ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ସ୍ବାଧୀନତା ସଂଗ୍ରାମର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଡିୱାଇଏଫଆଇ,ଏସଏଫଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ପାଳିତ

ରାଉରକେଲା/ ଭାରତର ସ୍ବାଧୀନତା ଆନ୍ଦୋଳନର ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ ତମ ଫାଶୀ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର ଛାତ୍ର ଫେଡେରେସନ୍ ଏବଂ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଡିୱାଇଏଫଆଇ ଜିଲ୍ଲା ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ ଓ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଓଡ଼ିଶାର ପ୍ରଗତିଶୀଳ ସ୍ତମ୍ଭକାର ଭୂପେନ ମହାପାତ୍ର, ସମାଜସେବୀ ହରିହର ରାଉତରାୟ, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଗୁରମିତ ସିଂହ, ବଲବୀର ସିଂହ, ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ରାଉରକେଲା ଓକିଲ ସଂଘ ସଭାପତି ସୁରେଶ ମାଝୀ,ବରିଷ୍ଠ ଆଇନଜୀବୀ ସୁଜୟ ପାଣି,ସତ୍ୟ ଶର୍ମା,ରାମ ପ୍ରସାଦ ପଟ୍ଟନାୟକ, ବିସ୍ମୟ ଦାସ, ଏମ୍ ମାଲେଶ୍ଵରମ,ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି,ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସିଟୁ ରାଜ୍ୟ ସଂପାଦକ ହୃଦାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼, ଗୋପବନ୍ଧୁ ପାଠାଗାର ର ବିଜୟ ବରାଳ,ସି ସି ୟୁ ଏ ଆବାହକ ଭାଗିରଥି ଟୁଡୁ, ମହିଳା ସମିତି ନେତ୍ରୀ ତାଜମୁନ୍ ନେହାର, ଶ୍ରମିକ ନେତା ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅରୁଣ ଦାସ,ବିନୟ ବେଉରିଆ,ପ୍ରଦୀପ ସେଠୀ, ବାସୁଦେବ ସାହୁ, ସଚିନ୍ ରାୟ, କୁଳମଣି ରାଉତ, ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା,ଏନ୍ ଏନ୍ ପାଣିଗ୍ରାହୀ,କବି ପ୍ରଧାନ, ଏନ କେ ରାଉତରାୟ,ବି ବି ଦାସ,ତୁଷାର ନାଏକ, ପ୍ରମୁଖ ଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ଜନ ସାଧାରଣ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରଦ୍ଧାଞ୍ଜଳି ସଭା ରେ ବକ୍ତବ୍ୟ ରଖି କହିଥିଲେ ଯେ ଆଜିର ଦିନରେ ୧୯୩୧ ମସିହାରେ ମାର୍ଚ୍ଚ ୨୩ ତାରିଖ ରେ ଗୋରା ସରକାର ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମର ଶହୀଦ ଭଗତ ସିଂହ ଙ୍କ ଯୋଗଦାନ ଅବିସ୍ମରଣୀୟ। ସେ କେବଳ ସ୍ଵାଧୀନତା ନୁହେଁ ଦେଶର ଲୋକମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ ପାଇଁ ଦେଶର ଯୁବ ସମାଜ ଆଗେଇ ଆସି ସ୍ଵାଧୀନତା ସଂଗ୍ରାମ ର ଝାସ ଦେବାକୁ ଆହ୍ୱାନ କରିଥିଲେ। ଆଜି ଦେଶ ସ୍ଵାଧୀନତା ର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେକାରୀ, ଦାରିଦ୍ର୍ୟ, ଶୋଷଣ, ଅତ୍ୟାଚାର ବୃଦ୍ଧି ପାଇଛି। ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରାଯାଉଛି। ଏହା ବିରୋଧରେ ଏକ ହୋଇ ଆଜିର ଦିନରେ ଶପଥ ନେବାକୁ ଆହ୍ୱାନ କରାଯାଇଛି। ସଭା ପ୍ରାରମ୍ଭରେ ସ୍ମୃତି କମିଟି ର ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

masiha

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଦ୍ଧଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ

Leave a Comment

error: Content is protected !!