ସାହିତ୍ୟ ଅଗଣାଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଜାଳିଛି ଜାଗର ହେ ! ଶିବ ଶଙ୍କର by Sunil Chandra NayakFebruary 19, 2023February 19, 2023093 Share0 ଜାଳିଛି ଜାଗର ହେ ! ଶିବ ଶଙ୍କର ଆହେ! ହର ଶିବ ଭୋଳା ମହାଦେବ ଓମ୍କାର ଶଶି ଶେଖର ଜାଳିଛି ଜାଗର ହେ! ଶିବ ଶଙ୍କର ଆଶୁତୋଷ ବିଶ୍ଵେଶ୍ଵର |(୧) ପଞ୍ଚାକ୍ଷରୀ ନାମେ ତୁମ ମନ୍ତ୍ର ଧ୍ୟାନେ ଜାଳିଛି ମୁହିଁ ଜାଗର ଦୁଦୁରା-ଅରଖ ଚମ୍ପା-କନିଅର ସାଥେ ଯାଚି ବେଲପତ୍ର |(୨) ଅର୍ଦ୍ଧନାରୀଶ୍ଵର ଦିବ୍ୟ ରୂପୀ ରୂପ ନେଇଥିଲ ଏଇ ଦିନେ ନୀଳକଣ୍ଠ ହେଲ ପିଇ ହଳାହଳ କ୍ଷୀର ସାଗର-ମନ୍ଥନେ |(୩) ଗରଳ ପ୍ରଭାବେ ମୂର୍ଚ୍ଛିତ ହୋଇ ଯେ ଶିବ ଅଚେତ ହୋଇଲେ ଦେବଗଣ ସାଥେ ଏଇ ତିଥି ଗତେ ଉମା ଜାଗର ଜାଳିଲେ |(୪) ଫାଲ୍ଗୁନ ମାସର ଏ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଏଇ ତିଥି ନୀଳକଣ୍ଠଙ୍କର ଜ୍ଵଳନ କଣ୍ଠର ହରିଲେ ମାତା ପାର୍ବତୀ |(୫) ହର୍ଷେ ଆଶୁତୋଷ ନଟରାଜ ବେଶ ନାଚ ହେ! ଡମ୍ବରୁଧରୀ ଫେଡି଼ ତ୍ରି-ନୟନେ ପାପର ସନ୍ଧାନେ ଜାଳ ହେ! ତାଣ୍ଡବ କରି |(୬) ଅଷ୍ଟସୁର-ଭସ୍ମାସୁରର ସଂହାର କରି ରଖିଲ ସଂସାର ମାତା କାଳୀଙ୍କର ପ୍ରଚଣ୍ଡ ଯେ କ୍ରୋଧ ଶିବଶମ୍ଭୁ କଲ ଦୂର |(୭) ହର-ହର-ହର ହର ମହେଶ୍ଵର ଯେତେ ପାପ ସଂସାରର ହୁଅ ବାରେ ତୋଷ ଢାଳ ହେ! ଆଶିଷ ମଙ୍ଗଳ ହେଉ ବିଶ୍ଵର |(୮) ସ୍ନେହ-ଶ୍ରଦ୍ଧା-ପ୍ରୀତି ରହିଥାଉ ତିଷ୍ଠି ନିର୍ମଳ ହେଉ ହୃଦୟ ଆହେ ! ଉମାପତି ଏତିକି ବିନତି ବିଶ୍ଵ ହେଉ ମଧୁମୟ |(୯) ଓଁ ନମଃ ଶିବାୟ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼:- (କଳାହାଣ୍ଡି) ଜନ୍ମଭୂମି :- ମଣ୍ଡଳ (ବଲାଙ୍ଗୀର)