ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଚନ୍ଦ୍ରକଳା ଙ୍କ ପ୍ରବନ୍ଧ = ଭୂମିପୁତ୍ର ବିଜୁ ପଟ୍ଟନାୟକ 

ଭୂମିପୁତ୍ର ବିଜୁ ପଟ୍ଟନାୟକ 

                                         ଚନ୍ଦ୍ରକଳା

 

ଓଡିଶା ମାଟିରେ ଅନେକ ମହାପୁରୁଷ ଜନ୍ମଲାଭ କରି ତାଙ୍କର ଅମର କୃତିତ୍ୱ ବଳରେ ଓଡିଶା ମାଟିର ଗୌରବକୁ ବହୁ ଗୁଣିତ କରିଛନ୍ତି |ତାଙ୍କର ତ୍ୟାଗ, ସାହସ, ବୀରତ୍ୱ, ସ୍ପଷ୍ଟବାଦୀତା, ଅମଳିନବ୍ୟକ୍ତିତ୍ବ, ଓ ଜ୍ଞାନ ଦ୍ୱାରା ଓଡ଼ିଆ ମାଟି ହୋଇଛି ବିଶ୍ୱ ବନ୍ଦନୀୟା |ଓଡିଶା ମାଟିରେ ସେହି ପରି ଏକ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ଆମର ପ୍ରିୟ ନେତାବିଜୟ|ନନ୍ଦପଟ୍ଟନାୟକ | ସେ ଜଣେ ଯୋଗଜନ୍ମ| ପୁରୁଷ |ତାଙ୍କର ବୀରତ୍ୱ, ଜାତୀୟତା, ରୋକଠୋକ ବକ୍ତବ୍ୟ କଳିଙ୍ଗପ୍ରେମୀ ଚିନ୍ତାଧାରା, ଅପୂର୍ବସାଙ୍ଗଠନିକ ନିର୍ଭୀକତା,ଦେଶପ୍ରେମ ତାଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶ୍ରେଷ୍ଠ ରୂପେବିବେଚିତ କରିଛି |ସେ ନବ ଉତ୍କଳର ନବ ନିର୍ମାତା ଭାବରେ ଅଜସ୍ର ସମ୍ମାନର ଅଧିକାରୀ |ସେ ଏକାଧାରାରେ ଜଣେ ବୀରପୁରୁଷ, ଜନ ନାୟକ, ସ୍ପଷ୍ଟବାଦୀନେତା, ସମାଜସେଵୀ, ସ୍ୱାଧୀନତା ସଂଗ୍ରାମୀ,ସୁଦକ୍ଷ ବିମାନଚ|ଳକ, ଶିଳ୍ପପତି, କଳିଙ୍ଗରବରପୁତ୍ର,ଆଧୁନିକ ଓଡିଶାର ଖାରବେଳ, ଇଣ୍ଡୋନେସିଆର ଭୂମିପୁତ୍ର,ବିଶିଷ୍ଟ କ୍ରୀଡ଼ାବିତ, ଲୌହମାନବ, ବିଚକ୍ଷଣ ରାଜନୀତିଜ୍ଞ, ଉତ୍କଳ କିଶୋରୀଙ୍କ ପଟ୍ଟଶିଷ୍ୟ,  ସଫଳଉ6ଦ୍ୟ|ଗପତି,ଆଧୁନିକ ଓଡିଶାର ଅନ୍ୟତମ ବିନ୍ଧାଣୀଥିଲେ |ଓଡିଶା ପ୍ରତି ତାଙ୍କର ଶ୍ରଦ୍ଧାଓଭକ୍ତି ଅତୁଳନୀୟ ଥିଲା  | ଓଡିଶାର ଉନ୍ନତି ପାଇଁ ସେ ନିଜର ମନପ୍ରାଣ ଢାଳି ଦେଇଥିଲେ |ତାଙ୍କର ଜୀବନ ବ୍ୟାପି ସେବା, ତ୍ୟାଗ ଓ ବଳିଦାନକୁଏଜାତି ଏବେବି ଶ୍ରଦ୍ଧାର ସହିତ ସ୍ମରଣ କରୁଛି |ସେ ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରୁ ଥିଲେ |ଏହି ସ୍ଵଭାଵ ପାଇଁ ସେ ସାଧାରଣ ‘କଳିଙ୍ଗ ବୀର ‘, ‘କଳିଙ୍ଗ ସମ୍ରାଟ’ଓ ଦ୍ଵିତୀୟ ଖାରବେଳ ରୂପେ ପରିଚିତ |

