ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ରାଉରକେଲା – ସ୍ଥାନୀୟ ରୋଟ୍ରାକଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟ ଓ଼ ରୋଟାରି କ୍ଲବ ଅଫ ଷ୍ଟିଲ ସିଟି ର ମିଳିତ ସହଯୋଗ ରେ ଚନ୍ଦନ ମେମୋରିଆଲ କ୍ରେଡିଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗତ ୫ ତାରିଖ ଦିନ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ରୋଟାରି କ୍ଲବ ଅଫ ଷ୍ଟିଲ ସିଟି ର ସଭାପତି ଆନ୍ନାବେଲ ଡିସୌଜା, ଉପଦେଷ୍ଟା ଡ଼ଃ ଅଞ୍ଜନl ମୈତ୍ର, ରୋଟ୍ରାକଟ କ୍ଲବ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ବରାଳ,ସହ ସଂପାଦକ ସ ଲଳିତା ମୁଦୁଲି, ରୋଟ୍ରlକ୍ଟ ସ୍ବର୍ଗତ ଚନ୍ଦନ ଙ୍କ ପିତା ସାରଦାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

 ଏଥିରେ ରାଉରକେଲା ଓ଼ ଆଖ ପାଖ ଅଞ୍ଚଳ ର ୧୬ ଟି ଦଳ ଭାଗ ନେଇଥିଲେ l ରୋଟାରୀ କ୍ଲବ ପକ୍ଷରୁ ଟ୍ରଫି ଓ଼ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l କ୍ଲବ ତରଫରୁ କାବେରୀ ବାନାର୍ଜୀ ଓ଼ ରାଜେନ୍ଦ୍ର ପ୍ରସାଦ ଟୁର୍ଣ୍ଣାମେଣ୍ଟ ବୁଲି ଦେଖିବା ସହ କ୍ରୀଡା ପ୍ରତିଯୋଗୀ ଙ୍କୁ ଉତ୍ସlହିତ କରିଥିଲେ l ପୁରସ୍କାର ପ୍ରଦାନ ଉତ୍ସବ ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗାନ୍ଧୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ବରାଳ, ଲଳିତl ମୁଦାଲି , କୁମାର ବେହେରା , ପ୍ରତିଭା ଦେଇ, ପ୍ରୀତି ଅଗ୍ରୱାଲ, ଗୌରୀ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ମାରୁତି ୧୧ ଦଳ ବିଜେତା ହୋଇଥିବା ବେଳେ ଦେଓଗାଁ ଷ୍ଟାର ଦଳ ରନର୍ସ ଅପ ହୋଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶମ୍ଭୁ , ଦିବାକର, ପ୍ରଭାତ, ଅମିତ, ପୁର୍ଣ୍ଣ, ବଳିଆ, ଗଣୁ, ହରି, ସୁମିତ, ବିକାଶ, ସୁଜିତ, କାର୍ତ୍ତିକ, ସଞ୍ଜୀତ ଓ଼ ରୁଦ୍ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇତିହାସରେ ପ୍ରଥମ ଥର ପାଇଁ ହକି ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ଦଶମ ଦିନରେ ଫୁଟବଲ ମହାକୁମ୍ଭ ,ଘାଟମାଲ,ଭୋଜପୁର ବିଜୟୀ 

masiha

Leave a Comment

error: Content is protected !!