଣ୍ଡା ବଲ ଗଣ୍ଡା, ସୁକାଲୁ ପୁଜାରୀ ଯୋଗଦେଇଥିଲେ। ପାରମ୍ପରିକ ବାଦ୍ୟ ନାଦରେ ମା ଙ୍କ ପୂଜାକୁ ସୁରୁଖୁରୁରେ ସମ୍ପନ କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।