ବାଣପୁର:- ଅଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିର ର ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଶିରିଡ଼ି ସାଇ ଭଗବତୀ ଟ୍ରଷ୍ଟ, ବାଣପୁର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି ବିଶାଳ ସାଇ ଭଜନ ସନ୍ଧ୍ୟା। ଏହି ଉତ୍ସବ ଦୁଇଦିନ ଧରି କାର୍ଯ୍ୟକ୍ରମ ହୋଇ ଥିବା ବେଳେ ପଥମ ଦିନ ୨୩ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୬:୩୦ ମିନିଟ ସମୟରେ ସାଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାଣପୁର ନଗର ପରିକ୍ରମା କରିଥିଲା । ଆଜି ଦ୍ୱିତୀୟ ଦିନ ଅବସରରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବିଶାଳ ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୫.୪୫ ମିନିଟ ସମୟର ଅତିଥି ଆଗମନ ସନ୍ଧ୍ୟା ୬.୦୦ ମିନିଟ ସମୟରେ ସାଇ ଆରତୀ ସନ୍ଧ୍ୟା ୬.୩୦ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଓ ସମାଜସେବୀ ସ୍ୱାଗତିକା ଜଗଦେବ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ତୁସି କୈର(ମୁମ୍ବାଇ), ମୋନାଲି ମଧୁସ୍ମିତା, ଆଲୋକ କୁଣ୍ଡୁ, କୁମାର ଦିଲ୍ଲୀପ ଙ୍କ ଦ୍ଵାରା ସାଇ ଭଜନ ପରିବେଷଣ ଓ କଥାବାଚକ ଡଃ ଆଦିତ୍ୟ ପାଢ଼ୀ ,ମନୋଜ ପ୍ରଧାନ ଏବଂ ଓଡ଼ିଶାର ବିଶିଷ୍ଟ ବାଦ୍ୟଯନ୍ତ୍ର କଳାକାର ମାନଙ୍କ ଦ୍ଵାରା ଭଜନାମୃତ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ରାତ୍ର ୮.୪୫ ମିନିଟ ଠାରୁ ଭଗବତ ପଦ ରେଣୁ ଆଶ୍ରିତ ଓ ସାଇ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିଲା।
ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