ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ବାଲେଶ୍ଵର,୦୫/୧୨/୨୨- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅଧିନ ମଇତାପୁର ପଞ୍ଚାୟତରେ ଥିବା ଭାରତ ସେବାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପରମାନନ୍ଦ ଚୁଡ଼ୱାଲଙ୍କ ୯୫ ତମ ଜୟନ୍ତୀ ଓ ୫୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସିମୁଳିଆ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଅନୁଷ୍ଠିତ ସଭାରେ ବିଧାୟକ ବକ୍ତବ୍ୟ ରଖିଥିଲେ । ଶେଷରେ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଭାଲ କରି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଧାୟକଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ବେଶ୍ ଖୁସି ହୋଇଥିବା ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚାଷୀ ଙ୍କୁ ସରକାରୀ ସୁବିଧା ଉପଲବ୍ଧି ରେ ବାଧକ ଦୂର ପାଇଁ କ୍ୟାମ୍ପ ଓ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମହାଭାରତ କଥା…..୬

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!