        1916ମସିହା ମାର୍ଚ୍ଚମାସ5 ତାରିଖରେ ପିତା ଲଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ଦେବୀଙ୍କ ଗର୍ଭରୁ କଟକ ଜିଲ୍ଲାର ତୁଳସୀପୁର ସ୍ଥିତ ‘ଆନନ୍ଦ ଭବନ’ରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କ ପରିବାର ଏକ ସଂଭ୍ର|ନ୍ତ ପରିବାର ଥିଲା | ଧନଧ|ନ୍ୟରେ କୌଣସି ଅଭାବ ନ ଥିଲା |ଲଷ୍ମୀନାରାୟଣ-ଙ୍କର ତିନି ଜଣ ପୁତ୍ର ଓ ଗୋଟିଏ କନ୍ୟାଥିଲା |ବଡ଼ ଭାଇ ଜର୍ଜ, ସାନ ଭାଇ ସିଜୁ ଓ ଭଉଣୀ ସ୍ୱୀକୃତି ଥିଲେ |ଲଷ୍ମୀ ନାରାୟଣ ଜଣେ ସ୍ୱାଧୀନଚେତା, ନିର୍ଭୀକ, ନିରପେକ୍ଷ, ଦେଶପ୍ରେମୀ, ଆଦର୍ଶବାଦୀ ଓ ଭଦ୍ରବ୍ୟକ୍ତି ଥିଲେ |ସେ ପ୍ରଥମଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଭାବରେ ଅବସ୍ଥାପିତ ହୋଇ-ଥିଲେ |ଆଶାଲତା ଦେବୀ ଜଣେ ଆଦର୍ଶ ଗୃହିଣୀ, ଧର୍ମପରାୟଣ|, ଦୟାଶୀଳା,ବନ୍ଧୁ-ବତ୍ସଳା, ସ୍ନେହମୟୀ, ପରଦୁଃଖ ମୋଚନ ତତ୍ପର|, ସହାନୁଭୂତିର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ | ତାଙ୍କ ପାଖକୁ ଆସି କେହି କେବେ ଖାଲି ହାତରେ ଫେରିବାର ନଜିର ନାହିଁ | ଶିଶୁ ବିଜୁ ପଟ୍ଟନାୟକ ପିତାମାତାଙ୍କର ଉଚ୍ଚ କୋଟୀର ଆଦର୍ଶ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ |ସେ ପିତାମାତାଙ୍କ ପ୍ରେରଣ| ପାଇ ବାଳକ ଅବସ୍ଥାରୁ ନିର୍ଭୀକ, ସ୍ପଷ୍ଟବାଦୀ, ଦୁଃସାହସୀ, ନିଷ୍ଠାବ|ନ, ଦାନ -ଶୀଳ, ଉଚ୍ଚାଭିଳାଷି ହୋଇ ପାରିଥିଲେ |ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ପ୍ରବାଦ ପୁରୁଷରେ ପରିଣତ କରିଥିଲା |

      ବିଜୁ ପଟ୍ଟନାୟକ ପିଲାଦିନେ ଭାରି ଦୁଷ୍ଟ ଥିଲେ |ସେ ବଡ ଜିଦିଖୋର ମଧ୍ୟ ଥିଲେ |ଦୁଷ୍ଟ ହୋଇଥିଲେ ଯେ ସେ ଗୁରୁଜନଙ୍କର ଅବାଧ୍ୟ ହେଉଥିଲେ ତା ‘ନୁହେଁ, ସେ ଯାହା ଚାହୁଁଥିଲେ ତାହାହିଁ କରୁଥିଲେ | ସେ ଥିଲେ ଭାରି ଦୁଃସାହସୀ |ପିଲାଦିନେ ସେ ନଦୀ ପହଁରିବାରେ ପାରଙ୍ଗମ ଥିଲେ |ସେ ଗଛ ଚଢିବାକୁ ଭାରି ଭଲ ପାଉ ଥିଲେ | ଗଛରୁ ଆମ୍ବ, ପିଜୁଳି, କୋଳି ତୋଳି ଆଣି ସାଙ୍ଗ ମାନଙ୍କୁ ବାଣ୍ଟୁଥିଲେ |ତାଙ୍କର ଶିକାର କରିବାରେ ପ୍ରବଳ ସଉକ ଥିଲା |ସେ ଚାରିଆଡ଼େ ବୁଲି ପଶୁପକ୍ଷୀଙ୍କରସନ୍ଧାନ ନେଉଥିଲେ |ପିଲାଟି ଦିନରୁ ସେ ଦେଖି ଥିଲେ ବାରବାଟୀ ଦୁର୍ଗ |ଶୁଣିଥିଲେ ବୀର ପାଇକମାନଙ୍କର ଆତ୍ମତ୍ୟାଗର କାହାଣୀ | ତାହାହିଁ ତାଙ୍କର ସାହାସିକତାକୁ ଦ୍ବିଗୁଣିତ କରିଥିଲା |ମହାନଦୀର ସୁଦୀର୍ଘ ପରମ୍ପରା ଓ କାଠଯୋଡି ବନ୍ଧର ଐତିହାସିକ କିମ୍ବଦନ୍ତୀ ତାଙ୍କ ହୃଦୟରେ ଓଡିଶା ପ୍ରତି ଭକ୍ତିଭାବ ଜାଗ୍ରତ କରିଥିଲା |

