ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

ଆସିକା, ୫/୫/୨୬ (ଶିବ ଶଙ୍କର ମିଶ୍ର ) ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ, ଆସାମରେ ଲଗାତାର ତୃତୀୟ ଥର ପାଇଁ ଏବଂ ପୁଡୁଚେରୀରେ ଦ୍ଵିତୀୟ ଥର ପାଇଁ ବିଜେପି-ଏନଡିଏ ମେଣ୍ଟ ସରକାର ଗଠନ ଏହି ବିଶାଳ ବିଶ୍ଵାସର ପରିଣାମ । ଏହି ଐତିହାସିକ ବିଜୟ ପାଇଁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର ବାସ ଭବନ ତଥା ବିଜେପି କାର୍ଯ୍ୟାଳୟ ଠାରେ ବିଜୟ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପିର ଯୁବ,ଛାତ୍ର, ମହିଳା,ମଣ୍ଡଳ ସଭାପତି, କର୍ମକର୍ତା ଉପସ୍ଥିତ ଥିଲେ । ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଧରି ବାମପନ୍ଥୀ ଏବଂ ତୃଣମୂଳ କଂଗ୍ରେସର କୁଶାସନ କାଳ ରାଜ୍ୟର ବିକାଶକୁ ନିମ୍ନ ଗାମୀ କରିଥିଲା। ଆଜି ପଶ୍ଚିମ ବଙ୍ଗରେ ବିକାଶର ନୂତନ ବାଟ ଫିଟିଛି । ଭୟଯୁକ୍ତ ଶାସନର କଳା ଅନ୍ଧକାର ଦୂର ହୋଇ ଭୟ ମୁକ୍ତ ଶାସନ ସହ ଉନ୍ନତିର ନୂତନ ଆଲୋକ ପ୍ରତିଫଳ ଫଳନ ହେବାକୁ ଯାଉଛି । ସୁଶାସନ ଏବଂ ଜାତୀୟତ ଜାତୀୟତାବାଦ ଉପରେ ସେମାନଙ୍କର ଅମୂଲ୍ୟ ଆଶୀର୍ବାଦ ପ୍ରଦାନ କରିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛନ୍ତି ।

Related posts

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ସ୍ମାରୋକ ପତ୍ର ପ୍ରଦାନ

Sunil Chandra Nayak

ନୂଆପଡା ଜିଲ୍ଲା କୁ ମାରାଥନ ନିର୍ବାଚନ ପ୍ରଚାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ସୁନାବେଡ଼ା ଅଭୟାରଣ୍ୟ ରେ ଆଦିବାସୀ ଙ୍କ ସମାବେଶ, ନୂଆପଡ଼ା ରେ ରାତ୍ରିଯାପନ 

Sunil Chandra Nayak

ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉସୁକାଇ ରାଜନୈତିକ ହିଂସା କରୁଛନ୍ତି

masiha

Leave a Comment

error: Content is protected !!