ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଯନ୍ତ୍ରପାତିରେ ସରକାରୀ ରିହାତୀ ବ୍ୟବସ୍ଥାର ବୈଠକ

ବନ୍ଧୁଗାଁ ତା,୩୧/୧/୨୩ ଆଜି ବନ୍ଧୁଗାଁ ବ୍ଲକର କୃଷି ବିଭାଗ ଅଧିକାରୀ (ଏଓ)ଶ୍ରୀ ସନ୍ତୋଷ କୁମାର ପାଢ଼ୀଙ୍କ ଉପସ୍ଥିତରେ କୃଷି କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତି ଓ ସରକାରଙ୍କ ଦ୍ୱାରା ତାର ରିହାତୀ ବ୍ୟବସ୍ଥାରେ ଚାଷୀଙ୍କୁ ଉପଲବ୍ଧି ପାଇଁ ବୈଠକ ହୋଇଯାଇଛି I ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଲଷ୍ମୀ ମିଣ୍ୟାକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଯଥା ଲଷ୍ମୀପୁର,ନାରାୟଣ ପାଟଣା,ଓ ବନ୍ଧୁଗାଁ ଏହି ୩ ବ୍ଲକର ଦାୟୀତ୍ୱରେ ରହିଥିବା କୃଷି ବିଭାଗର (ଏଏଓ)ଶ୍ରୀ ସୂରିଆ କାନ୍ତ ନାହାକ ଉପସ୍ଥିତ ରହି ଚାଷୀଙ୍କୁ ଚାଷ ଜମିରେ ଚାଷ କରିବା ପାଇଁ ଚାଷ ଜମିକୁ ହଳଲଙ୍ଗଳ କରା ନ ଯାଇ ଯନ୍ତ୍ରପାତି ଦ୍ୱାରା ଜମିକୁ ଲଙ୍ଗଳ କରିବା ପାଇଁ କେଉଁ କେଉଁ ଯନ୍ତ୍ରପାତି ଚାଷୀଙ୍କ ଆବଶ୍ୟକରେ ଜରୁରୀ ବ୍ୟବହାର ହୋଇଥାଏ I ଏହା ସହ ଚାଷୀ ଏହି ୬ ସାତ ଗୋଟି ଯନ୍ତ୍ରପାତିକୁ କିପରି ଭାବରେ ସରକାରଙ୍କ ଠାରୁ ରିହାତୀ ବ୍ୟବସ୍ଥାରେ ପାଇ ଲାଭ ଦାୟକ ହୋଇ ପାରିବେ I ହାତରେ ନିଜେ ଜମିକୁ ଲଙ୍ଗଳ କରିବା ଠାରୁ ଆରମ୍ଭ କରି ପାୱାର ଟିଲର,ଧାନ କୋଟାଯନ୍ତ୍ର,ଧାନ କୋଟା ଓ ବିଡା ବନ୍ଧା ଯନ୍ତ୍ର, ରଟାଭେଟର,କ୍ଷୁଦ୍ର ଧାନ କଳ,ତେଲ କଳ,ମୁଢି କଳ,ଚୁଡା କୋଳ,ବିହନ ଓ ସାର ବୁଣା ଯନ୍ତ୍ର, ଜଳ ସେଚନ ପମ୍ଫ (ପେଟ୍ରୋଲ,ଡିଜେଲ, ଓ ବିଦ୍ୟୁତ)ଶକ୍ତି ଚାଳିତ କୋଡା ଖୁସା ଯନ୍ତ୍ର ଓ ଟ୍ରାକ୍ଟର ପର୍ଯ୍ୟନ୍ତ ଅନୁସୂଚିତ ଜାତି,ଜନ ଜାତି,ମହିଳା,କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ସତକୋଡା ୫୦% ଦରରେ ସରକାର ଯୋଗାଈ ପାରିବେ I ଓ ଅନ୍ୟ ହିତାଧି କାରି ଚାଷୀଙ୍କୁ ଶତକଡା ୪୦% ହାରରେ ଓ ପଞ୍ଜିକୃତ ମହିଳା ସ୍ୱୟଂ ସହାୟକ ଦଳଙ୍କୁ ୭୫% ହାରରେ ରିହାତୀ ଭାବରେ ଯନ୍ତ୍ରପାତି ପାଇପାରିବାର ବ୍ୟବସ୍ତା ହୋଇଅଛି I ଯେଉଁ ଚାସୀଙ୍କୁ ଏହି ଚାଷରେ ଉପଲବ୍ଧ ଯନ୍ତ୍ର ପାଟିର ଆବଶ୍ୟକ ଆଜି ବୁକିଂ କଲେ ଆସନ୍ତା ମାସ ତଥା ଫେବୃଆରୀ ମାସରେ ଜୟପୁର ଠାରେ ତା ୬ ରୁ ୧୦ ଯାଏଁ ହବାକୁ ଥିବା ମେଲା କାର୍ଯ୍ୟକ୍ରମରେ ଆସି ଯନ୍ତ୍ରପାତି ର ମୂଲ୍ୟ ଅନୁଯାଇ ଟଙ୍କା ବ୍ୟୟ କରି ଯନ୍ତପାତି ନେଇ ପାରିବେ ବୋଲି ଉପସ୍ଥିତ ରହିଥିବା ବ୍ୟକ୍ତିଙ୍କୁ ବୁଝାଇଥିଲେ I ଯଦି ଇଛୁକ ବ୍ୟକ୍ତି ଆଜି ବୁକିଂ କଲେ ରିହାତୀ ଭାବରେ ପାଇପାରିବେ ନଚେତ ବିନା ପଞ୍ଜି କରଣ ନ କରି ଯନ୍ତ୍ରପାତି ଆବଶ୍ୟକ ଚାଷୀ ଆମକୁ ଉକ୍ତ ନମ୍ବର ୮୨୮୦୦୩୨୩୬୩ ରେ ଯୋଗାଯୋଗ କରିବା ପାଇଁ କହିଥିଲେ I ଏହା ସହ ଆଗାମି ୨ ଦିନ ମଧ୍ୟରେ ବନ୍ଧୁଗାଁର ଚାଷୀଙ୍କ ସଚେତନ ପାଇଁ କୃଷି ରଥ ପହଞ୍ଚିବା ଓ ବ୍ଲକର ତେରଗୋଟି ପଞ୍ଚାୟତର ପ୍ରତ୍ୟକ ଗ୍ରାମକୁ ପହଞ୍ଚି କୃଷି ଯନ୍ତ୍ରପାତିର ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପ୍ରଚାର କରିବେ ବୋଲି ମଧ୍ୟ କୃଷି ଯନ୍ତ୍ରୀ ଶ୍ରୀ ନାୟକ କହିଥିଲେ I ଆଜିର ଏହି ଚାଷୀଙ୍କ ବୈଠକରେ ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା,ଓ କୃଷି ବିଭାଗର ଅତିରିକ୍ତ କନିଷ୍ଟ ଯନ୍ତ୍ରୀ ଶ୍ରୀ ବିପିନ କୁମାର ନାୟକ, ବନ୍ଧୁଗଆବଲୋକର କୃଷି ବିଭାଗର ଅଧିକାରୀ (ଏଓ)ଶ୍ରୀ ରୋମାକାନ୍ତ ଗୌଡ଼, ବନ୍ଧୁଗାଁ ବ୍ଲକର ଆତ୍ମାର ଅଧ୍ୟକ୍ଷା କଣ୍ଡାନା ଗୁରୁମୂର୍ତ୍ତି,ଓ ଗେମ୍ବାଲି ସାତିଶ ଓ କିଛି ଚାଷୀ ଉପସ୍ଥିତ ହୋଇଥିଲେ 

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡିଲେଶ୍ୱର ଓ ସନତଙ୍କ ସମେତ ୭ଜଣ ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନିତ 

masiha

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

masiha

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!