ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ରାଉରକେଲା ଫାଇନାଲକୁ ଉନ୍ନିତ

 ମୟୂରଭଞ୍ଜ ୫/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ଗୁରୁବାର ଦିନ ୨୪ ତମ ଆନ୍ତଃ ରାଜ୍ୟଦିତୀୟ ଦିବସରେ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଯୁବ ସମାଜସେବୀ ତଥା ମୟୂରଭଞ୍ଜ (୧) ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀ ଶଚିନ ଅଗ୍ରୱାଲ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ଶ୍ରୀ ଦୁର୍ଗା ପଟନାୟକ, ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ର ଅମ୍ପାୟାର ଦିଲିପ ଚୌଧୁରୀ,ସଂପାଦକ ପଞ୍ଚୁ ଲୋହାର,ଶ୍ୟାମ ସୁନ୍ଦର ଜ୍ୟୋତିଷ,ପ୍ରଦୀପ ରାଉତ, କ୍ରିକେଟ ପ୍ରେମୀ, ଦର୍ଶକ ପ୍ରମୁଖ ସାମିଲ ହୋଇ ଫିତା କାଟି ଖେଳର ଶୁଭାରମ୍ଭ କରିବା ସହ ଖେଳ ପଡିଆକୁ ଯାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳରେ ରାଉରକେଲା ଟିମ୍ ପ୍ରଥମେ ବେଟିଂକରି ୩୦ ଓଭର ରେ ୨୬୦ ରନ କରିଥିଲା।ସୌରଭ ୭୬ ବ୍ଲକରେ ୮୯ ରନ କରିଥିଲେ । ସେହିଭଳି ସୋମ୍ଯ ଲେଙ୍କା ୫୨ ବ୍ଲକରେ ୧୦୦ ରନ କରିଥିଲେ ।ଅପରପକ୍ଷ ଝାଡ଼ଖଣ୍ଡର ଆଦ୍ରତା କ୍ରିକେଟ ଟିମ୍ ୨୦.୫ ଓଭର ରେ ୧୧୪ ରନ କରି ସମସ୍ତ ଉଇକେଟ ହରାଇଥିଲେ ।ରାଉରକେଲା କିମ୍ବା ୧୪୬ ଧନରେ ବିଜୟୀ ହୋଇ ଫାଇନାଲ ଖେଳକୁ ଉନ୍ନିତ ହୋଇଛି ।ହଜାର ହଜାର ଦର୍ଶକ ଓ କ୍ରିକେଟ ପ୍ରେମୀ ପଡ଼ିଆରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ରେଫେରୀ ଭାବେ ପଞ୍ଚୁ ଲୋହାର ଦାୟିତ୍ଵ ନିର୍ବାହ କରିଥିଲେ । ଶୁକ୍ରବାର ଦିନ ଦିତୀୟ କ୍ୱାର୍ଟର ଫାଇନାଲ ଖେଳରେ ପ୍ରଥମାର୍ଦ୍ଧରେ ସମ୍ବଲପୁର ଏବଂ କେନ୍ଦୁଝର ଏବଂ ଦିତୀୟାର୍ଦ୍ଧରେ ରାଇରଙ୍ଗପୁର ଏବଂ ରାଞ୍ଚି ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାରଙ୍ଗ ଧର ହାଇସ୍କୁଲ ର ଦୁଇ ଛାତ୍ରୀ କି୍କ ବକ୍ସିଙ୍ଗ ରେ ଆଣିଲେ ସଫଳତା

Sunil Chandra Nayak

ମା ମାଝି ଗୌରୀ ଟି ୧୫ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର   

masiha

Leave a Comment

error: Content is protected !!