ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

ନୂଆପଡା,ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରତିବର୍ଷ ଭଳି ହୋଇ ଆସୁଥିବା ୨୦ ତମ ସର୍ବ ଭାରତୀୟ କେ ସି ଏସ ଏ କ୍ରିକେଟ ତୃତୀୟ ଦିନରେ । ପ୍ରଥମ ମ୍ୟାଚ ଛତିଶଗଡ ଫରେଷ୍ଟ ଓ ଆର ଏସ କେ ଭିଳାଇ ମଧ୍ୟରେ ହୋଇଥିବା ବେଳେ ଛତିଶଗଡ ଫରେଷ୍ଟ ପ୍ରଥମେ ବ୍ୟାଟିଂଙ୍ଗ କରି ଆଠ ଉଇକେଟ ବିନିମୟରେ ୨୨୦ ରନ କରିଥିବା ବେଳେ ଆର ଏସ କେ ଭିଳାଇ ୧୮ ଓଭେର ରେ ୧୮୧ ରନ କରି ୩୯ ରନରେ ପରାଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧକ୍ଷ୍ୟା ପୁଷ୍ପାଞ୍ଜଳି ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଓ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଯୋଗ ଦେଇଥିଲେ । ସେହିପରି ଦିତୀୟ ମ୍ୟାଚ ଖଡ଼ିଆଳ କେ ସି ଏସ ଏ ଓ କଟକ ଇଉନିୟଂନ ମଧ୍ୟରେ ହୋଇଥିବା ବେଳେ ଖଡ଼ିଆଳ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭେରରେ ୨୧୮ ରନ କରିଥିବା ବେଳେ କଟକ ୟୁନିୟନ ୧୮ ଓଭରରେ ଦଶ ଉକେଟ ୧୨୬ ରନ କରି ୯୨ ରନରେ ପରାଜିତ ହୋଇଥିଲା । ଖଡ଼ିଆଳର ଅମିତାଭ ପଟେଲ ୩୨ ବଳରେ ୬୬ ରନ କରିଥିବାରୁ ମେନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ପ୍ରତାପ ପାତ୍ର ଓ ବିଶ୍ଵଜିତ ପୁରୋହିତ । ଧାରା ବିବରଣୀ ପ୍ରଦାନ କରିଥିଲେ ବିଶ୍ଵଜିତ ପାଢ଼ୀ, ଆଶିଷ ତ୍ରିବେଦୀ, ଟୁନା ନାଏକ ଓ ସ୍କୋରର ରାକେଶ ସାହୁ (କଟକ) କାର୍ଯ୍ୟ ସମ୍ପାଦନ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ବ୍ୟବସାୟୀ ଡବୁ ଅଗ୍ରୱାଲ ଯୋଗ ଦେଇଥିଲେ । କେ ସି ଏସ ଏ ଆୟୋଜନ କମିଟିର ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ସଦସ୍ୟ ଟୁନା ନାଏକ, ଗୁଡୁ ପାଣିଗ୍ରାହୀ, ଅମିତାଭ ପଟେଲ, ନେତ୍ରାନନ୍ଦ ଶବର, ଶ୍ୟାମ ସୁନ୍ଦର ନାଗ, ସରୋଜ ପଣ୍ଡା, ସୁବୁ ଭୋଇ, ବିନୋଦ ଦୁରିଆ, ହରିହର ସାହୁ, ନନ୍ଦୁ ସାହୁ, ଅକ୍ଷ ପାଢ଼ୀ, ନିତିନ ପଟ୍ଟନାୟକ, ଫିରୋଜ ଖାନ, ଆଦିତ୍ୟ ମହାପାତ୍ର ସେମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶୁକ୍ରବାର ସେମିଫାଇନାଲ ମ୍ୟାଚ ଖଡ଼ିଆଳ କେ ସି ଏସ ଏ ଓ ଛତିଶଗଡ ଫରେଷ୍ଟ ମଧ୍ୟରେ ହେବ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

masiha

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!