ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ରାଉରକେଲା/ ତାଲୁକ ଆଇନ ସେବା କମିଟି, ପାନପୋଷ, ରାଉରକେଲା ଆନୁକୁଲ୍ୟରେ ଶ୍ରଦ୍ଧା ଅନୁଷ୍ଠାନ ପରିସର ରେ “ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ” ପାଳନ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ କମିଟି ର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ୍ ଡଃ .ଭି.ସୁଜାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ‌ଉପରେ ଆଲୋକପାତ କରି କହିଲେ ଯେ , ସମସ୍ତ ଙ୍କ ର ଅଧିକାର ସବୁ କ୍ଷେତ୍ରରେ ସମାନ କିନ୍ତୁ କେତେକ କ୍ଷେତ୍ରରେ ଏହାକୁ ସ୍ଵତନ୍ତ୍ର ଭାବେ ବିବେଚନା କରାଯାଇଥାଏ । ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ପ୍ରତିକାର ବ୍ୟବସ୍ଥା ଉପରେ ଆଧାରିତ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାଲୁକ ଆଇନ କମିଟି ର ସଦସ୍ୟ ତଥା ସେକେଣ୍ଡ ଏଡିଜେ ଶ୍ରୀ ମନୋଜ କୁମାର, ଏସ୍.ଡି.ଜେ.ଏମ ଅରୋଲିପି ପରିଜା , ଚରଣ କୁମାର ଜେନା (ଜେଏମଏଫସି), ସୈାରଭ ଶର୍ମା (ଜେଏମଏଫସି ରୂରାଲ), ଉମାକାନ୍ତ ବେହେରା (ଜେଏମଏଫସି ) ପ୍ରଭୃତି ଉପସ୍ଥିତ ହୋଇ ପ୍ରାସଙ୍ଗିକ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭ ରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ପାଣ୍ଡବ ଅତିଥି ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ । ସଭାପତି ପଶୁପତିନାଥ ଚାଟାର୍ଜୀ ସଭା ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରଦ୍ଧା ର ହଜିରୀଲାଲ ଶାହା,ନରେଶ ପଟେଲ , ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ତାଲୁକ ଆଇନ କମିଟି ର ସଂଯୋଜିକା ଇଭା ଅନୁପମା ଲୁଗୁନ୍ ଓ ଶ୍ରଦ୍ଧା ର ସୁକୁମାର ପାଣ୍ଡବ, ପ୍ରିତି ବାରିକ , ଅଞ୍ଜଳି ମହାରଣା , ଇତିଶ୍ରୀ ଦାସ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ତାଲୁକ ଆଇନ କମିଟି ପକ୍ଷରୁ ଶ୍ରଦ୍ଧା ର ପିଲାମାନଙ୍କୁ ଫଳ ଓ ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ଗାଁ କଲ୍ୟାଣ ସମିତି ରୁ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ 

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

Sunil Chandra Nayak

Leave a Comment

error: Content is protected !!