ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

ବାଲେଶ୍ଵର, ୦୧/୧୦/୨୨- ବରିଷ୍ଠ ନାଗରିକ ମଞ୍ଚ, ଖଇରା, ବାଲେଶ୍ଵର ତରଫରୁ ବିଶ୍ବ ବରିଷ୍ଠ ନାଗରିକ ଦିବସ ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶରତ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାହିତ୍ୟ କ୍ଷେତ୍ରରେ ସମଗ୍ର ବାଲେଶ୍ଵର ଜିଲ୍ଲାରେ ସୁପରିଚିତ, ସୁ-ସାହିତ୍ୟିକ ଓ ସୁ-କବି ପ୍ରଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ସମସ୍ତଙ୍କୁ ଶିକ୍ଷଣୀୟ ଓ ଉଚିତ ମାର୍ଗରେ ଚାଲିବା ପାଇଁ ପଥପ୍ରଦର୍ଶକ ହୋଇଥିଲା । ମୁଖ୍ୟବକ୍ତା ଭାବେ କୁପାରୀ ଅମ୍ବିକା ଉଦାସୀନ ଆଶ୍ରମର ବାବା ଶୁଭେନ୍ଦୁ ମୁନି ଉଦାସୀନ, ସମ୍ମାନିତ ବକ୍ତା ସମାଜସେବୀ ତଥା ଆଇନଜୀବୀ ପ୍ରତାପ ଚନ୍ଦ୍ର ପଣ୍ଡା ଯୋଗଦେଇ ଖୁବ୍ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ବେଦପାଠ କରିଥିଲେ । ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାରଡାଙ୍ଗ ପଞ୍ଚାୟତ ଅଲିପୁରର ଶତାୟୁ ପୁରୁଷ ନେପାଳ ଚନ୍ଦ୍ର ଦାସଙ୍କୁ ମଞ୍ଚାସୀନ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପାଠ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ବରିଷ୍ଠ ମାନଙ୍କ ମଧ୍ୟରୁ ଜଗତାନନ୍ଦ ମହାପାତ୍ର ଉକ୍ତ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ । ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦେବେନ୍ଦ୍ର କୁମାର ରାଉତ, ରଘୁନାଥ ପତ୍ରୀ, ପଦ୍ମନାଭ ପଣ୍ଡା, କମଳାକାନ୍ତ ନାୟକ, ବସନ୍ତ ଖିଲାର, ଉପେନ୍ଦ୍ର ଦାସ, ମାୟାଧର ନାୟକ, ନିର୍ମଳ କୁମାର ପଣ୍ଡାଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

Sunil Chandra Nayak

Leave a Comment

error: Content is protected !!