ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

ରାଉରକେଲା/ ଗତକାଲି ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ଯାତ୍ରୀବାହୀ ବସ ଜାତୀୟ ରାଜପଥରେ ଦୁର୍ଘଟନା ହେବା ଦ୍ବାରା ବହୁ ଯାତ୍ରୀ ଆହାତ ହୋଇ ରାଉରକେଲା ଜେ.ପି ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପାଇବା ମାତ୍ରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ସେମାନଙ୍କୁ ହସ୍ପିଟାଲରେ ଭେଟିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତର ଙ୍କ ସହିତ କଥାବାର୍ତ୍ତା କରିଥିଲେ । ଚିକିତ୍ସିତଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇ ଛନ୍ତି । ଏହି ଦୁର୍ଘଟଣା ଅତ୍ୟନ୍ତ ଦୃଭାଗ୍ୟ ପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଶ୍ରୀ ଓରାମଙ୍କ ସହିତ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପତାଞ୍ଜଳି ଯୋଗ ସମିତିର ସ୍ୱାସ୍ଥ ସଚେତନତା ଶିବିର

Sunil Chandra Nayak

Youths in Kantabanji Make Waves with Cow Service

masiha

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

masiha

Leave a Comment

error: Content is protected !!