ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

କୋକସରା,୨୯/୩ – ଚୈତ୍ର ମାସରେ ଧରାପୃଷ୍ଠକୁ ଘଟ ରୁପେ ବିଜେ କରିଛନ୍ତି ଦେବୀ ସ୍ୱରୂପା ଜଗତଜନନୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଗ୍ରାମରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି। ମା ଙ୍କ ଚୈତ୍ର ଯାତ୍ରା ପାଇଁ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଚୈତ୍ର ମାସର ପ୍ରଥମ ରବିବାର ଦିନ ଗ୍ରାମ ପୁଝାରି ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀ, ମା ପରଦେଶିଆଣି ଓ ମା ବୁଢୁନ ଙ୍କ ଘଟ ପୂଜାର୍ଚ୍ଚନା ପରେ ଗାଁର ୩ ଜଣ କୁଆଁରୀ କନ୍ୟାଙ୍କ ଦେହରେ ଦେବୀଙ୍କ କାଲିସି ଲାଗିଥିଲା। ଗ୍ରାମ ପୁଝାରି ରତନ ପୁଝାରି ଓ ଦୁର୍ଗା ପୁଝାରି ଘଟକୁ ନେଇ ତିନି କୁଆଁରୀ କନ୍ୟାଙ୍କ ମସ୍ତକ ଉପରେ ସ୍ଥାପନ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିରରୁ ଘଟ ରୁପରେ ତିନି ଦେବୀ ମହିମା, ଭୁର୍ଷାଗୁଡା, ମାଲପଡା ଗ୍ରାମକୁ ତିନିଦିନ ମଧ୍ୟରେ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗାଁର ପ୍ରତି ଘର ଦୁଆର ଆଗରେ ମା’ ଙ୍କ ଆଗମନ ପାଇଁ ଝୋଟି ସହ ଶୁକ୍ଳ ଭୋଗ ଦେଇ ମା ଙ୍କୁ ପୂଜା କରିବା ସହିତ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମଙ୍ଗଳବାର ଦିନ ଗ୍ରାମ ପରିକ୍ରମା କରି ମୁଖ୍ୟ ମନ୍ଦିରକୁ ଘଟ ଫେରିବା ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ ବୋଦା, କୁକୁଡ଼ା,ପାରା ବଳି ଦେଇ ମାନସିକ ପୂରଣ କରିଥିବା ଦେଖିବାକୁ ମିଳିଛି। ଚୈତ୍ର ଯାତ୍ରାରେ ମହିମା ଗ୍ରାମର ଶିରା ତୁମେଶ୍ୱର ପୁଝାରି, ତନୁରାମ ମାଝୀ, ରୂପଧାର କୋଲଥିଆ, ଗୌନ୍ତିଆ ସୁରେଶ ଚନ୍ଦ୍ର ପାତ୍ର, ଗଣ୍ଡା ମକରନ୍ଦ ନାଏକ, ନରିଆ ଗୁଣଧର ଧ. ମାଝୀ ଗ୍ରାମବାସୀ ରାମସିଂ ମାଝୀ, ଗୁଣନିଧି ମାଝୀ, ଈଶ୍ୱର ମାଝୀ, ଅମର ଦଳପତି, କେଶବ ପୁଝାରି, ସମରଥ ପୁଝାରି, ଗଙ୍ଗାଧର ପୁଝାରି, ଦେବ ମାଝୀ ପ୍ରମୁଖ ଚୈତ୍ର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର       

masiha

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

masiha

ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!