ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେସିଙ୍ଗା ତହଁସିର ଯୋଜନା ଡେମରେ ବାଜପେୟୀଙ୍କ ଜୟନ୍ତୀ ଓ ବନବିହାର କାର୍ଯ୍ୟକ୍ରମ

ଉତ୍କେଲା, ୨୭/୧୨, ମ ନି ସ : କରୋନା କାଳର ଦୁଃଖ ସମୟ ବିତିଗଲା ପରେ କାଳି କେସିଙ୍ଗା ବିଜେପି ଦଳ ତରଫରୁ କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତ ର ଯୋଜନା ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ଓ ବନ ବିହାର ଓ ମନକି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ମଗନ ସିନ୍ଦୂର ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ପରେ ସଭକାର୍ଯ୍ୟ ଆରମ୍ବ ହୋଇଥିଲା।ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନୀ,ଆଦର୍ଶନୀତି, ଉପରେ ଉପସ୍ଥିତ ଅତିଥି ମାନେ ସ୍ମୃତି ଚାରଣ କରିଥିଲେ।ବିଶେଷ କରି ରାଷ୍ଟ୍ର ପ୍ରତି ତାଙ୍କର ପ୍ରେମ ଓ ଯୁଗାନ୍ତକାରୀ ଯୋଜନା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଭଳି ପଦକ୍ଷେପ ଉପରେ ଅତିଥି ମାନେ କହିଥିଲେ।ଏହି ଉପଲକ୍ଷେ ବିଜେପି ପକ୍ଷରୁ ଏକ ବନ ବିହାର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ ପୂର୍ବତନ ବିଧାୟକ ହିମାଂଶୁ ମେହେର,ବିଧାୟକ ପ୍ରତିନିଧି ମନୋଜ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୂର୍ବତନ ନଗରପାଳିକା ସରିତା ସିନ୍ଦୁର, ଜିଲ୍ଳା ସହାୟକ ଭବେନ୍ଦ୍ର ପଣ୍ଡା, ,ଭବସିନ୍ଧୁ ମଙ୍ଗରାଜ,କେସିଙ୍ଗା ଏନ.ଏସି.ର ବିଧାୟକ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ,ସନ୍ତୋଷ ଦାସ,ପ୍ରଶାନ୍ତ ବେନାର୍ଜୀ,ପିଙ୍କୁ ପରିଡା, ସତ୍ୟବ୍ରତ ଦାସ, ଈଶ୍ୱର ଜୈନ, କୈଳାସ ଜୈନ, ପ୍ରୀତେଶ୍ ପଟେଲ,ଛେଲାଓର୍ଧ ସାହା ପ୍ରମୁଖଙ୍କ ସହ ବିଜେପି ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓ୍ବାର୍ଡ ନଂ 4 ର କାଉନସିଲର ଧରଣୀଧର ନାୟକ ପରିଚାଳନା କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବ୍ଲକ କଂଗ୍ରେସ ର ମେଡିକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

Sunil Chandra Nayak

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

masiha

Leave a Comment

error: Content is protected !!