ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

ନର୍ଲା: (ମନିସ)ତେଜିଲା ଚାଉଳ ରାଜନୀତି ୨୬ଗୋଟି ପଞ୍ଚାୟତର ବିଜେଡି କର୍ମୀ ଚାଷୀ ଓ ଗରୀବ ମାରଣ ନୀତି ବିରୋଧରେ ଗର୍ଜିଲେ ବିଜେଡି ଦଳ କେନ୍ଦ୍ର ବିରୋଧରେ । କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ବନ୍ଦ ପ୍ରସଙ୍ଗରେ ଆଜି ନର୍ଲା ବ୍ଳକ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆ ଯାଇଛି । ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ କରିବା ସହ(ପିଏମ୍ ଜିକେ ୱେଇ) ବନ୍ଦ ଯୋଗୁଁ ହିତାଧିକାରୀଙ୍କ ୫କିଲୋ ଚାଉଳ କାଟକୁ ବିରୋଧ କରି ନର୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ। ନର୍ଲା ବିଧାୟକ ଭୂପିନ୍ଦର ସିଂ ବିଜେପି ବିରୋଧରେ କହିଲେ କେନ୍ଦ୍ର ସରକାର୍ ୧୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବା କଥା କିନ୍ତୁ ଉଠା ହେଉଛି ୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ, ବର୍ତ୍ତମାନ ୨୯ ଗୋଟି ଜିଲ୍ଲାରେ ଚାଉଳରୁ ବଞ୍ଚିତ ହେବେ ବୋଲି ଭାଷଣ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଲିଲି ଦୀପ, ହରିଶଙ୍କର ମାଝୀ, ସଭାନେତ୍ରୀ ପ୍ରମିଳା ପ୍ରଧାନ,ଚିରଞ୍ଜିବି ଗୌଡ଼ିଆ, ହମେଶ ଜୈନ, ବ୍ଲକ୍ ସଭାପତି ପରେଶ ପ୍ରଧାନ, କିଶୋର ମାଝୀ, ନାରୀ ନେତ୍ରୀ ପଙ୍କଜିନୀ ନାଏକ, ଚକ୍ର ଗଉଡ, ଘାସିରାମ ସାହୁ,ଜୟନ୍ତ ଗଉଡ ଓ ଏସ ଏଚ୍ ଜି ଗ୍ରୁପର ସମସ୍ତ ମହିଳାମାନେ ଯୋଗ ଦେଇଥିଲେ ।

ଦୀପକ କୁମାର ଠାକୁର , ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

କାମାକ୍ଷାନଗର ବିଜେପିର ମିଶ୍ରଣ ପର୍ବ

masiha

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!