ରାଉରକେଲା – ସ୍ଥାନୀୟ ରୋଟ୍ରାକଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟ ଓ଼ ରୋଟାରି କ୍ଲବ ଅଫ ଷ୍ଟିଲ ସିଟି ର ମିଳିତ ସହଯୋଗ ରେ ଚନ୍ଦନ ମେମୋରିଆଲ କ୍ରେଡିଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗତ ୫ ତାରିଖ ଦିନ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ରୋଟାରି କ୍ଲବ ଅଫ ଷ୍ଟିଲ ସିଟି ର ସଭାପତି ଆନ୍ନାବେଲ ଡିସୌଜା, ଉପଦେଷ୍ଟା ଡ଼ଃ ଅଞ୍ଜନl ମୈତ୍ର, ରୋଟ୍ରାକଟ କ୍ଲବ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ବରାଳ,ସହ ସଂପାଦକ ସ ଲଳିତା ମୁଦୁଲି, ରୋଟ୍ରlକ୍ଟ ସ୍ବର୍ଗତ ଚନ୍ଦନ ଙ୍କ ପିତା ସାରଦାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l
ଏଥିରେ ରାଉରକେଲା ଓ଼ ଆଖ ପାଖ ଅଞ୍ଚଳ ର ୧୬ ଟି ଦଳ ଭାଗ ନେଇଥିଲେ l ରୋଟାରୀ କ୍ଲବ ପକ୍ଷରୁ ଟ୍ରଫି ଓ଼ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l କ୍ଲବ ତରଫରୁ କାବେରୀ ବାନାର୍ଜୀ ଓ଼ ରାଜେନ୍ଦ୍ର ପ୍ରସାଦ ଟୁର୍ଣ୍ଣାମେଣ୍ଟ ବୁଲି ଦେଖିବା ସହ କ୍ରୀଡା ପ୍ରତିଯୋଗୀ ଙ୍କୁ ଉତ୍ସlହିତ କରିଥିଲେ l ପୁରସ୍କାର ପ୍ରଦାନ ଉତ୍ସବ ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗାନ୍ଧୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ବରାଳ, ଲଳିତl ମୁଦାଲି , କୁମାର ବେହେରା , ପ୍ରତିଭା ଦେଇ, ପ୍ରୀତି ଅଗ୍ରୱାଲ, ଗୌରୀ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ମାରୁତି ୧୧ ଦଳ ବିଜେତା ହୋଇଥିବା ବେଳେ ଦେଓଗାଁ ଷ୍ଟାର ଦଳ ରନର୍ସ ଅପ ହୋଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶମ୍ଭୁ , ଦିବାକର, ପ୍ରଭାତ, ଅମିତ, ପୁର୍ଣ୍ଣ, ବଳିଆ, ଗଣୁ, ହରି, ସୁମିତ, ବିକାଶ, ସୁଜିତ, କାର୍ତ୍ତିକ, ସଞ୍ଜୀତ ଓ଼ ରୁଦ୍ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ l