ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଅ ଗୋଟି ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ

 ରାୟଗଡ଼ା -: ଆସନ୍ତା 28 ତାରିଖ ଦିନ ଦକ୍ଷିଣ ଓଡିଶାର ଛଅ ଗୋଟି ଜିଲ୍ଲାରୁ ଯଥା କୋରାପୁଟ, ନବରଙ୍ଗପୁର, ମାଳକାନାଗିରି, କଳାହାଣ୍ଡି, ନୂଆପଡା ଏବଂ ରାୟାଗଡ଼ ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ l ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏହି ତୀର୍ଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡ ଷ୍ଟେସନରୁ ବାହାରିବେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଟ୍ରେନକୁ ଶୁଭlରମ୍ବ କରିବେ l ଆସନ୍ତା 27ତାରଖରୁ ଏହି ତୀର୍ଥ ଯାତ୍ରୀ ମାନେ ରାୟଗଡରେ ପହଁଚିବେ l ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଆତିଥେୟ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଅଛି l ଏହି ତୀର୍ଥ ଯାତ୍ରୀ ମାନେ ତିରୁପତି, ଭେଲର ଓ ଶ୍ରୀକାଳାହାସ୍ତି ଦର୍ଶନ କରି ଆସନ୍ତା ଅପ୍ରେଲ ମାସ ଦୁଇ ତାରିଖରେ ରାୟଗଡ ପହଁଚିବେ ଏବଂ ନିଜନିଜ ଜିଲ୍ଲାକୁ ଫେରିଯିବେ l ଯାତ୍ରୀ ମାନଙ୍କ ରହିବା ନିମନ୍ତେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ, ଜିସିଡ଼ି ଉଚ୍ଚଵିଦ୍ୟାଳୟ, ଟାଉନ ହଲ ଏବଂ ବସାଷ୍ଟାଣ୍ଡ ଦର୍ମିଟାରିରେ ବ୍ୟବସ୍ଥା କରାଯାଇଛି l ଅଶୋକ କଲ୍ୟାଣ ମଣ୍ଡପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେଠାରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖlଯାଇଛି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

masiha

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

masiha

ଜୁନାଗଡ଼ରେ ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!