     ତାଙ୍କର ପାଞ୍ଚବର୍ଷ ବୟସରେ କଟକର ମିଶନ ସ୍କୁଲରେ ବିଦ୍ୟାରମ୍ଭ ହୋଇଥିଲା |1923ମସିହାରେ ସେ ସଙ୍କଟ|ପନ୍ନ ଅବସ୍ଥା ରୁ ଅସ୍ତ୍ରୋପଚାର ଜନିତ ଚିକିତ୍ସା ସହ ଆରୋଗ୍ୟ ଲାଭ କରିଥିଲେ |1926 ମସିହାରେ କଟକ ସ୍ୱରାଜଆଶ୍ରମ ଠାରେ ମହାତ୍ମାଗାନ୍ଧୀଙ୍କୁ ଦେଖିବାକୁ ଯାଇ କିଶୋର ବିଜୁ ଗୋରା ପୋଲିସଙ୍କ ଲାଠି ମାଡ଼ରେ ଆହତ ହୋଇଥିଲେ |1927ମସିହାରେ ତାଙ୍କୁ ରେ6ଭନସ| ସ୍କୁଲକୁ ସ୍ଥାନ|ନ୍ତରିତ କରାଯାଇ ଥିଲା |ତାଙ୍କର ଅଦ୍ଭୁତ ସ୍ମରଣଶକ୍ତି ସମସ୍ତଙ୍କୁ ଚକିତ କରି ଦେଉଥିଲା |ସେ ଯାହା ଥରେ ପଢୁଥିଲେ ତାହା ତାଙ୍କ ମନରେ ଛ|ପି ହୋଇ ରହିଯାଉଥିଲା |ସେ ଶିକ୍ଷକ ଓ ଛାତ୍ର ମହଲରେ ବେଶ ପ୍ରିୟପାତ୍ର ଥିଲେ |ଶିକ୍ଷକମାନେ ତାଙ୍କୁ ବେଶୀ ଭଲ ପାଇବାର କାରଣ ହେଲା ଯେ ସେ କେବଳ ଜଣେ ଗ୍ରନ୍ଥକୀଟ ନ ଥିଲେ, ପଢାକୁ ବାଦଦେଇ ସେ ସାଂସ୍କୃତିକ, ଉନ୍ନତି ମୂଳକ ଓ କ୍ରୀଡା କସରତ ଆଦିରେ ଭାଗନେଇ ଅପୂର୍ବ ସଫଳତାର ଅଧିକାରୀହୋଇ ଥିଲେ |ବିଦ୍ୟାଳୟରେ ପାଳିତ ହେଉଥିବା ପୂଜା, ଜାତୀୟ ଦିବସ, ବାର୍ଷିକ6ତ୍ସ|ବ ଓ ନାନାଦି ପ୍ରତିଯୋଗିତା କ୍ଷେତ୍ରରେ ସେ ଆଗୁଆ ଥିଲେ |ପିଲାମାନଙ୍କୁ ଏକଜୁଟକରି ସେହି କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିବାରେ ସେ ଦକ୍ଷ ଥିଲେ |ତେଣୁ ତାଙ୍କ ଉପରେ ସମସ୍ତେ ସନ୍ତୁଷ୍ଟ ହେଉଥିଲେ | ରେ6ଭନସ| କଲେଜରେ ସେ ପଢୁଥିବା ବେଳେ ଲାଗତର ତିନି ଥର ଆଥଲେଟିକ ଚମ୍ପିୟାନ ହୋଇଥିଲେ |ଏହି କୃତିତ୍ୱ ତାଙ୍କ କ୍ରୀଡା ନୌପୁଣ୍ୟର ପରିଚୟ ଦେଇଥାଏ | 

    1932ମସିହାରେ ରେଭେନସ| କଲେଜରେ ଆଇ. ଏସ. ସି. ପଢୁଥିବାବେଳେ କଟକରୁ ପେଶାୱର ପର୍ଯ୍ୟନ୍ତ ସାଇକେଲ ଯୋଗେ ଯାତ୍ରା ତାଙ୍କ ଦୁଃସାହାସିକତା ପରିଚୟ ଦେଇଥାଏ |1934ମସିହାରେ ବି. ଏସ. ସି. ପଢାଛାଡି ସେ ପାଇଲଟ ଟ୍ରେନିଙ୍ଗରେ ଯୋଗଦାନ କରିଥିଲେ |ପାଇଲଟ ଟ୍ରେନିଙ୍ଗରେ କୃତ-କାର୍ଯ୍ୟ ହେବା ପରେ 1937 ମସିହାରେ ଇଣ୍ଡିଆନ ନ୍ୟାସନାଲ ଏୟାର6ୱଜରେ ପାଇଲଟ ରୂପେ ନିଯୁକ୍ତି ପାଇଥିଲେ |ତେଇଶି ବର୍ଷ ବୟସରେ 1938ରେ ରାଓଲପିଣ୍ଡିର କନ୍ୟା ସୁଶ୍ରୀ ଜ୍ଞାନଦେବୀଙ୍କୁ ବିବାହ କରିଥିଲେ |ସୁଶ୍ରୀ ଜ୍ଞାନଦେବୀଙ୍କ ପ୍ରେରଣା,ପ୍ରେମ,ଭଲପାଇବାର ପ୍ରଭାବରେ ଯୁବକ ଦୁର୍ଦ୍ଦ|ନ୍ତ ବିଜୁଙ୍କର ଚରିତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲା |ସୁଶ୍ରୀ ଜ୍ଞାନ ଦେବୀ ସବୁ ସଂକୀର୍ଣ୍ଣତାର ଉର୍ଦ୍ଧରେ ଥାଇ ମା ‘, ମାଟି, ମାତୃଭୂମି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ବଦ୍ଧ ପରିକର ହୋଇଥିଲେ |

     1940ମସିହାରେ ନିଜର ପାଇଲଟ ବୃତ୍ତି ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ସେ ଯୋଗସୂତ୍ର ସ୍ଥାପନ କରିଥିଲେ |ଗୋପନରେ ସେ ମହାତ୍ମାଗାନ୍ଧୀ, ନେହେରୁ, ପଟେଇ,ସୁଭାଷ ଅରୁଣା ଆସଫ ଅଲ୍ଲୀ, ଜୟପ୍ରକାଶ,ଅଚ୍ୟୁତ ପଟ୍ଟବର୍ଦ୍ଧନ, ନରେନ୍ଦ୍ରଦେବ ,ରାମମନୋହର ଲୋହିଆ ଆଦି ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ସଂପର୍କ ରଖିଥିଲେ |`1941ମସିହା ଫେବୃଆରୀ 17ତାରିଖ ଦିନ ପିତା ଲଷ୍ମୀନାରାୟଣ ପଟ୍ଟନାୟକଙ୍କର ବିୟୋଗ ହୋଇଥିଲା |1942ମସିହା ଏପ୍ରିଲ ମାସ 20ତାରିଖରେ ମାତା ଆଶାଦେବୀଙ୍କ ଦେହାନ୍ତ ହୋଇଥିଲା |ଭାରତଛାଡ଼ ଆନ୍ଦୋଳନବେଳେ ମହାତ୍ମାଗାନ୍ଧୀ ଓ ନେହେରୁଙ୍କ ସମେତ କଂଗ୍ରେସର ସମସ୍ତ ବଡ଼ ବଡ଼ ନେତାମାନେ ଗିରଫ ହୋଇ ଜେଲରେ ବନ୍ଦୀ ଥିବାବେଳେ ଜୟପ୍ରକ|ଶ ନାରାୟଣ ଓ ରାମ ମନୋହର ଲୋହିଆ ଆଦି ନେତାମାନେ ବାହାରେ ଲୁଚି ଆନ୍ଦୋଳନକୁ ଜୋରଦାର କରିଥିଲେ |ଏହି ସମୟରେ ବ୍ରିଟିଶ ସରକାରଙ୍କ ବିଶିଷ୍ଟ ପାଇଲଟ ବିଜୁ ବାବୁ ଏହି ଦେଶପ୍ରେମୀ ବିପ୍ଲବୀ ନେତାମାନଙ୍କୁ ଗୁପ୍ତ ଜାଗାରୁ ନେବା ଆଣିବା କରି ଦେଶପ୍ରେମର ପ୍ରକୃଷ୍ଟ ନିଦର୍ଶନ ଦେଖାଇଥିଲେ |1943ମସିହା ଜାନୁଆରୀ 13ତାରିଖରେ ତାଙ୍କ ଝିଅଗୀତା ଏବଂ ସ୍ତ୍ରୀ ଜ୍ଞାନଦେବୀ ଘରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ଛିଣ୍ଡାକନାଗୁଡେଇ ବାହାରକୁ ଫିଙ୍ଗି ଦେଇଥିବାରୁ ସେ କଥା ଇଂରେଜ ମାନେ ଜାଣି ପ|ରି ନ ଥିଲେ ବି ସନ୍ଦେହ କରିଥିଲେ |ଦ୍ଵିତୀୟତ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବହୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଦୋଷରେ ସେ ଦିଲ୍ଲୀରେ ଗିରଫ ହୋଇଥିଲେ |1945ମସିହାରେ ସେ ପ|ରୋଲରେ ଖଲାସ ହୋଇଥିଲେ |

