ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାଣ୍ଡବୋଷ ଓ ରୁଙ୍ଗଟା କମ୍ପାନୀ ପ୍ରଭାବିତ ଆନନ୍ଦପୁର ଗସ୍ତ

 ମୟୂରଭଞ୍ଜ – ୨୨/୧୦୨୨(ମସିହା) କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମଙ୍ଗଳବାର ଦିନ ରାଇରଙ୍ଗପୁର ଦିନିକିଆ ଗସ୍ତକରି ଫେରି ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମ , ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା,ତଥା ତାଙ୍କ ପୋଷ୍ୟ ଗ୍ରାମ ଦାଣ୍ଡବୋଷ ଗସ୍ତ କରିଥିଲେ । ଅଲଚିକିଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥାନ ସମାଧିସ୍ଥଳ ଗସ୍ତ କରି ସେଠାରେ ପାରିପାର୍ଶ୍ବିକ ବିକାଶ ଓ ଉନ୍ନତିକରଣ ପାଇଁ ସେଠାକାର କମିଟି ସହ ଆଲୋଚନା କରିଥିଲେ । ପରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗାଳରେ ବିଜେପିର ସୋସିଆଲ ମିଡ଼ିଆ କର୍ମିଙ୍କ ସହ ଆଲୋଚନା କରି ସୋସିଆଲ ମିଡ଼ିଆ ଗଠନ ସହ ଗୁରୁତ୍ବ ଦେଇଥିଲେ । ପରେ ସେଠାରେ ଦଳୀୟ କର୍ମି ଏବଂ ଆଦିବାସୀ ସମାଜର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରି ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ତିରୋଧାନ ଦିଵସଠାରୁ ଜୟନ୍ତୀ ମାସ ପର୍ଯ୍ୟନ୍ତ ଏକ ଆଦିବାସୀ ଗୌରବ ରଥ ଯାତ୍ରା ବାହାରିବ ଯାହାକି ସମଗ୍ର ଜିଲ୍ଲା କୋଣରୁ ଅନୁକୋଣ ପର୍ଯ୍ୟନ୍ତ ବୁଲି ଲୋକଙ୍କ ମଧ୍ଯରେ ଜନଜାଗରଣ ସୃଷ୍ଟି କରାଯିବ ।ସେହି ଗୌରବ ରଥରେ ଆଦିବାସୀ ସମାଜର ମହାପୁରୁଷ ବାବା ତିଲକା ମାଝୀ,ସିଦୋ କାହ୍ନୁଙ୍କ ସମେତ ବହୁ ମହାପୁରୁଷଙ୍କ ଫଟୋଚିତ୍ର, ପ୍ରତିମୂର୍ତ୍ତି ସ୍ଥାନ ପାଇବ ବୋଲି ସୂଚନା ଦେଇଥିଲେ ।ପରେ ଚଳିତ ମାସ ୧୮ ତାରିଖରେ ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଆଗାମି ଦିନେ ପ୍ରଭାବିତ ହେବାକୁ ଯାଉଥିବା ଦାଣ୍ଡବୋଷ,ଆନନ୍ଦପୁର କଣ୍ଟାବଣି ଗ୍ରାମର ଲୋକେ ତାଙ୍କ ଗ୍ରାମକୁ ଆସିବା ପାଇଁ ନିବେଦନ କରିଥିଲେ । ସେମାନଙ୍କ କଥା ରକ୍ଷା କରି ଆନନ୍ଦପୁର ଗ୍ରାମକୁ ଯାଇଥିଲେ । ଗ୍ରାମବାସୀ ନୃତ୍ୟ ବାଜାରେ ତାଳେ ତାଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଲୌହ ଶିଳ୍ପ ପ୍ରତିଷ୍ଠା ହେଲେ ସେଠାରେ ଆଦିବାସୀଙ୍କ ଜୀବନ,ଜୀବିକା ପ୍ରଭାବିତ ହେବ । ଭିଟାମାଟି ହରାଇବେ,ପରିବେଶ ପ୍ରଦୂଷଣ ହେବ,ହଜାର ହଜାର ମୂଲ୍ୟବାନ ବୃକ୍ଷ ନଷ୍ଟ ହେବ । ରାଇରଙ୍ଗପୁର ସହ ସମେତ ଆଖପାଖ ପ୍ରଦୂଷଣ ହେବ । ଐତିହ୍ୟ ସ୍ଥଳ ଦାଣ୍ଡବୋଷ ଓ ଗୁଣ୍ଡୁରିଆ ମଧ୍ୟ ପ୍ରଭାବିତ ହେବ । ଗୋରିଆ ନଦୀରେ ସ୍ଥାପିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଜଳ ଶୋଷିନେବ ଲୌହଶିଳ୍ପ । ପାଣି ପାଇଁ ଡହଳ ବିକଳ ହେବେ ଅଂଚଳବାସୀ । ପ୍ରଶାସନ ସିଧାସଳଖ ପେଷା ଆଇନ ଉଲ୍ଲଂଘନ କରିବାକୁ ଯାଉଛନ୍ତି ।ବିନା ଗ୍ରାମ ସଭାରେ କାମ ଆଗେଇ ନେବାକୁ ଚାହୁଁଛନ୍ତି ।ଆମେ ରୁଙ୍ଗଟା କମ୍ପାନୀ କୁ ଇଂଚେ ଜମି ଛାଡ଼ିବୁ ନାହିଁ ।ପ୍ରଶାସନ ଚାକିରୀ ଦେବା ,ଜମି ବାବଦକୁ ଅଧିକ ଅର୍ଥ, ନୂତନଗୃହ ଦେବ କହି ପ୍ରରଲୋଭନ ଦେଖାଉଛନ୍ତି ।ସମସ୍ତଙ୍କ ଦୁଃଖ ଓ ଅସନ୍ତୋଷ କୁ ଲକ୍ଷ୍ୟ କରି କେନ୍ଦ୍ରମନ୍ତ୍ରୀ ପ୍ରଶାସନ ଓ ରୁଙ୍ଗଟା କମ୍ପାନୀ ସହ ଆଲୋଚନା କରିବେ ବୋଲି କହିଥିଲେ । ସାଂସଦଙ୍କ ସହ ସାଂସଦଙ୍କ ପ୍ରତିନିଧି ବରୁଣ ଦେ,ସତ୍ଯ ମିଶ୍ର,ସଂଜୟ ନାୟକ,ବିଜୁ ଗୋପାଲ ଗୋପ,ସାମନ୍ତ ଗିରି,ବିଜେପି ଏସପି ମୋର୍ଚା କାର୍ଯ୍ୟକାରିଣୀ ସଦସ୍ଯ ଖେଲାରାମ ହାଁସଦା,ଏବିଜେପି ଏସପି ମୋର୍ଚା ସଦସ୍ଯ ଫାଗୁରାମ ମାର୍ଣ୍ଡୀ ସମେତ ବହୁ ଦଳୀୟ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ 

Related posts

ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

ଭାରତରେ ପ୍ରଥମ; ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

Leave a Comment

error: Content is protected !!