ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁରରେ ମା ଡୋକରି ଦେବୀଙ୍କ ଦଶହରା ଓ କୁମାରତ୍ସବ ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ମା ଡୋକରି ଦେବୀଙ୍କ ୭୯ ତମ ଦଶହରା ପର୍ବ ଓ କୁମାରତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଦଶହରା ପର୍ବ ଦିନରେ ମାଙ୍କ ଝାମୁ ଯାତ୍ରା ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାଜପୁର ଗ୍ରାମର ମୁଖ୍ୟ ଅନିଲ ସିଂ ଦେଓ ଏବଂ ଗ୍ରାମର ଗୋନ୍ତିଆ ଶାନ୍ତନୁ ପାଣିଗ୍ରାହୀଙ୍କ ଦ୍ୱାରା ମା ଡୋକରି ଦେବୀଙ୍କ ପୂଜାର୍ଚନା କରାଯାଇଥିଲା । ଦଶହରା ପୂଜା କମିଟିର ସଭାପତି ଜୟନ୍ତ ପଣ୍ଡା ,ଉପସଭାପତି ରାହସ ଠେଲା ,ସମ୍ପାଦକ ଦୁଷ୍ମନ୍ତ ଠେଲା ,ସହ ସମ୍ପାଦକ କାହ୍ନୁ ମାଝି ଏବଂ କୋଷ।ଧକ୍ଷ ବେଦ ପ୍ରକାଶ ମାଝି ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଡୋକରି ଦେବୀଙ୍କ ଦଶହରା ପର୍ବ କାର୍ଯ୍ୟକ୍ରମ ରେ ନାଟକ ,ମେଲୋଡି ଏବଂ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚ ଉଦଘାଟନ କରିଥିଲେ ଜୁନାଗଡ଼ ବ୍ଲକ ଅଧକ୍ଷ। ସବିତା ମେହେର ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ସମିତି ସଭ୍ୟ। ଲେଲି ନାଗ ,ଖଲିଲ ନ।ଏକ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନ ଶ୍ୟାମ ଗୁରୁ ଙ୍କ ଦ୍ଵାରା ମଞ୍ଚ ଉଦଘାଟନ ହୋଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗୀତା ରେ ୯ ଟି ପୁରାତନ ଘୁମୁରା ଦଳ ଅଂଶ ଗ୍ରହଣ କରି ଥିବା ବେଳେ ରଙ୍ଗୀନ ଘୁମୁରା ଦଳ ମଧ୍ୟ ୯ ଟି ଅଂଶ ଗ୍ରହଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ଧବଳେଶ୍ବର ଠେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସୁଧାଂଶୁ ଶେଖର ମହାବିଦ୍ୟାଳୟ ର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନ ଶ୍ୟାମ ଗୁରୁ ,ସମ୍ମାନିତ ଅତିଥି ରୂପେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ଶିକ୍ଷକ ଜଗନ୍ନାଥ ମୁଣ୍ଡ ,ଶିକ୍ଷାବିତ ବାଲ୍ମୀକି ନ।ଏକ ,ଆଦିତ୍ୟ ପ୍ରସାଦ ଠେଲା ,ଦିଲୀପ ଗୁରୁ ,ସୁରେଶ ବାରିକ ,ସାମ୍ବାଦିକ ବ୍ୟମକେଶ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ଘୁମୁରା ପ୍ରତିଯୋଗୀତା ରେ ବିଚାରକ ଭାବରେ ସତ୍ୟ ନାରାୟଣ ଗୁରୁ ,ହରିହର ନ।ଏକ ,ମନୋଜ ଠେଲା ଏବଂ ଅଭିରାମ ପ୍ରଧାନୀ ଦାୟିତ୍ୱ ତୁଲାଇ ଥିଲେ । ପୁରାତନ ଘୁମୁରା ଦଳ ଭାବରେ ମା ଠାକୁରାଣୀ ଘୁମୁରା ଦଳ ପୋଟେସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାବା ରବି ଦାସ ଘୁମୁରା ଦଳ ଭବାନୀ ପାଟଣା ଦୂତୀୟ ଏବଂ ଜୟ ଡୋକରି ଘୁମୁରା ଦଳ ରାଜ।ମୁଣ୍ଡ। ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।।ସେହିପରି ରଙ୍ଗୀନ ଘୁମୁରା ଦଳରେ ମା ଲଙ୍କେଶ୍ୱରୀ କଳା ପରିଷଦ ଅନ୍ତର୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମା ଠାକୁରଣୁ କଳା ପରିଷଦ ବ।ନେର ଦୂତୀୟ ଏବଂ ମା ଲଙ୍କେଶ୍ୱରୀ ଘୁମୁରା ଦଳ ଡାଳଗୁମା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଜନ ସମାଗମ ଏବଂ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚିଲିଗୁଡା ଫାଣ୍ଡି ଅଧିକାରୀ ବୈଷ୍ଣବ ନ।ଏକ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ତପନ କୁମାର ପାଣିଗ୍ରାହୀ ଏବଂ ସହଯୋଗ କରିଥିଲେ ମଳୟ ଗୁରୁ ,ପ୍ୟାରିଲାଲ ନ।ଏକ, ଜଗତ ବାଗ ତଥା ରାଜପୁର ଗ୍ରାମବାସୀ ବୃନ୍ଦ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ଜଗନ୍ନାଥ ମୁଣ୍ଡ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

Sunil Chandra Nayak

ରେଖପୁର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

କବିତା – ସଦ ଭାବ

Sunil Chandra Nayak

Leave a Comment

error: Content is protected !!