ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଜାତା ରାଉତ ଙ୍କ କବିତା // ପ୍ରଭାତୀ ଅନୁଚିନ୍ତା

ପ୍ରଭାତୀ ଅନୁଚିନ୍ତା

ବିଶାଳ ସଂସାରେ କ୍ଷୁଦ୍ରମୋର ସତ୍ତା
ହେପ୍ରିୟ ପରମ ପିତା,
ତୁମରି ଭିତରେ ଲୀନହେବା ଇଛା
ହେଉମୋର ଅନୁଚିନ୍ତା l
ତୁମେ ସାତସିନ୍ଧୁ ମୁଁ ଯେ ଜଳବିନ୍ଦୁ
ସମ୍ପର୍କ ରହିଛି ଯେଣୁ,
ଅଭିନୟ ଶେଷେ ତୁମ ସହିତରେ
ମିଶିଯିବି ପ୍ରଭୁତେଣୁ l
ତୁମଇଛା ପୂର୍ଣ୍ଣ କରିବା ପାଇଁକି
ପଠେଇ ଥିଲହେ ପିତା,
ଚେତାନରେ ଥାଇ କର୍ମଯଦି କରେ
ହୋଇବି ଜଗତ ଜିତା l
ମିଛହସ,କାନ୍ଦ ଅବା ଭଲ,ମନ୍ଦ
ତୁମେଏକା ସତ୍ୟପରା ,
ମାୟା,ମୋହପୂର୍ଣ୍ଣ ଘେରା କୁହୁଡିରେ
ତୁମେସିନା ଧ୍ରୁବତାରା l
ତୁମକୁ ନଚିନ୍ତି ବଡ଼ିମା ଦେଖାଏ
କେତେ ଆତ୍ମ ଅଭିମାନେ
ପାଣିର ଗାର ଏ ମିଥ୍ୟା ଅହମିକା
ନାହିଁଯା’ର କିଛିମାନେ l
କେତେ ମୁଁ ଜିତିଲି କେତେ ମୁଁ ହାରିଲି
ହିସାବମୋ ଲୋଡ଼ା ନାହିଁ,
ପ୍ରାଣମୋ ଅଧୀର ପ୍ରତି ମୁହୂର୍ତ୍ତରେ
କେବଳ ତୁମରି ପାଇଁ l
ସକାଳରୁ ସନ୍ଧ୍ୟା ମଝିରେ ଜୀବନ
ଏ ଦୁନିଆ ରଙ୍ଗମଞ୍ଚ,
କିଏନୁହଁ ବଡ଼ କିଏନୁହଁ ସାନ
କିଏନୁହଁ ନୀଚ୍ଚ,ଉଚ୍ଚ l
ତୁମେପିତା,ମାତା ତୁମେହିଁ ବାନ୍ଧବ 
ତୁମେ ସଖା ସହୋଦର,
ତୁମେ ପ୍ରିୟତମ ପ୍ରାଣର ସ୍ପନ୍ଦନ
ତୁମବିନା ସବୁପର l
ତୁମରି ପରଶ ପାଇବା ପାଇଁକି
ଜୀବନ ଉନ୍ମୁକ୍ତ ଦ୍ୱାରେ
କେତେ ରୁଷି ମୁନି ସାଧିଛନ୍ତି ତପ
ତୁମପାଇଁ ଜୀବନରେ l
ଶେଷ ଉପଲବ୍ଧି ତୁମେ ହିଁ କେବଳ
ତୁମେସତ୍ୟ ଅନୁଭବ,
ହୃଦୟ ତନ୍ତ୍ରୀରେ ସୁରକାର ତୁମେ
ତୁମପରି କିଏ ହେବ ?
ପ୍ରତିଟି ସକାଳ ତୁମରି ଚିନ୍ତନେ
ବିତିଯାଉ ଜୀବନରେ,
ତୁମଠାରେ ଧ୍ୟାନ ରଖି କର୍ମକରେ
ଏତିକି କାମନା କରେ l
ଅନୁତାପ ଅବା ଅବଶୋଷ ନାହିଁ
ଅଧୀର ପ୍ରାଣରେ ଆଜି,
ତୁମରି ଭାବନା କରେ ଆନମନା
ତୁମଧ୍ୟାନେ ଯାଏମଜ୍ଜି l

ସୁଜାତା ରାଉତ

ଓରାସାହି , ଚାନ୍ଦବାଲି , ଭଦ୍ରକ

Related posts

ଯୁବ କବି ସମୀର କୁମାର ପ୍ରଧାନ ଙ୍କ କବିତା = ମହୁ ମାଛି ପ୍ରକୁତିର ଅମୁଲ୍ୟ ବରଦାନ 

masiha

ନର୍ମଦା ନାୟକ ଙ୍କ କବିତା // ଭୋଳେଶ୍ଵର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!