ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଅ ଗୋଟି ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ

 ରାୟଗଡ଼ା -: ଆସନ୍ତା 28 ତାରିଖ ଦିନ ଦକ୍ଷିଣ ଓଡିଶାର ଛଅ ଗୋଟି ଜିଲ୍ଲାରୁ ଯଥା କୋରାପୁଟ, ନବରଙ୍ଗପୁର, ମାଳକାନାଗିରି, କଳାହାଣ୍ଡି, ନୂଆପଡା ଏବଂ ରାୟାଗଡ଼ ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ l ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଏହି ତୀର୍ଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡ ଷ୍ଟେସନରୁ ବାହାରିବେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଟ୍ରେନକୁ ଶୁଭlରମ୍ବ କରିବେ l ଆସନ୍ତା 27ତାରଖରୁ ଏହି ତୀର୍ଥ ଯାତ୍ରୀ ମାନେ ରାୟଗଡରେ ପହଁଚିବେ l ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଆତିଥେୟ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଅଛି l ଏହି ତୀର୍ଥ ଯାତ୍ରୀ ମାନେ ତିରୁପତି, ଭେଲର ଓ ଶ୍ରୀକାଳାହାସ୍ତି ଦର୍ଶନ କରି ଆସନ୍ତା ଅପ୍ରେଲ ମାସ ଦୁଇ ତାରିଖରେ ରାୟଗଡ ପହଁଚିବେ ଏବଂ ନିଜନିଜ ଜିଲ୍ଲାକୁ ଫେରିଯିବେ l ଯାତ୍ରୀ ମାନଙ୍କ ରହିବା ନିମନ୍ତେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ, ଜିସିଡ଼ି ଉଚ୍ଚଵିଦ୍ୟାଳୟ, ଟାଉନ ହଲ ଏବଂ ବସାଷ୍ଟାଣ୍ଡ ଦର୍ମିଟାରିରେ ବ୍ୟବସ୍ଥା କରାଯାଇଛି l ଅଶୋକ କଲ୍ୟାଣ ମଣ୍ଡପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେଠାରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖlଯାଇଛି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ କର୍ମଶାଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!