ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1997 ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ

ତେନ୍ତୁଳିଖୁଣ୍ଟି ୦୨/୦୪/୨୩ -ତେନ୍ତୁଳିଖୁଣ୍ଟି ବ୍ଳକର ଶିଵ ପ୍ରସାଦ ହାଇସ୍କୁଲ ର 1997 ବ୍ୟାଚ ର ବନ୍ଧୁ ମିଳନ ହୋଇଥିଲା। ଏହି କାର୍ଯ୍ୟକ୍ରମ ବ୍ଳକର ତେନ୍ତୁଳିଖୁଣ୍ଟି ଗଛ ଛକ ପାଖର ଆମ୍ବ ତୋଟା ଠାରେ ହୋଇଥିଲା। ଏହି ବ୍ୟାଚ ର ସହପାଠୀ ମାନଙ୍କ ନିଷ୍ପତ୍ତି ଅନୁଯାୟୀ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରିବେ ,ନିରୀହ ବ୍ୟକ୍ତି ଯେଉଁ ମାନେ ସରକାରୀ ଯୋଜନା ରେ ବଞ୍ଚିତ ଥିବେ ଯାହାଦ୍ୱାରା  ବି ସାହାଯ୍ୟ କରେଇବେ । ଆଜି ର ଏହି କାର୍ଯ୍ୟକ୍ରମ ରେ ବାଙ୍ଗାଲୋର ରେ ଇଞ୍ଜିନିୟର ଚାକିରୀ କରୁଥିବା ବାଳ ଗୋପାଳ ପଣ୍ଡା(ବାଦଲ) ମୁନା,ଶ୍ରୀବତ୍ସ ବିଷୋୟୀ, ବଳରାମ ହରିଜନ, ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ,କିଶୋର ବିଷୋୟୀ, ଏ ମ ମିନା, ଏ ମ ରାଜା,ଅନୁସୟା ବିଷୋୟୀ, ନରସିଂହ ଗୌଡ଼, ରମେଶ ମାଝୀ, ଜାନକୀକାନ୍ତ ବିଷୋୟୀ, ତ୍ରିନାଥ ଗୌଡ଼, ମଧୁ ଭତରା, ସଦା ହରିଜନ ସହ 30 ରୁ ଉର୍ଦ୍ଧ୍ବ ସହପାଠୀ ଯୋଗଦେଇ ଥିଲେ। ଆଗକୁ ମଧ୍ୟ ଏଭଳି ବନ୍ଧୁ ମିଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ନାଚଗୀତ ସହିତ ଅତୀତ ର ସ୍ମୃତ୍ତି  ସାଉଁଟିଥିଲେ। ପରସ୍ପର ର ସୁବିଧା ଓ ଅସୁବିଧା ରେ ଠିଆ ହେବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟ ପାଇଁ କିଛି କରିବାକୁ ମଧ୍ୟ ସ୍ଥିର କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

masiha

୧୫ତମ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ୨୦୨୬ 

Sunil Chandra Nayak

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

Leave a Comment

error: Content is protected !!