ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘଠନ ର ନିର୍ବାଚନ

ରାଇଘର ୨୬/୩ ନବରଙ୍ଗପୁର ଜିଲା ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ରବିବାର ଦିନ ତପନ କଲ୍ୟାଣ ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲା ଉପସଭାପତି ଗୋପୀନାଥ ମହାନ୍ତିଙ୍କ ଅଧକ୍ଷତାରେ ସଭାକାର୍ଯ୍ୟ ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଏହି ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଗୋପାଳକୃଷ୍ଣ ମିଶ୍ର ଓ ରତନ ମାଝୀ ସହାୟକ ଭାବେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ନିର୍ବାଚନ ରେ ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ୫ ଜଣ ଶିକ୍ଷକ କାଉନସେଲିଙ୍ଗ ସଭ୍ୟ ଭାବେ ଅଂଶଗ୍ରହଣ କରିଥିଲେ,ସମ୍ପାଦକ ରମଣୀରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ରହି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସହାୟତା ପ୍ରଦାନ କରିଥିଲେ,ନୂତନ ସଭାପତି ଭାବେ ଦେବଦାସ ଗଣ୍ଡ, ଉପସଭାପତି ସୁନିତା ମହାପାତ୍ର, ସ୍ୱରୂପ ସାହୁ, କାଳୁ ରାମ ଗଣ୍ଡ, ସମ୍ପାଦକ ଭାବେ ପୁର୍ଣଚନ୍ଦ୍ର ବିଶ୍ୱାସ, ସହ ସମ୍ପାଦକ ସୋମନାଥ ପଟ୍ଟନାୟକ, ସୁଶାନ୍ତ ଵାଲା, ହୀରାଲାଲ ହାଲବା,କୋଷାଧକ୍ଷ ଭାବେ ମୋତିଲାଲ ଗଣ୍ଡ, ସଂଯୋଜିକା ରଶ୍ମିତା ପୁରୋହିତ, ସଂଯୋଯକ ଗୋବିନ୍ଦ ଚନ୍ଦ୍ର ଗଣ୍ଡ, ଆଇନ ପରାମର୍ଶଦାତା ଭାବେ ପୁରୁଷତ୍ତମ ମହାପାତ୍ର , ଉପଦେଷ୍ଟା ଭାବେ ଶ୍ରୀହର୍ଷ ମହାପାତ୍ର, ନକୁଳଚନ୍ଦ୍ର ବିଶ୍ୱାସ, ବୋଇନ୍ଦଲ୍ ଗଣ୍ଡ,ବିଜୟ କୁମାର ପାଢ଼ି,ସନନ୍ତ କୁମାର ପ୍ରହରାଜ, ଗୋବିନ୍ଦ ଗଣ୍ଡ, ଭିଂଗୁ ଗଣ୍ଡ ଙ୍କୁ ଚୟନ କରିଥିଲେ,ଏହି କାର୍ଯ୍ୟକ୍ରମ ସଫଳ କରିବାରେ ରାଇଘର ବ୍ଲକ ର ସମସ୍ତ ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ବ୍ଲକ ଶିକ୍ଷକ ସଂଘ ର କର୍ମକର୍ତା ଉପସ୍ଥିତ ଥିଲେ l ଏଥି ସହ ବରିଷ୍ଠ ଶିକ୍ଷକ ଙ୍କୁ ସମ୍ବର୍ଧନା ଜଣାଇଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

masiha

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!