ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଫରଙ୍ଗରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ

ଗୋଳାମୁଣ୍ଡା/୨୬/୩,ମସିହା/ ବିଶ୍ୱର ଓ ଦେଶର ଏବଂ ଅଞ୍ଚଳର ମଙ୍ଗଳ କାମନା ନିମନ୍ତେ ଅଞ୍ଚଳରେ ସ୍ଥାନେ ସ୍ଥାନେ ଅନେକ ସମୟରେ ଜାଗ ଜଜ୍ଞ ଅନୁଷ୍ଠିତ ହୋଇ ଯାଉଛି । ଏହି ପରିପ୍ରେକ୍ଷୀରେ   କଳାହାଣ୍ଡି ଜିଲ୍ଲା,ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଯଜ୍ଞ ନିମନ୍ତେ ଗତକାଲି ଶନିବାର ସକାଳ ୬,୩୦ମିନିଟ ରୁ ଘ,୧୦,୪୦ମି ମଧ୍ୟରେ କଳସ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ତା୨୬/୨/ରବିବାର ସକାଳ ୬,୩୦ମିନିଟ ରୁ ନାମ ଆରମ୍ଭ କରି ତା୨୮/୨/୨୩,ରିଖ ମଙ୍ଗଳବାର ସକାଳ ଘ୮,୪୦ମିନିଟ ରେ ନାମ ସମାପନ ତଥା ଦହି ହାଣ୍ଡିଭଗ୍ନ ଓ ପ୍ରସାଦ ସେବନ ହେବା ପାଇଁ ସ୍ଥିରୀକୃତ୍ୟ ହୋଇ ଥିବାରୁ ଆଜି ସକାଳଘ,୬,୩୦,ମିନିଟ ରୁ ହରେକୃଷ୍ଣ ହରେକୃଷ୍ଣ ହରେରାମ ହରେରାମ ନାମ ଜପରେ କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ଫରଙ୍ଗ ଗ୍ରାମରେ କମ୍ପିତହୋଇ ଉଠିଛି । ଏହି ମହାନ ଯଜ୍ଞର କର୍ତ୍ତା ଭାବରେ ଶ୍ରୀମତୀ ନମିତା ମୁଣ୍ଡ ଓ ଶ୍ରୀଯୁକ୍ତ ଅରୁଣ କୁମାର ମୁଣ୍ଡ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇ ଥିବା ବେଳେ ପ୍ରକାଶ ଚନ୍ଦ୍ର ପାଢ଼ୀ ପୂଜକ ଓ ଫରଙ୍ଗ ଗ୍ରାମ ବାସୀଙ୍କ ଆବାହକ ରେ ଯଜ୍ଞ ଆରମ୍ଭହୋଇ ଯାଇଛି । ବହୁ ଦୂର ଦୁରନ୍ତାରୁ ଗାୟକ ବୃନ୍ଦ ନିଜ ନିଜର ଦଳ ପକ୍ଷରୁ ନାମ କୀର୍ତ୍ତନ ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧକରିବା ପାଇଁ ସଂଗ୍ରାମ ଜାରି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା 

Sunil Chandra Nayak

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

Sunil Chandra Nayak

ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!