ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ପ୍ରତିଷ୍ଟା ଦିବସ ଓ ୨୫ ବର୍ଷ ବିଜେଡି ଶାସନ ପୁର୍ତ୍ତି ଅବସରରେ ପାଳନ କଲେ ବିଜେଡି କର୍ମୀ ବୃନ୍ଦ

ଡାବୁଗାଁ, ୨୬/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଜଗନ୍ନାଥ ମନ୍ଦିର ସାମ୍ନାରେ ବିଜେଡି କର୍ମୀମାନଙ୍କ ପ୍ରଚେଷ୍ଟାରେ ଆଜି ବିଜୁ ପ୍ରତିଷ୍ଟା ଦିବସ ଓ ୨୫ ବର୍ଷ ବିଜେଡି ଶାସନ ପୁର୍ତ୍ତି ଅବସରରେ ପାଳନ କଲେ ବିଜେଡି କର୍ମୀ ବୃନ୍ଦ । ଏହି ଅବସରରେ ବିଜେଡି କର୍ମୀ ଏମ. ବାସି ରାଓ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, ସମ୍ମାନୀତ ଅତିଥି ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ବରିଷ୍ଠ କର୍ମୀ ତଥା ପୁର୍ବତନ ସରପଞ୍ଚ ଜି ପ୍ରକାଶ ରାଓ, ଲକ୍ଷ୍ମୀଧର ବିଷୋୟୀ, ଅଭିନ ପାତ୍ର, ଅଭିରାମ ପଣ୍ଡା, ଜଗନ୍ନାଥ ରେଲି, ବିକ୍ରମ ଗଉଡ, ଜି. ମୁରଲି ରାଓ, ବବଲୁ ତ୍ରିପାଠୀ ପ୍ରମୁଖ୍ ବହୁ କର୍ମୀବୃନ୍ଦ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଧୁପ ଜଳାଇ ଲଗାଇ ଥିଲେ । ବିଜୁ ବାବୁ ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହେବାବେଳେ ସାଂସଦ, ବିଧାୟକ ଓ ବିଜେଡି ଦଳର ସ୍ଲୋଗାନ ଦେଇ ଜୟ୍ ଜୟକାର ଧ୍ଵନୀ କରିଥିଲେ । ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଅଭିରାମ ପଣ୍ଡା ପ୍ରବାଦ ପୁରୁଷ ବିଜୁ ବାବୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କ ନିତୀ ଆଦର୍ଶ ଉପରେ ବକ୍ତବ୍ୟ ରଖି ଏକ ମନ ଏକପ୍ରାଣ ହୋଇ ମନାନ୍ତର ନ ହୋଇ ଦଳକୁ ଆଗେଇ ନେବାକୁ ଆହ୍ଵାନ ଦେଇଥିଲେ ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

Sunil Chandra Nayak

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

masiha

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!