  1946ରେ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସଭ୍ୟରୂପେ ନିର୍ବାଚିତ ହୋଇଥି6ଲ |1947ରେ ପଣ୍ଡିତ ନେହୁରୁଙ୍କ ପରାମର୍ଶ କ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନର ନେତୃବୃନ୍ଦଙ୍କ ସହ ଯୋଗା-ଯୋଗ ସ୍ଥାପନ କରିଥିଲେ |ସେ କଟକ ସହରରୁ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ |1950ରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ସହ -ଯୋଗ ନିମିତ୍ତ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ |1951ରେ ଜାତିସଂଘର ୟୁନେ6ସ୍କ| ଜରିଆରେ କଳିଙ୍ଗ ପୁରସ୍କାର’ପ୍ରଚଳନର ଶୁଭ|ରମ୍ଭ କରିଥିଲେ |1952ରେ ଗଞ୍ଜାମର ଭଞ୍ଜ ନଗର ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସପ୍ରାର୍ଥୀ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ |1957ରେ ଗଞ୍ଜାମ ନିର୍ବାଚନମଣ୍ଡଳୀରୁ କଂଗ୍ରେସପ୍ର|ର୍ଥୀ ଭାବେ ପୁନଃ ନିର୍ବାଚିତ ହୋଇଥିଲେ |1960ରେ କଳିଙ୍ଗ ଟ୍ରଷ୍ଟ ପକ୍ଷରୁ ଅକ୍ଟୋବର ଦୁଇ ତାରିଖ ଦିନ ‘କଳିଙ୍ଗ ‘ଦୈନିକ ସମ୍ବାଦ ପତ୍ରର ପ୍ରକାଶନ କରିଥିଲେ || 1961ରେ ପ୍ରଦେଶ କଂଗ୍ରେସ ଦଳର ସଭାପତି ରୂପେ ନିର୍ବାଚିତ ହୋଇଥିଲେ |ଚୌଦ୍ୱାର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ଜୁନ 23ତାରିଖରେ ମୁଖ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଅନେକ ଗୁଡିଏ ପ୍ରଗତିଶୀଳ କାର୍ଯ୍ୟକ୍ରମ ଗ୍ରହଣକରି ଥିଲେ |ସେଥିମଧ୍ୟ୍ୟରୁ ପାରାଦ୍ୱୀପବନ୍ଦର, ଦୈତାରୀ ପାରାଦ୍ୱୀପ ଏକ୍ସପ୍ରେସ ହାଇ6ୱ, ବାଲିମେଳା ଜଳ ବିଦ୍ୟୁତକେନ୍ଦ୍ର,ତାଳଚେର ଥର୍ମାଲ, ସୁନାବେଡାମିଗ ବିମାନ କାରଖାନା ଇତ୍ୟାଦି ପ୍ରମୁଖ |ଶିକ୍ଷାର ପ୍ରସାର ପାଇଁ ରାଉରକେଲା ଇଞ୍ଜିନିୟରିଙ୍ଗ କଲେଜ, ଆଞ୍ଚଳିକ ଶିକ୍ଷା ତାଲିମ ପ୍ରତିଷ୍ଠାନ, ସୈନିକ ସ୍କୁଲ, ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟୀକ ବିଶ୍ୱ ବିଦ୍ୟାଳୟ, ବୁର୍ଲା ଇଂଜିନିୟରିଙ୍ଗ ଓ ମେଡିକାଲ କଲେଜ ପ୍ରଭୁତି ଅନ୍ୟତମ |

