ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ” ଘୁମୁରା ” ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଉତ୍ସବ ” ଘୁମୁରା ” ୨୦୨୨ ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳ ଭଣ୍ଡାର ସନ୍ନିକଟ କେନ୍ଦୁମୁଣ୍ଡି ଠାରେ ଆୟୋଜନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଥୁଆମୂଳ ରାମପୁର ସ୍ଥିତ ବ୍ଲକ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୋଡାଲ ଅଫିସର ଶ୍ରୀ ବିରଞ୍ଚି ନାରାୟଣ ଦରୱାନ,ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ତହସିଲଦାର ଶ୍ରୀ ଈଶ୍ୱର ଚନ୍ଦ୍ର ଦାଶ, ବିଡ଼ିଓ ଶ୍ରୀ ଶୁଭକାନ୍ତ ନାୟକ,ଜିଲ୍ଲା ମତ୍ସ୍ୟ ଅଧିକାରୀ, ସ୍ଥାନୀୟ ମେଡ଼ିକାଲ ଅଫିସର,ଆଦିବାସୀ କଲ୍ୟାଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା, ପୋଲିସ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା, ଅଗ୍ନିଶମ ଅଧିକାରୀ, ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଛିନା, କଲେଜ ଅଧ୍ୟକ୍ଷ ଓ ସବ କମିଟି ଅଧ୍ୟକ୍ଷ ପଦ୍ମ ଲୋଚନ ପୁଝରୀ, ସୁନୀଲ କୁମାର ବେହେରା,ଚଳାନ ବାବୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରି ଥିଲେ । ଏଥର ରୌପ୍ୟ ଜୟନ୍ତୀ ଉତ୍ସବ ହେଉ ଥିବାରୁ ଆହୁରି ଅଧିକ ଆକର୍ଷଣୀୟ ଭାବରେ ଏହାକୁ ପାଳନ କରିବା ସହିତ ବହୁ ଯୋଗ୍ୟ ପ୍ରତିଯୋଗୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପ୍ରତିଯୋଗିତା ସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଥିଲା । ଜିଲ୍ଲା ର ବିଭିନ୍ନ ଅଂଚଳରେ ଥିବା ପ୍ରତିଯୋଗୀ ଯେଭଳି ଅଂଶ ଗ୍ରହଣ କରି ପାରିବେ ତା ଉପରେ ଗୁରୁତ୍ବ ଦିଆଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହିନ୍ଦୋଳ ଉପଖଣ୍ଡ ରେ ୭୪ତମ ଜନରାଜ୍ୟ ଦିବସ ପାଳିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ ଦୁଇ ନମ୍ବର ଜଳବିଭାଜିକା ବିଭାଗରେ କମ କାମକରି ଅର୍ଥ ହଡପ ଅଭିଯୋଗ

masiha

ଯୁକ୍ତ ୨ ପରୀକ୍ଷାରେ ଜୁନାଗଡ଼ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା

masiha

Leave a Comment

error: Content is protected !!