ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତରାଜ ପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

 ମ,ରାମପୁର, ୦୨/୨ ( ମସୀହା) ମ.ରା଼ମପୁର ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ପକ୍ଷରୁ ରଙ୍ଗାପଦର ସ୍ଥିତ ତାଲିମ କେନ୍ଦ୍ରରେ ତିନୋଟି ସ୍ତରରେ ନଅ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗରୀ , ଏ .ପି .ଡି ବିମ୍ବାଧର ସାହୁ , ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ , ବ୍ଲକ ଅଧକ୍ଷା କୁନି ସାହୁ ଏବଂ ସେବଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ର ୧୩୮ ଜଣ ୱାର୍ଡ ସଭ୍ୟ ସଭ୍ୟା ତାଲିମ ପାଇଥିଲେ ଏବଂ ତାଲିମଦାତା ଭାବରେ ୬ ଜଣ ପ୍ରଶିକ୍ଷକ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପଞ୍ଚୟତରାଜ ବ୍ୟବସ୍ଥା ,ସରକାରଙ୍କ ଠାରୁ ଆସୁଥିବା ବିଭିନ୍ନ ଯୋଜନା , ବିଭିନ୍ନ ବିଭାଗର ଦାୟିତ୍ୱ , ଗ୍ରାମପଞ୍ଚୟତ ର ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭଗର କାର୍ଯ୍ୟକ୍ରମ ର ଭୂମିକା ଆଦି ଉପରେ ତାଲିମ ଦେବା ସହିତ ତିନୋଟି ୫ଟି ସ୍କୁଲ ପରିଭ୍ରମଣ କରିବା ସହିତ ଗ୍ରାମୀଣ ପାର୍କ ମଧ୍ୟ ପରିଭ୍ରମ କରି ଜ୍ଞାନ ବୃଦ୍ଧି କାଇଛନ୍ତି l ଏହି କାର୍ଯ୍ୟକ୍ରମକୁ ସେବଜଗତ ର ସମ୍ପାଦକ ସତ୍ୟାନାରାୟଣ ପଟ୍ଟନାୟକ ପରିଚାଳନା କରିବା ବେଳେ ସାଥି ଯାଜ୍ଞସେନୀ ଭୋଇ ,ସୁନିତା ତାଣ୍ଡି, କୌରବ ସାହୁ ,ସାରଦା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କ୍ରିଡା ଶିକ୍ଷକ ଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳି ସଭା 

masiha

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

masiha

୧- ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ବୁଢ଼ାବୁଢ଼ୀ , ୨- ମହିଳାଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!