   1962 ଜାନୁଆରୀ 3ତାରିଖଦିନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଠାରୁ ପାରାଦ୍ୱୀପ ବନ୍ଦର ନିର୍ମାଣ ପାଇଁ ପ୍ରତିଶୃତି ଲାଭ କରି ଥିଲେ |ଭାରତ-ଚୀନ ଯୁଦ୍ଧବେଳେ ପ୍ରଧାନ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ |1963 ଅକ୍ଟୋବର 2ତାରିଖ ଦିନ କାମରାଜ ଯୋଜନା ଅନୁସ|ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ |1964ରେ ଭୁବନେଶ୍ୱରଠାରେ ଜାତୀୟ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନର ଆୟୋଜନ କରି ଥିଲେ |1967ରେ ତାଙ୍କ ବିରୁଦ୍ଧରେ ଅକ୍ଟୋବର 26ତାରିଖ ଦିନ ଖାନ୍ନ|କମିଶନ ନିଯୁକ୍ତି ପାଇଥିଲେ |1969 ଜାନୁଆରୀରେ ଖାନ୍ନ| କମିଶନଙ୍କ ରିପୋର୍ଟ ଦାଖଲ, ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଓ ଭୁଲ ପ୍ରମାଣିତ କରିଥିଲେ | ତେଣୁ ସେ ଜାତୀୟ କଂଗ୍ରେସ ଛାଡି ‘ଉତ୍କଳ.କଂଗ୍ରେସ ‘ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ |1971ରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ଏକକାଳୀନ 4ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରୁ ପରାଜିତ ହେଲେ ମଧ୍ୟ୍ୟ ଉପନିର୍ବାଚନରେ ରାଜନଗର ଆସନରୁ ବିଜୟୀ ହୋଇଥିଲେ |1973ରେ ଇଣ୍ଡୋନେସିଆ ସରକାର ଭୂମିପୁତ୍ର ଉପାଧି ରେ ଭୂଷିତ କରିଥିଲେ |1974ରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ |1975ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣାବେଳେ ଜୁନ 26ତାରିଖ ଦିନ ଦିଲ୍ଲୀ ଠାରେ ‘ମିଶା ‘ରେ ଗିରଫ ହୋଇଥିଲେ |1977ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲୋକ ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ମୋରାଜୀ ଦେଶ|ଇଙ୍କ ମନ୍ତ୍ରୀମଣ୍ଡଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ରୂପେ ଦାୟିତ୍ୱଗ୍ରହଣ କରିଥିଲେ |1979ରେ ଚରଣ ସିଂଙ୍କ ମନ୍ତ୍ରୀ ମଣ୍ଡଳରେ ଖଣି ଇସ୍ପାତ ଓ କୋଇଲା ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ | 

