ବୋର୍ଡ଼ା – ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ମହୋନ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଇନ୍ଦୁଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ମାନସ କୁମାର ପଧାନ ଯୋଗଦେଇ ନିଜ ଅଭିଭାଷଣରେ ଓଡିଆ ଭାଷାର ଉନ୍ନତି ଓ ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ରଚନା, ସୃତ ଲିଖନ,ଗଳ୍ପ କଥନ, ଚିତ୍ରାଙ୍କନ ଏବଂ କବିତା ଅନ୍ତାକ୍ଷରୀ ପ୍ରତିଯୋଗିତା ହୋଇଥିଲା । ବକୃତା ପ୍ରତିଯୋଗିତାରେ ସଲୋନୀ ପଧାନ ପ୍ରଥମ, ତୋଷିନୀ ନାଏକ ଦ୍ଵିତୀୟ ଏବଂ ସୋନିଆ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ରଚନା ପ୍ରତିଯୋଗିତାରେ ପ୍ରଦ୍ୟୁମ୍ନ କୁମାର ଗହୀର ପ୍ରଥମ, ପୁଷ୍ପିତା ସାହୁ ଦ୍ଵିତୀୟ ଏବଂ ଖିତେଶ ଚନ୍ଦ୍ର ପୁଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ରେ କବିର ଭୋଇ ଓ ରୀତିକା ଭୋଇ ପ୍ରଥମ, ସୁହାନି ବେହେରା ଓ ସାଇଲଗ୍ନା ପଣ୍ଡା ଦ୍ଵିତୀୟ ଏବଂ ପ୍ରାଚୀ ଜୈନ ଓ ଶ୍ରୀଦ୍ଧି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୁଲିଖନ ପ୍ରତିଯୋଗିତାରେ ତୋଶାନି ଗହୀର ପ୍ରଥମ, ରେହଂସ ଶବର ଦ୍ଵିତୀୟ ଏବଂ ଇତିଶା ପୁଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗଳ୍ପ କଥନ ପ୍ରତିଯୋଗିତାରେ ଭୋଜରାଜ ହାତୀ ପ୍ରଥମ, ପ୍ରିନ୍ସ ଜାଲ ଦ୍ଵିତୀୟ ଏବଂ ମୟୂରେଶ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳୀ ଥନାପତି,ନିବୃତ ପଧାନ,ଅମିତ କୁମାର ପଧାନ, ଅବନୀ ସାହୁ, ସମିତା ପ୍ରଧାନ,ସୋବନ୍ତି ଠାକୁର,ସୁଜାତା ଭୋଇ, ଅନିତା ଭୋଇ ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।