ପଞ୍ଚୁକ ନିମନ୍ତେ ସ୍ବତନ୍ତ୍ର ଆୟୋଜନ
ରାଇଘର (ମ ନି ସ)୨୬/୧୦ – ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ତ୍ରିନାଥ ମନ୍ଦିର ଠାରେ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟ ପ୍ରହରୀ ଚଳିତ ବର୍ଷ ଧୁମ୍ ଧାମ୍ ରେ ପାଳନ ହେବା ନିମନ୍ତେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି l କମିଟି ପକ୍ଷରୁ ସୂଚନା ଅନୁଯାୟୀ ଚଳିତ ବର୍ଷ ପଞ୍ଚୁକ ନିମନ୍ତେ ନଭେମ୍ବର ୪ତାରିଖ ଠାରୁ ପୂଜା ବିଧି ଆରମ୍ଭ ହେବ l ୪ତାରିଖ ସନ୍ଧ୍ୟାରେ କମିଟି ପକ୍ଷରୁ ୫ଶହ ଦୀପ ପ୍ରଜ୍ଜଲନ ହେବ l ୫ତାରିଖ ଅଧିବାସ,କଳସ ଯାତ୍ରା, ୬ତାରିଖ ସକାଳ ୬ଟା ଠାରୁ ୭ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନାମ ସଂକୀର୍ତନ କାର୍ଯ୍ୟକ୍ରମ ରହିଛି l ୬ତାରିଖ ରବିବାର ଦିନ ୧୨ଟା ସମୟ ଠାରୁ ରାତ୍ରୀ ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା ଓ ୭ତାରିଖ ସୋମବାର ଦିନ ୯ଟା ସମୟ ରେ ନଗର ସଂକୀର୍ତନ ହେବ l ଅଷ୍ଟ ପ୍ରହରୀ ନିମନ୍ତେ ଚଳିତ ବର୍ଷ ମୋଟ ୮ଟି କୀର୍ତନ ଦଳ ସାମିଲ୍ ହେଉଥିବା ବେଳେ କଳାହାଣ୍ଡିର ତିନି ଗୋଟି କୀର୍ତନ ଦଳ ସାମିଲ୍ ହେବେ l ଚଳିତ ବର୍ଷ ମହାଆଡମ୍ବରରେ ଅଷ୍ଟପ୍ରହରୀ ଅନୁଷ୍ଠିତ ହେବାକୁ ଥିବା ବେଳେ କମିଟିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସହଯୋଗ ଆରମ୍ଭ କରିଛନ୍ତି l ଅଷ୍ଟପ୍ରହରୀ ନିମନ୍ତେ ସବୁ ମହଲରେ ସହଯୋଗ ହେଉଥିବା ବେଳେ ଚଳିତ ବର୍ଷ ସମ୍ପୁର୍ଣ୍ ନୂଆ ଢ଼ଙ୍ଗ ଅଷ୍ଟପ୍ରହରୀ ଅନୁଷ୍ଠିତ ହେବ l ଆଲୋକମାଳା ସଜ୍ଜାରେ ଆଲୋକିତ ହେବା ସହ ରାଇଘର ମୁଖ୍ୟ ବଜାର ରେ ହରେ କୃଷ୍ଣ ନାମରେ ପ୍ରଚାରିତ ହେବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