ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ , ଜ଼ିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା

ବୌଦ୍ଧ,୨୨ା୧୦ – ବୌଦ୍ଧଜ଼ିଲ୍ଲାରେ ଜ଼ିଲ୍ଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବା ପରେ ଜ଼ିଲ୍ଲାପାଠାଗାର ଉନ୍ନତିକରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢିବାର ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ମଧ୍ୟରେ ସମସ୍ତ ଆଧୁନିକ ସୁବିଧା ସହିତ ପାଠାଗାର ଖୋଲାଯାଇ ବୁଦ୍ଧିଜିବୀ ,ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତିକା, ମାଗାଜିନ ଓ ସମ୍ବାଦପତ୍ର ପଢିବାର ସୁଯୋଗ ସୃଷ୍ଟି କରାଯାଇଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପାଠକ ପାଠିକା,ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ଓ ବୁଦ୍ଧଜିବୀମାନେ ପାଠାଗାରରେ ପହଞ୍ଚୁଥିବା ବେଳେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡିଛି । ସରକାରୀ ଛୁଟି ଦିବସ ବ୍ୟତୀତ ସମସ୍ତ କାର୍ଯ୍ୟ ଦିବସରେ ଏହି ପାଠାଗାର ସକାଳ ୧୦ ଘଣ୍ଟା ଠାରୁ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାଯାଇଛି । ଏହି ପାଠାଗାର ପ୍ରତି ଛାତ୍ରଛାତ୍ରୀମାନଙ୍କ ଆକର୍ଷଣ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷିରେ ଶନିବାର ଦିନ ବୌଦ୍ଧ ପଞ୍ଚାୟତ କଲେଜ ସହଯୋଗରେ ପାଠାଗାର ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦୁଇଟି ବର୍ଗରେ ୧୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମନୀଷାରାଣୀ ପୁରୋହିତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂତୃିପ୍ତି ସାହୁ ଦ୍ୱିତିୟ ଓ ଶ୍ରେୟାଂଶି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବିଭାଗରେ ବୌଦ୍ଧ ପଞ୍ଚାୟତ କଲେଜର ଏଲ.ରାହୁଲ ରାଓ ପ୍ରଥମ,ବର୍ଷାରାଣୀ ମେହେର ଦ୍ୱିତିୟ ଓ ଅର୍ପିତା ଦେଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ତଥା ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ କଲେଜର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା,ଅଧ୍ୟାପକ ପ୍ରବୀର କୁମାର ଦାସ,ଅଧ୍ୟାପିକା କଲ୍ୟାଣୀ ଦେବୀ ସୁନାନୀ,ଶୁଭଙ୍କରୀ ବଡମାଳି ଓ ସ୍ଥପତି ସୁମନ ଷଡଙ୍ଗୀ ଯୋଗଦେଇ କୃତୀ ଛାତ୍ରଛାତୀଙ୍କୁ ପୁରସ୍କୃତ କରିଥିଲେ । ଅକ୍ଷୟ କୁମାର ମହାକୁଡ,ଜିତେନ୍ଦ୍ର ମହାନ୍ତି ଓ ବୀର କିଶୋର କର୍ମୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବିଧାୟକ ଙ୍କ ଅନୁଦାନ 2ଲକ୍ଷ୍ ଟଙ୍କା ଖାଇଗଲେ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!