ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା

ରାଉରକେଲା/ ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ ରାଉରକେଲା ତାଲୁକା ର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସଭାପତି ବାବାନାଥ ପରିଡା ଙ୍କ ସଭାପତିତ୍ବ ଓ ଉପସଭାପତି ବାବୁଲା ନାହାକଙ୍କ ସଂଯୋଜନା ତଥା ସାଧାରଣ ସଂପାଦକ ଅଭିରାମ ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଗନ୍ଧର୍ବ ପ୍ରଧାନ, ନିର୍ବାଚନ ଅଧିକାରୀ ଉଦୟ ନାଥ ପ୍ରଧାନ, କେବିକେ ଜିଲ୍ଲା ସଭାପତି ଅଧ୍ୟାପକ ରଜନୀକାନ୍ତ ପ୍ରଧାନ, ଆଠଗଡ ତାଲୁକା ଉପଦେଷ୍ଟା ଭାବଗ୍ରାହି ପଲେଇ, ଘୁମୁସରର ଉପଦେଷ୍ଟା ହରିହର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନକୁ ସକ୍ରିୟ, ସୁଦୃଢ଼ ଓ ଅଧିକ କ୍ରୀୟାଶୀଳ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ ପ୍ରଧାନ ଓ ଅନ୍ୟ ଅତିଥିମାନେ ଜାତିର ଗରିମାମୟ ଇତିହାସ ଉପରେ ଆଲୋଚନା କରିବା ସହ ଆର୍ଥିକ ସଂସ୍କାର ଓ ରାଜନୈତିକ ଉନ୍ନତିକରଣ ଦିଗରେ ବିଚାର ବିମର୍ଶ କରିଥିଲେ । ଏଥିସହ କିଛି ଅନ୍ଧବିଶ୍ବାସ ଯାହା ଅନୁଷ୍ଠାନର ପ୍ରଗତି ରେ ବାଧକ, ତାକୁ ଦୂରେଇବା ପାଇଁ ମହିଳା ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ କବି ଅଭିରାମ ପ୍ରଧାନଙ୍କ କବିତା ପୁସ୍ତକ ‘ନବଜ୍ୟୋତି’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ଅନୁଷ୍ଠାନର ରାଜ୍ୟ ନିର୍ବାଚନ ଅଧିକାରୀ ଉଦୟ ନାଥ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁରୁଣା କମିଟିକୁ ଭଙ୍ଗାଯାଇ ନୂତନ କମିଟି ପାଇଁ ନିର୍ବାଚନ କରାଯାଇଥିଲା । ନୂତନ କମିଟିରେ ସଭାପତି ଭାବେ ଅଭିରାମ ପ୍ରଧାନ, ଉପସଭାପତି ଭାବେ ବାବୁଲା ନାହାକ ଓ ସୂର୍ଯ୍ୟ ନାରାୟଣ ପୃଷ୍ଟି, ସାଧାରଣ ସଂପାଦକ ଭାବେ ଅଜୟ ପ୍ରଧାନ, ସହ ସଂପାଦକ ଭାବେ ଅଜିତ କୁମାର ପୃଷ୍ଟି, ସଂଗଠନ ସଂପାଦକ ଭାବେ ପର୍ଶୁରାମ ସ୍ବାଇଁ, ସୁଶାନ୍ତ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ନନ୍ଦିନୀ ନାହାକ, ହେଲେନ ପ୍ରଧାନ, ସୁବାସିନୀ ପରିଡା, ଶାନ୍ତିଲତା ବେହେରା କୋଷାଧ୍ୟକ୍ଷ ଭାବେ ଶରତ କୁମାର ଜେନା, ସମୀକ୍ଷକ ଭାବେ କିଶୋର ଚନ୍ଦ୍ର ପ୍ରଧାନ ଓ ଉପଦେଷ୍ଟା ଭାବେ ସର୍ବଶ୍ରୀ ବାବାନାଥ ପରିଡା, ପ୍ରମୋଦ କୁମାର ବିଶ୍ବାଳ, ସୀମାଞ୍ଚଳ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ । ଶେଷରେ ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଶତାଧିକ ବାଣାୟତ ଓଡିଆ ସମାଜର ସଭ୍ୟ ମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ , ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

Sunil Chandra Nayak

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!