ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଭିନବ ଉପାୟରେ ଜନ୍ମ ଦିନ ପାଳନ

ବୌଦ୍ଧ – 26/10 – ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବନଦୂର୍ଗା ବରିଷ୍ଠ ନାଗରିକ ସେବା ଗୃହ ଝାଡରାଜିଂ ଠାରେ ସମାଜସେବୀ ସୁପ୍ରିୟା ଦେହୁରୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ସେବାଗୃହରେ ଥିବା ଅନ୍ତେବାସୀଙ୍କୁ ଫଳ , ଜୁସ ଓ ବିସ୍କୁଟ ପ୍ରଦାନ କରି ତାଙ୍କ ସହିତ ସମୟ ବିତେଇଥିଲେ। ଅନ୍ତେବାସୀଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଲାଭ କରିଛନ୍ତି। ଆଜିର ଅତ୍ୟାଧୁନିକ ଯୁଗରେ ଲୋକେ କେକ୍ କାଟି ପାର୍ଟି କରନ୍ତି , କିନ୍ତୁ ଯୁବ ସମାଜସେବୀ ଅନ୍ତେବାସୀଙ୍କ ସହିତ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କ ସହିତ ସ୍ଵେଚ୍ଛାସେବୀ ପ୍ରତାପ ମେହେର , ବନଦୁର୍ଗା ବରିଷ୍ଠ ନାଗରିକ ଗୃହର ସମ୍ପାଦିକା ଶ୍ରୀମତୀ ବାସନ୍ତୀ ନନ୍ଦ ଏବଂ କର୍ମୀ ସନ୍ତୋଷ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ଆଇଏଏସ୍, ଡଃ ଗାଭିଲ ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି

Sunil Chandra Nayak

Leave a Comment

error: Content is protected !!