    1980ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ |1984ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପୁନର୍ବାର ନିର୍ବାଚିତ ହୋଇଥିଲେ |1985ରେ ଜନତାଦଳ ପ୍ରାର୍ଥୀ ରୂପେ ଭୁବନେଶ୍ୱର ବିଧାନସଭା ଆସନ ଓ କେନ୍ଦ୍ରାପଡ଼ା ଲୋକସଭା ଆସନରୁନିର୍ବାଚିତ ହୋଇଥିଲେ |22.03.1985ରେ ଲୋକସଭା ଆସନରୁ ଇସ୍ତଫା ଦେଇ 22.03.1985ରୁ 03.03.1990 ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ତୁଲାଇଥିଲେ |1990ରେ ଭୁବନେଶ୍ୱର ବିଧାନସଭା ଆସନରୁ ଜନତାଦଳ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇ ମାର୍ଚ୍ଚ 5ତାରିଖ ଦିନ ଦ୍ଵିତୀୟଥର ନିମନ୍ତେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ |1995ରେ ଜନତାଦଳ ପ୍ରାର୍ଥୀଭାବେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହୋଇ ମାର୍ଚ୍ଚ ମାସ 23 ତାରିଖରେ ବିଧାନସଭାର ବିରୋଧୀ ଦଳନେତା ଭାବେ ଦାୟିତ୍ୱଗ୍ରହଣ କରିଥିଲେ |1996ରେ ଜନତାଦଳ ପ୍ରାର୍ଥୀ ଭାବେ ଗଞ୍ଜାମ ଜିଲ୍ଲାର ଆସିକ|ଓ କଟକ ଆସନରୁ ବିଜୟୀ ହୋଇଥିଲେ |1996ରେ ମେ ମାସ 5ତାରିଖରେ ଭୁବନେଶ୍ୱର ବିଧାନସଭା ଆସନ ତଥା ବିରୋଧୀଦଳର ନେତାପଦ ତ୍ୟାଗ କରିଥିଲେ |କଟକ ଲୋକସଭା ଆସନରୁ ମଧ୍ୟ ଇସ୍ତଫା ଦେଇ ଥିଲେ |1997ମସିହା ମାର୍ଚ୍ଚ28 ତାରିଖରେ ଜନତାଦଳର ଏକ ବୈଠକରେ ଯୋଗଦାନ ଦେଇଥିଲେ |ବୈଠକ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେହିଦିନ ହିଁ ଦିଲ୍ଲୀ ଯାତ୍ରା କରିଥିଲେ |1997ମସିହାର 29ତାରିଖ ନିଃଶ୍ୱାସ ନେବାରେ ଭୀଷଣ କଷ୍ଟ ଅନୁଭବ କରିବାରୁ ରାମ ମନୋହର ହସପିଟ|ଲରେ ଭର୍ତ୍ତି ହୋଇଥିଲେ |ମାର୍ଚ୍ଚ 30 ତାରିଖରେ ଅବସ୍ଥାରେ ଉନ୍ନତି ନ ହେବାରୁ ଏସକର୍ଟ ଡାକ୍ତରଖାନାକୁ ସ୍ଥାନ|ନ୍ତରିତ କରାଗଲା |ଏପ୍ରିଲ 15ତାରିଖରେ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲେଖିତ ହୋଇଥିଲା |ଏପ୍ରିଲ 16ରେ ଅବସ୍ଥାର ଦ୍ରୁତ ଅବନତି ଭୀଷଣ ଜ୍ୱର ହୋଇ ଚେତାଶୂନ୍ୟ ହୋଇଯାଇଥିଲେ |ଏପ୍ରିଲ 17ତାରିଖ ସକାଳ 8ଟା15ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ |

     ଆଜି ଆମ ପାଖରେ ସେ ନାହାଁନ୍ତି ସତ ମାତ୍ର ତାଙ୍କର ବହୁବିଧ କାର୍ଯ୍ୟକଳାପ ପାଇଁ ଚିର ନମସ୍ୟ ଅଟନ୍ତି |ସ୍ୱାଧୀନୋତ୍ତର ଆଧୁନିକ ଓଡିଶା ଗଠନରେ ତାଙ୍କର ଅବଦାନ ଚିର ସ୍ମରଣୀୟ |ଓଡିଶା ଶିଳ୍ପବିପ୍ଳବର  ସେ ଥିଲେ ଜନ୍ମଦାତା |ଓଡ଼ିଆଟିଏ ଆଜି ତାଙ୍କ ଯୋଗୁଁ ଓଡ଼ିଆ ବୋଲି ଗର୍ବ କରି ପାରୁଛି |ଆଵାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ସେ ଏକ ଉତ୍ସାହର ସୂତ୍ର ଓ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ |

                      ବନ୍ଧୁଗାଁ, କୋରାପୁଟ 

 

 

 

 

 

 

 

 

 

 

 

 

 

 

 

 

 

 

 

 

            ´

Related posts

ଦି ଟଲ ମ୍ୟାନ…. ବିଜୁ ପଟ୍ଟନାୟକ

Sunil Chandra Nayak

ନୀଳମାଧଵ ସରକାରୀ ହାଇସ୍କୁଲର ୩୫ ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

  ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ // କାନ୍ତ କବିଙ୍କର ସ୍ମରଣେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort