ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ମୟୂରଭଞ୍ଜ -୨୬/୦୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକ ପରିସରରେ ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ମଂଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରଭାସ କୁମାର । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମଦ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।ଏହି ବର୍ଷ ପ୍ରଥମ କରି ୧୪ ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପେରେଡ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ପେରେଡ ଅଭିମାନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ ତାଙ୍କ ଭାଷଣରେ ତିରିଂ ଵ୍ଳକବାସୀଙ୍କୁ ପବିତ୍ର ସାଧାରଣ ତନ୍ତ୍ର ଦିବସରେ ଶୁଭେଛା ଜଣାଇଥିଲେ ।ସେ କହିଥିଲେ ତିରିଂ ବ୍ଳକର ସର୍ବାଙ୍ଗୀନ ଉନ୍ନତି ଓ ଉନ୍ନତ ସେବା ଯୋଗାଇ ପାଇଁ ସେ ସଦା ସର୍ବଦା ଚେଷ୍ଟା କରିବେ ଓ ପ୍ରତିବଦ୍ଧ । ଜନସାଧାରଣଙ୍କ ସହଯୋଗ କାମନା କରୁଛନ୍ତି । ଜନସାଧାରଣ ,ପ୍ରଶାସନ, ଜନପ୍ରତିନିଧି ମିଳିତ ପ୍ରୟାସ ଜାରି ରଖିଲେ ତିରିଂ ବ୍ଳକର ପ୍ରଗତି ଆଗେଇବ । ସେହିଭଳି ବିଡ଼ିଓ ମହାଶୟା ବାସନ୍ତୀ ଲାକ୍ରା କହିଥିଯେ ସେ ସଦା ସର୍ବଦା ତିରିଂଅଂଚଳର ବିକାଶ ପାଇଁ ଚେଷ୍ଟିତ । ପ୍ରଶାସନ ସବୁବେଳେ ତତ୍ପର । ଜନସାଧାରଣ ଓ ପ୍ରଶାସନ ମିଳିତ ପ୍ରୟାସ ଜାରି ରଖିଲେ ତିରିଂ ର ବିକାଶ ଆଗକୁ ଆଗ ବଢି ଚାଲିବ ।ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେ ସାଧାରଣତନ୍ତ୍ର ପାଳନ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରଷ୍କତ କରିଥିଲେ । ପେରେଡରେ ଶ୍ରେଷ୍ଠ ହୋଇଥିବା ଗ୍ରୁପ କୁ ପୁରସ୍କୃତ କରାଯାଇଥିଲା ।୧୯୬୧ ମସିହାରେ ସ୍ଥାପିତ ହୋଇଥିବା ଏହି ସିମିନ୍ତ ତିଆରି. ବ୍ଳକ ପରିସରରେ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବାରୁ ଅଂଚଳବାସୀ ଏବଂ ଛାତ୍ରଛାତ୍ରୀ ମାନେ ବହୁ ଆନନ୍ଦିତ ଥିଲେ । ପେରେଡ ଉତ୍ସବ ଦେଖିବାକୁ ବହୁତ ସଂଖ୍ୟାରେ ତିରିଂବାସୀ ଏବଂ ପାଖ ଝାଡ଼ଖଣ୍ଡ ଅଂଚଳରୁ ଦର୍ଶକ ଛୁଟି ଆସିଥିଲେ ।ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାଂସଦ ଏବଂ ବିଡ଼ିଓ ବାସନ୍ତୀ ଲାକ୍ରାଙ୍କୁ ଏହି ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜନ କୁ ଅଂଚଳଵାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।ଏହି ଦେଶପ୍ରେମ କାର୍ଯ୍ୟକ୍ରମରେ ବ୍ଳକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ସିଡିପିଓ, ସାମାଜିକ ସୁରକ୍ଷା ଅଧିକାରୀ ଆକାଶ ସେଠୀଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ  ରଥଯାତ୍ରା:୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତୀୟ ବୈଠକ

Sunil Chandra Nayak

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!