ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାବୀ ପୂରଣ କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନବାଡି କର୍ମୀ

ବିଭିନ୍ନ ଦାବୀ ପୂରଣ କୁ ନେଇ ଗୁରୁବାର ଦିନ କନ୍ଧମାଳ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଶାଖା ସଭାପତି ଆରତୀ ବେହେରା ଙ୍କର ନେତୃତ୍ୱରେ ଜିଲ୍ଲା ର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଧାରଣା ରେ ବସିଥିଲେ। ସରକାର ସମସ୍ତ ବିଭାଗ ର ଦାବି ପୂରଣ କରି ସଫଳ କରୁଥିବା ବେଳେ ଅଙ୍ଗନବାଡି କର୍ମୀ ଙ୍କ ପ୍ରତି ବୈମାତୃକ ମନଭାଵ ରଖିଛନ୍ତି କାହିଁକି। ସରକାର ସବୁ ବିଭାଗ ର କର୍ମଚାରୀ ମାନଙ୍କର ଦରମା , ସମସ୍ତ ଅନ୍ୟାନ୍ୟ ସୁବିଧା କରୁଛନ୍ତି। ଅଙ୍ଗନବାଡି କର୍ମୀ ପ୍ରତି କାହିଁକି ସରକାର ଙ୍କର ବୈମାତୃକ ମନଭାବ ବୋଲି ସଭାପତି ଆରତୀ ବେହେରା ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ପ୍ରଶ୍ନ କରିଥିବା ବେଳେ ଦୀର୍ଘ ଦିନ ଧରି ଅଙ୍ଗନବାଡି ଙ୍କର ଦରମା ବୃଦ୍ଧି କରିବା ନିମନ୍ତେ ଏବଂ ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ସଂଗଠନ ପକ୍ଷରୁ ବାରମ୍ବାର ସରକାର ଙ୍କର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି ସରକାର ଏହାର କୌଣସି ପ୍ରତିକାର ନକରି ଓଲଟା କାର୍ଯ୍ୟଭାର ବୃଦ୍ଧି କରୁଛନ୍ତି। ବୋଲି ଗଣମାଧ୍ୟମ କୁ କହିଥିବା ବେଳେ ସେମାନଙ୍କ ର ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବି ଗୁଡିକ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖାଯିବ ବୋଲି କନ୍ଧମାଳ ଜିଲ୍ଲା ଅଙ୍ଗନବାଡି ଆସୋସିଏସନ ସଭାପତି ଶ୍ରୀମତୀ ବେହେରା ଓ ସମ୍ପାଦିକା ଯୁବତୀ ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଏହି ଧାରଣା ଯୋଗ ଦେବା ପାଇଁ ଜିଲ୍ଲା ର ସମସ୍ତ ବ୍ଳକ୍ ର ଅଙ୍ଗନବାଡି କର୍ମୀ ଆସି ଯୋଗ ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶ୍ରୀୟାଚାଣ୍ଡାଳୁଣୀ

Sunil Chandra Nayak

ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

ଭବାନୀପାଟଣା ରାତିଅଧିଆ ଭିଜିଲାନ୍ସ ରେଡ

Sunil Chandra Nayak

Leave a Comment

error: Content is protected !!