ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା କିନ୍ନର ସଙ୍ଘ କୁ ତ୍ରିପାଠୀ ପରିବାର ପକ୍ଷରୁ ଆର୍ଥିକ ସହାୟତା

ନବରଙ୍ଗପୁର–(ମସିହା) ନବରଙ୍ଗପୁର ସଦର ମହକୁମା ସ୍ଥିତ ଗାନ୍ଧିନଗର ବାସିନ୍ଦା କୃଷ୍ଣ ପ୍ରସାଦ ତ୍ରିପାଠୀ ଙ୍କ ପରିବାର ତରଫରୁ ଜିଲ୍ଳା କିନ୍ନର ସଙ୍ଘକୁ ତାଙ୍କ ଏକମାତ୍ର ପୁଅ ସ୍ବର୍ଗତ ଡକ୍ଟର ସନ୍ଦୀପ କୁମାର ତ୍ରିପାଠୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ପରିବାର ପକ୍ଷରୁ ତାଙ୍କର ବଡ଼ ଝିଅ ଲଣ୍ଡନ ନିବାସୀ ସ୍ୱାଗତିକା ତ୍ରିପାଠୀ ଏବଂ ବିଭୁତି ଭୂଷଣ ପଟ୍ଟନାୟକ ଦଶହଜାର ଟଙ୍କାର ଏକ ଚେକ କିନ୍ନର ସଙ୍ଘର କର୍ମକର୍ତ୍ତା ଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଉକ୍ତ ଟଙ୍କା କିନ୍ନର ମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସମ୍ପାଦକ ଚୁମିକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର, ସଭ୍ୟ ଗୁଗୁ କିନ୍ନର ଓ ଅନିତା କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ। ଜିଲା କିନ୍ନର ସଙ୍ଘର ଉପଦେଷ୍ଟା ସମାଜସେବୀ ଜଗନ୍ନାଥ ମହାପାତ୍ର, କାର୍ଯ୍ୟ ନିର୍ବାହି ସଭ୍ୟ ଅଖିଳ ଭଟ, କୃଷ୍ଣ ପ୍ରସାଦ ରଥ, ସୁବ୍ରତ ବେହେରା, ପ୍ରଦୀପ ନନ୍ଦ ପ୍ରମୁଖ ଖୁସି ପ୍ରକଟ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସହରବାସୀ ତ୍ରିପାଠୀ ପରିବାର କୁ ସାଧୁବାଦ ଜଣାଇଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

Sunil Chandra Nayak

ଐତିହାସିକ ପୀଠ ପୋଡ଼ାଗଡ ଠାରେ ଧୁମଧାମରେ ପାଳିତ ହେଉଛି ନବରାତ୍ରି 

masiha

Leave a Comment

error: Content is protected !!