ହିଞ୍ଜିଳିକାଟୁ ନିକଟବର୍ତ୍ତୀ ରଂଗୁଣୀ ପଲ୍ଲୀ ଠାରେ ଜି ଆଇ ସି ଏମ ଅନୁଷ୍ଠାନ ତରଫରୁ ବହୁ ଆଡମ୍ବର ରେ ସରସ୍ବତୀ ପୂଜା ପାଳିତ ହୋଇଯାଇଛି । ଛାତ୍ର, ଛାତ୍ରୀ ମାନେ ସକାଳୁ ସକାଳୁ ଆସି ମା ବୀଣାପାଣିଙ୍କୁ ପୂଜା ଅର୍ଚନା କରି ମା ଙ୍କୁ ଆବାହନ କରିଥିଲେ । ଏକ ଅଭିନବ ପ୍ରୟାସ ରେ ସମାଜ କଲ୍ୟାଣ ପାଇଁ ସମସ୍ତ ଛାତ୍ର, ଛାତ୍ରୀ ୧୦୮ ସୁକ୍ଷ୍ମ ଯଂଜ୍ଞ ମାଧ୍ୟମରେ ମା ଙ୍କୁ ଆବାହନ କରିଥିଲେ. । ବିଶ୍ୱଶାନ୍ତି ନିମନ୍ତେ ହୋଇଥିବା ଏହି ଯଂଜ୍ଞ ରେ ଶତାଧିକ ଛାତ୍ର, ଛାତ୍ରୀ ସାମିଲ ହୋଇଥିଲେ.। ପରି ଶେଷରେ ମା ଙ୍କୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ପୁଷ୍ପାଞ୍ଜଳି ଅର୍ପଣ କରବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ହିଞ୍ଜିଳି ରୁ ରାଜେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